Hindi News >>Home >>Odisha Trending

ଅଯୋଧ୍ୟା ହୋଇପାରେ ୟୁପିର ରାଜଧାନୀ- ଗୋବିନ୍ଦ ଦେବ ଗିରି

Govind Dev Giri: ଅଯୋଧ୍ୟାରେ ରାଜସ୍ଥାନର ଅଖିଳ ଭାରତୀ ମହର୍ଷୀ ସେବା ସଦନର ଏକ ଭୁମି ପୂଜନ କାର୍ଯ୍ୟକ୍ରମ ଥିଲା । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା । ଏଥିସହିତ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଆସିଥିଲେ। ଗୋବିନ୍ଦ ଦେବ ଗିରି ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ। ସେ ତାଙ୍କ ସମ୍ବୋଧନରେ କହିଥିଲେ ଯେ, ଲକ୍ଷ୍ନୌ ପରିବର୍ତ୍ତେ ଅଯୋଧ୍ୟାକୁ ୟୁପିର ରାଜଧାନୀ କରିବା ନେଇ ଥିବା ସମ୍ଭାବନା ବିଷୟରେ ଆଲୋକପାତ କରିଥିଲେ ।

Advertisement
ଅଯୋଧ୍ୟା ହୋଇପାରେ ୟୁପିର ରାଜଧାନୀ- ଗୋବିନ୍ଦ ଦେବ ଗିରି
Stop
Soubhagya Ranjan Mishra|Updated: Mar 11, 2024, 07:57 PM IST

Govind dev giri: ୟୁପି ସରକାର ଏବଂ କେନ୍ଦ୍ର ସରକାର ମିଳିତ ଭାବେ ଅଯୋଧ୍ୟାର ବିକାଶ ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରୁଛନ୍ତି । ସୋମବାର ଦିନ ଶ୍ରୀ ରାମ ଜନ୍ମଭୂମୀ ତିର୍ଥ କ୍ଷେତ୍ର ଟ୍ରଷ୍ଟର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ବର୍ତ୍ତମାନ ଅଯୋଧ୍ୟାର ଯେପରି ବିକାଶ ହେଉଛି, ଏହି ଚିନ୍ତାଧାରା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀଙ୍କର ମନରେ ଆସିବା ଉଚିତ ନୁହେଁ ଯେ, ଅଯୋଧ୍ୟାକୁ ରାଜଧାନୀ କାହିଁକି କରାଯିବ ନାହିଁ? ଏହା ଅସମ୍ଭବ ନୁହେଁ । ଯେଉଁ ମଞ୍ଚରେ ଉପସ୍ଥିତ ରହି ଗୋବିନ୍ଦ ଦେବ ଏହା କହିଥିଲେ ସେହି ମଞ୍ଚରେ ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ସହ ଅନେକ ନେତାମନ୍ତ୍ରୀ ଉପସ୍ଥିତ ଥିଲେ ।

ରାଜସ୍ଥାନର ଅଖିଳ ଭାରତୀ ମହର୍ଷୀ ସେବା ସଦନର ଏକ ଭୁମି ପୂଜନ କାର୍ଯ୍ୟକ୍ରମ ଥିଲା । ଏଥିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ତାଙ୍କର କିଛି କ୍ୟାବିନେଟ ନେତାଙ୍କ ସହ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଆସିଥିଲେ। ଗୋବିନ୍ଦ ଦେବ ଗିରି ମଧ୍ୟ ମଞ୍ଚ ଉପରେ ଉପସ୍ଥିତ ଥିଲେ । ତାଙ୍କ ସମ୍ବୋଧନରେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାମ ନେଇଥିଲେ । ଏଥିସହ ଲକ୍ଷ୍ନୌ ସ୍ଥାନରେ ଅଯୋଧ୍ୟାଙ୍କୁ ୟୁପିର ରାଜଧାନୀ କରିବାର ସମ୍ଭାବନା ବ୍ୟକ୍ତ କରିଛନ୍ତି ।

ସେ କହିଛନ୍ତି ଯେ, ଧର୍ମର ପ୍ରତିଷ୍ଠାତା ହେଉଛନ୍ତି ପ୍ରଭୁ ଶ୍ରୀ ରାମ । ଜୀବନର ସମସ୍ତ ମୂଲ୍ୟ ପ୍ରଭୁ ଶ୍ରୀ ରାମଙ୍କଠାରେ ଦେଖିବାକୁ ମିଳିଥାଏ । ସେଥିପାଇଁ ଯେକୌଣସି ଧର୍ମର ବ୍ୟକ୍ତି, ଯେକୌଣସି ପୂଜା ପଦ୍ଧତି ଅନୁସରଣ କରି ପ୍ରଭୁ ଶ୍ରୀରାମଙ୍କଠାରୁ ଆଦର୍ଶରେ ଅନୁପ୍ରାଣିତ ହେବା ଶିଖିବାକୁ ପଡ଼ିବ ।

ଲୋକସଭା ବାଚସ୍ପତି ଓମ ବିର୍ଲା କହିଥିଲେ ଯେ, ପ୍ରଭୁ ରାମଙ୍କ ଶାସନ ଶାସକମାନଙ୍କୁ ରାମରାଜ୍ୟ ଭଳି ଗଢିତୋଳିବାକୁ ପ୍ରେରଣା ଯୋଗାଇଥାଏ। ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଜୀବନଯାପନ କରିବାକୁ ଆମ ସମସ୍ତଙ୍କୁ ପ୍ରଭୁ ଶେରୀରାମ ନୂତନ ପ୍ରେରଣା ଦେଇଥାନ୍ତି । ତାଙ୍କ ଜୀବନର ଆଦର୍ଶ ଏବଂ ମୂଲ୍ୟବୋଧ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଅଯୋଧ୍ୟା, ମଥୁରା , ଦ୍ୱାରକା, ବନାରସ, ହରିଦ୍ୱାର, ଉଜୌନ, ଏବଂ କାଞ୍ଚିପୁରମ୍ ମଧ୍ୟରେ ଅଯୋଧ୍ୟା ଅଧିକ ଆନନ୍ଦଦାୟକ । ସେ କହିଛନ୍ତି, ମୁଁ ଏବଂ ମୋର ପୁରା କ୍ୟାବିନେଟ୍ ଟିମ୍ ଏହି ସହରକୁ ଆସିଛୁ ପ୍ରଭୁଙ୍କୁ ପ୍ରଣାମ କରିବା ପାଇଁ ।

Also Read- ବିଜେଡ଼ି-ବିଜେପି ଛୁଆଙ୍କ ନାମକରଣ କଲା କଂଗ୍ରେସ, ଜାଣନ୍ତୁ କଣ ଦେଇଛି ନାଁ

Also Read- Budh Gochar 2024: ବୁଧଙ୍କ ଚଳନରୁ ଏହି ୩ ରାଶିକୁ ଶୁଭ ଫଳ ମିଳିବ

Read More
{}{}