Hindi News >>Home >>Odisha Trending

Google Office: କୌଣସି ୫ ଷ୍ଟାର ହୋଟେଲଠାରୁ କମ୍ ନୁହେଁ Google ଅଫିସ, କର୍ମଚାରୀଙ୍କୁ ଯୋଗାଇଥାଏ ଏହିସବୁ ବିଳାସପୂର୍ଣ୍ଣ ସୁବିଧା

Google Office: ଗୁଗୁଲ କମ୍ପାନୀରେ କାମ କରିବାକିୃୁ କାହାକୁ ବା ଇଚ୍ଛା ନଥାଏ । ଏହି କମ୍ପାନୀ ତା କର୍ମଚାରୀ ମାନଙ୍କୁ ବହୁ ସୁବିଧା ଯୋଗାଇଥାଏ । ତେବେ ନିକଟରେ ଗୁଗୁଲ ଅଫିସର ଏକ ଫଟୋ ସାମ୍ନାକୁ ଆସିଛି । ଯାହା ଦେଖି ଆପଣ ଭମ୍ରରେ ପଡ଼ିଯିବେ କି ଏହା ଅଫିସ ନା ୫ ଷ୍ଟାର ମଲ ।

Advertisement
ଇଣ୍ଟାଗ୍ରାମ
Stop
Payal Priyadarshini|Updated: Mar 26, 2023, 04:57 PM IST

Google Office: ଗୁଗୁଲ (Google) କୁ କିଏ ବା ନ ଜାଣେ। ଇଣ୍ଟରନେଟ୍ ଜଗତର ବାଦଶାହ ତଥା ବିଶ୍ୱର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ(Search Engine) ହେଉଛି ଗୁଗୁଲ। କାର୍ଲିଫର୍ଣ୍ଣିଆର ମାଉଣ୍ଟେନ୍ ଭିୟୁ ସହରରେ ଏହାର ମୁଖ୍ୟାଳୟ ଅବସ୍ଥିତ। ୧୯୯୮ ମସିହାରେ ସର୍ଗି ବ୍ରିନ ଓ ଲ୍ୟାରି ପେଜ୍‌ଙ୍କ ଦ୍ୱାରା ଗଠିତ ଏହି କମ୍ପାନୀ ପ୍ରଥମେ ଏକ ଅନଲାଇନ ସର୍ଚ୍ଚ ଫାର୍ମ ଭାବେ ନିଜ କାର୍ଯ୍ୟ ଆରମ୍ଭ କରିଥିଲା। ବର୍ତ୍ତମାନ ଏହି କମ୍ପାନୀ ସାରା ପୃଥିବୀରେ ୫୦ରୁ ଉର୍ଦ୍ଧ୍ୱ ସେବା ଯୋଗାଉଛି। ବିଶ୍ୱର ସବୁଠାରୁ ବୃହତ୍ତମ ଟେକ୍‌ ଫାର୍ମ ଭାବେ ଜଣାଶୁଣା ଏହି କମ୍ପାନୀର କାର୍ଯ୍ୟାଳୟ ଗୁଡି଼କ ସମଗ୍ର ପୃଥିବୀରେ ରହିଛି। ମୋଟା ଅଙ୍କର ଦରମା ଛଡା଼ ନିଜ କର୍ମଚାରୀ ମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଏହି କମ୍ପାନୀ ପ୍ରସିଦ୍ଧ। ଟେକ୍‌ ଫାର୍ମ ସହିତ ଜଡିତ ସମସ୍ତ କର୍ମଚାରୀଙ୍କର ଜୀବନରେ ଥରୁଟିଏ ଗୁଗୁଲରେ ଚାକିରି କରିବା ପାଇଁ ସ୍ୱପ୍ନ ଥାଏ।

ଭାରତରେ ମୁମ୍ବାଇ, ବାଙ୍ଗାଲୋର, ହାଇଦ୍ରାବାଦ ଓ ଗୁରଗାଓଁ (ବର୍ତ୍ତମାନର ଗୁରୁଗ୍ରାମ) ରେ ଗୁଗୁଲର କାର୍ଯ୍ୟାଳୟ(Google Office) ରହିଛି। ନିକଟରେ ଜଣେ କର୍ମଚାରୀ ଗୁରୁଗ୍ରାମସ୍ଥିତ କାର୍ଯ୍ୟାଳୟର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯାହାକୁ ଦେଖିକି ଲୋକେ ଏହି ଅଫିସକୁ କୌଣସି ମଲ୍‌ ବୋଲି ଭାବୁଛନ୍ତି। ଏହି କାର୍ଯ୍ୟାଳୟରେ କର୍ମଚାରୀ ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେବାର ବନ୍ଦୋବସ୍ତ ହୋଇଛି। ଅଫିସ କାମ କରିବା ସହିତ କର୍ମଚାରୀ ମାନଙ୍କର ମନୋରଞ୍ଜନ ପାଇଁ ଏଠାକାର ପରିବେଶ ବେଶ କୁଲ ବୋଲି ଜଣାପଡି଼ଛି। ଗୁଗୁଲ କମ୍ପାନୀର ଜଣେ ବରିଷ୍ଠ କର୍ମଚାରୀ ଆଦ୍ୟାଶ୍ରୀ କୁଞ୍ଚଲ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ କରି କାର୍ଯ୍ୟାଳୟ ଭିତରର ଦୃଶ୍ୟ ଦେଖାଇ ଥିଲେ। ଏହା ସହ ଭିଡିଓରେ ସେ କହିଥଲେ ଯେ, ଗୁଗୁଲ ଅଫିସର କ୍ୟାଣ୍ଟିନରେ କର୍ମଚାରୀ ମାନଙ୍କୁ ଉତ୍ତମ ମାନର ଖାଇବା ମାଗଣାରେ ଦିଆଯାଏ। ଏହା ସହ ଡେଜର୍ଟରେ ବିଭିନ୍ନ ପ୍ରକାରର ଖାଦ୍ୟ ପରସା ହୁଏ। ଏହାଛଡା କର୍ମଚାରୀ ମାନଙ୍କର ମନୋରଞ୍ଜନ ପାଇଁ ଇଣ୍ଡୋର ଖେଳର ମଧ୍ଯ ଆୟୋଜନ କରାଯାଇଥାଏ । ତାହା ପାଇଁ ଅଲଗା ସେକ୍ସନ ମଧ୍ଯ ରହିଛି। ମୋଟାମୋଟି ଭାବେ କହିବାକୁ ଗଲେ ଏହି ଅଫିସ କୌଣସି ବଡ଼ ମଲ୍‌ଠାରୁ କମ୍ ନୁହେଁ। ଅଫିସରେ ଜିମ୍‌ ଓ ସ୍ପା କରିବାର ସୁବିଧା ମଧ୍ୟ ରହିଥିବାର ଦେଖିବାକୁ ମିଳୁଛି। ଗୁଗୁଲ ନିଜ କର୍ମଚାରୀଙ୍କ(Google employee) କିପରି ଧ୍ୟାନ ରଖୁଛି ତାହା ଏଥିରୁ ସ୍ପଷ୍ଟ ହେଉଛି।

ଏହାମଧ୍ଯ ପଢନ୍ତୁ-Akanksha Dubey Suicide: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା: ହୋଟେଲ ରୁମରୁ ମିଳିଲା ମୃତଦେହ, ଭାଇରାଲ ହେଉଛି ମୃତ୍ୟୁ ପୂର୍ବର ଭିଡ଼ିଓ

ନିକଟରେ ସାରା ବିଶ୍ୱରେ ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର(Google Layoffs 2023) କରି ଏହି କମ୍ପାନୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଥିଲା। ଚଳିତ ବର୍ଷ ଜାନୁୟାରୀ ମାସରେ ସମଗ୍ର ବିଶ୍ୱରେ ଏହାର ସମୁଦାୟ କର୍ମଚାରୀଙ୍କର ୬ ପ୍ରତିଶତ ଅର୍ଥାତ୍ ମୋଟ ୧୨ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲା। ଏହାସହ ଚଳିତ ବର୍ଷ ବହୁତ କମ୍ ଲୋକଙ୍କୁ ପ୍ରମୋସନ ଦେବା ନେଇ ଏହି କମ୍ପାନୀ ଘୋଷଣା କରିଛି।

Read More
{}{}