Hindi News >>Home >>Odisha Trending

Google Map: ଗୁଗୁଲ୍ ମ୍ୟାପ୍ ୟୁଜର ହୋଇଯାନ୍ତୁ ସାବଧାନ; ନହେଲେ ଏହି ରାସ୍ତାରେ ଆସିଲେ ହଜିଯିବେ ଆପଣ

Google Maps Error: ବେଳେ ବେଳେ ଏପରି ଘଟଣା ଦେଖିବାକୁ ମିଳିଥାଏ ଯେତେବେଳେ ଲୋକେ ଗୁଗୁଲ୍ ମ୍ୟାପ୍ ଦର୍ଶାଉଥିବା ରାସ୍ତାରେ ଯାତ୍ରା କରି ଫସି ଯାଇଥାନ୍ତି।  

Advertisement
 Google Map: ଗୁଗୁଲ୍ ମ୍ୟାପ୍ ୟୁଜର ହୋଇଯାନ୍ତୁ ସାବଧାନ; ନହେଲେ ଏହି ରାସ୍ତାରେ ଆସିଲେ ହଜିଯିବେ ଆପଣ
Stop
Zee Odisha Desk|Updated: Mar 22, 2024, 08:17 PM IST

Google Maps Went Wrong: ସମଗ୍ର ବିଶ୍ୱରେ ସର୍ବାଧିକ ବ୍ୟବହୃତ ହେଉଥିବା ଅନଲାଇନ୍ ମାନଚିତ୍ର ହେଉଛି ଗୁଗୁଲ୍ ମ୍ୟାପ୍। ଯିଏ ଉପଗ୍ରହ ଚିତ୍ର ବ୍ୟବହାର କରିଥାଏ। ପ୍ରତ୍ୟେକ ଦିନ କୋଟି କୋଟି ଲୋକ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଗୁଗୁଲ ମ୍ୟାପ୍ ଉପରେ ନିର୍ଭର କରିଥାନ୍ତି। ହେଲେ ବେଳେବେଳେ ଗୁଗୁଲ ମ୍ୟାପ୍ ମଧ୍ୟ ବିଭ୍ରାନ୍ତ କରିପାରେ। ଗୁଗୁଲ ମ୍ୟାପ୍ ପାଖରେ ଉପଲବ୍ଧ ଥିବା ତଥ୍ୟ ପୁରୁଣା ହୋଇପାରେ କିମ୍ବା ଜିପିଏସ୍ ଅଥବା ଇଣ୍ଟରନେଟ ସହ ଜଡ଼ିତ ଯାନ୍ତ୍ରିକ ସମସ୍ୟା କାରଣରୁ ଏଭଳି ସମସ୍ୟା ଉପୁଜିଥାଏ। ଏପରି ଘଟଣା ଅନେକ ଥର ଘଟିଛି ଯେତେବେଳେ ଗୁଗୁଲ୍ ମ୍ୟାପ୍ ଲୋକଙ୍କୁ ଭୁଲ ରାସ୍ତାରେ ନେଇଯାଇଛି।

ଏବେ କର୍ଣ୍ଣାଟକ କୋଡାଗୁ ଜିଲ୍ଲାରେ ଏପରି ଘଟଣା ଦେଖିବାକୁ ମିଳିଛି। ଏଠାକାର  ସ୍ଥାନୀୟ ଲୋକ ଗୁଗୁଲ ମ୍ୟାପ୍ ଭୁଲ ରାସ୍ତା ଦର୍ଶାଇବା ସମସ୍ୟାକୁ ନେଇ ଏକ ମଜାଳିଆ ସାଇନ୍ ବୋର୍ଡ ଲଗାଇଥିଲେ। ଏହି ସାଇନ୍ ବୋର୍ଡ ଯାତ୍ରୀଙ୍କୁ ଗୁଗୁଲ୍ ମ୍ୟାପ୍ ଦ୍ୱାରା ପ୍ରଦର୍ଶିତ ମାର୍ଗ ଅନୁସରଣ ନକରିବାକୁ ଏବଂ କ୍ଲବ୍ ମହିନ୍ଦ୍ରା ରିସର୍ଟ ଠାରେ ପହଞ୍ଚିବା ପାଇଁ ଅନ୍ୟ କିଛି ମାର୍ଗ ବାଛିବାକୁ ପରାମର୍ଶ ଦେଇଥାଏ। କୋଡାଗୁ କନେକ୍ଟ ନାମକ ଏକ ସୋସିଆଲ ମିଡିଆ ଆକାଉଣ୍ଟ ଏହି ସାଇନ୍ ବୋର୍ଡ ଫଟୋ ଚିତ୍ର ସେୟାର କରିଥିଲା।ସ ଯେଉଁଥିରେ ଲେଖାଯାଇଛି ଯେ ଗୁଗୁଲ ହେଉଛି ଭୁଲ। ଏହି ରାସ୍ତା କ୍ଲବ ମହିନ୍ଦ୍ରା ରିସୋର୍ଟ ଆଡ଼କୁ ଯାଏ ନାହିଁ। ଏହି ସାଇନବୋର୍ଡ ସ୍ଥାନୀୟ ଲୋକ ଲଗାଇଥିଲେ। ଯେଉଁମାନେ ଗୁଗୁଲ ମ୍ୟାପ୍ ଦୱାରା ବିଭ୍ରାନ୍ତ ହେବା କାରଣରୁ ପର୍ଯ୍ୟଟକ ରାସ୍ତା ହରାଇବାକୁ ଚିନ୍ତିତ ରହିଥିଲେ। ଅନେକ ଲୋକ ନିଜେ ମଧ୍ୟ କହିଥିଲେ ଯେ ଗୁଗୁଲ୍ ମ୍ୟାପ୍ ସେମାନଙ୍କୁ କିପରି ଭୁଲ୍ ରାସ୍ତାରେ ନେଇଗଲା। ଅନେକ ଲୋକ ଏହି ପୋଷ୍ଟ ଉପରେ ସେମାନଙ୍କ ମତାମତ ମଧ୍ୟ ଦେଇଛନ୍ତି।

 

ପୋଷ୍ଟ ଉପରେ ପର୍ଯ୍ୟଟକଙ୍କୁ ଭଲ ଉପଦେଶ ଦେଲେ ଲୋକେ
ଜଣେ ଉପଭୋକ୍ତା ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ମୋ ଭଳି ଜଣେ ସ୍ଥାନୀୟ ଗାଇଡ୍ ଏହି ଭୁଲ ତଥ୍ୟକୁ ସଂଶୋଧନ କରିଥାନ୍ତେ। ହେଲେ ଗୁଗୁଲ ପାଖରେ ଏକ ଆଡମିନ ଟିମ୍ ରହିଛି। ଯେଉଁମାନେ ଏଡିଟ୍ ପ୍ରତ୍ୟାଖ୍ୟାନ କରିବାକୁ ବହୁତ ପସନ୍ଦ କରିଥାନ୍ତି। ଗୁଗୁଲ ପାଖରୁ କେହି ଆସି ଏହାକୁ ସଂଶୋଧନ କରିଦେଲେ ଭଲ ହେବ। ଯେପର୍ଯ୍ୟନ୍ତ ଏହି ଭୁଲ ସଂଶୋଧିତ ହୋଇନାହିଁ ସେ ପର୍ଯ୍ୟନ୍ତ ଲୋକ ଏହା ଦ୍ୱାରା ବିଭ୍ରାନ୍ତିର ଶୀକାର ହେବେ। ଅନେକ ଲୋକ କହିଛନ୍ତି ଯେ ଗୁଗଲ୍ ମ୍ୟାପ୍ ବିଶେଷ ଭାବରେ ପାହାଡ଼ିଆ ଅଞ୍ଚଳରେ ଭ୍ରମଣ କରିବା ସମୟରେ ସମ୍ପୂର୍ଣ୍ଣ ବିଶ୍ୱାସ କରାଯାଇ ପାରିବ ନାହିଁ। ଅନ୍ୟ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି ଯେ ଯେତେବେଳେ  ଆମେ ପର୍ବତ ଉପରକୁ ଚଢିଥାଉ, ସେତେବେଳେ ଗୁଗୁଲ ଆମକୁ ଭୁଲ ରାସ୍ତା କହିଥାଏ। ଗୁଗୁଲ ହଠାତ୍ ଆମକୁ ଏକ ରାସ୍ତାକୁ ନେଇ ଯାଇଥିଲା ଯେଉଁଠାରେ ଆମେ ୮୦ କିଲୋମିଟର ଠାରୁ ଅଧିକ ଯାତ୍ରା କରିଥିଲୁ। ପରେ ହୃଦୟଙ୍ଗମ କରିଥିଲୁ ଯେ ଆମେ ଭୁଲ୍ ରାସ୍ତାରେ ଅଛୁ। ପରେ ଜଣେ ସ୍ଥାନୀୟ ଲୋକ ଆମକୁ ସଠିକ୍ ରାସ୍ତା କହିଥିଲେ।

Read More
{}{}