Hindi News >>Home >>Odisha Trending

Sunder Pichai: ପାକିସ୍ତାନ କ୍ରୀଡ଼ାପ୍ରେମୀଙ୍କୁ ଏପରି ଜବାବ ଦେଲେ ଗୁଗୁଲ ସିଇଓ, ପଢିଲେ ହସି ହସି ବେଦମ ହେବେ

ଭାରତ ଓ ପାକିସ୍ତାନ ମ୍ୟାଚର ହାଇଲାଇଟସ ଦେଖି ଦୀପାବଳି ପାଳିଲେ ଗୁଗୁଲ ସିଇଓ ସୁନ୍ଦର ପିଚାଇ। ଏନେଇ ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି। 

Advertisement
Sunder Pichai: ପାକିସ୍ତାନ କ୍ରୀଡ଼ାପ୍ରେମୀଙ୍କୁ ଏପରି ଜବାବ ଦେଲେ ଗୁଗୁଲ ସିଇଓ, ପଢିଲେ ହସି ହସି ବେଦମ ହେବେ
Stop
Prabhudatta Moharana|Updated: Oct 24, 2022, 06:31 PM IST

Sunder Pichai: ନୂଆଦିଲ୍ଲୀ: ଚଳିତ ଟି ଟ୍ୱେଣ୍ଟି ବିଶ୍ୱକପରେ ରବିବାର ପାକିସ୍ତାନ ଓ ଭାରତ ମଧ୍ୟରେ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଏକ ହାଇଭୋଲଟେଜ ମ୍ୟାଚକୁ ଦେଖିଥିଲା ସମଗ୍ର ବିଶ୍ୱ। ଏକ ରୋମାଞ୍ଚକର ପରିସ୍ଥିତି ମଧ୍ୟରେ ଭାରତ ବିଜୟ ଲାଭ କରିଥିଲା। ଏହାକୁ ନେଇ ସମଗ୍ର ବିଶ୍ୱରୁ ଭାରତ ଓ ବିରାଟ କୋହଲିଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ବିଶ୍ୱର ପ୍ରମୁଖ କ୍ରୀଡ଼ାପ୍ରେମୀ ତଥା ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ପ୍ରଶଂସା କରିଛନ୍ତି। ଏହାରି ମଧ୍ୟରେ ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କ ଏକ ଟ୍ୱିଟ ବେଶ ଭାଇରାଲ ହେବାରେ ଲାଗିଛି। ଏହାକୁ ଯିଏ ପଢ଼ୁଛି ହସି ହସି ବେଦମ ହେଉଛି। ଖାଲି ଏତିକି ନୁହେଁ, ତାଙ୍କ ପୋଷ୍ଟ ପାଇଁ ସୁନ୍ଦରଙ୍କୁ ସମର୍ଥନ ମଧ୍ୟ କରୁଥିବା ଦେଖିବାକୁ ମିଳିଛି। 

ମ୍ୟାଚର ଫଳାଫଳକୁ ନେଇ ସୁନ୍ଦର ଭାରତକୁ ଶୁଭେଚ୍ଛା ଜଣାଇବା ସହିତ ଦୀପାବଳି ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ସେ ତାଙ୍କ ବାର୍ତ୍ତାରେ ଲେଖିଥିଲେ କି Happy diwali ! Hope Everyone celebrating has a great time with your friends and family. I celebrated by watching the last three overs again today. What a game and performance. ଅର୍ଥାତ ସମସ୍ତଙ୍କୁ ଦୀପାବଳି ଶୁଭେଚ୍ଛା... ଭାବୁଛି ସମସ୍ତେ ବନ୍ଧୁ ତଥା ପରିବାରବର୍ଗଙ୍କ ସହିତ ଦୀପାବଳି ପାଳନ କରୁଥିବେ। ମୁଁ ଗତକାଲିର ଶେଷ ତିନି ଓଭର ଦେଖି ଦୀପାବଳି ପାଳନ କରିଛି। 

ସୁନ୍ଦରଙ୍କ ଟ୍ୱିଟରେ ମହମ୍ମଦ ସାହାଜିବ ନାମକ ଜଣେ ଟ୍ୱିଟର ୟୁଜର ଉତ୍ତର ଦେଇ ଲେଖିଛନ୍ତି କି ତୁମେ ନିଶ୍ଚିତ ଭାବେ ପ୍ରଥମ ତିନି ଓଭର (କୌଣସି ଦଳର ନାଁ ଉଲ୍ଲେଖ କରିନାହାନ୍ତି) ଦେଖିବାର ଆବଶ୍ୟକ ରହିଛି। ଏକ ମଜାଦାର ଢଙ୍ଗରେ ନିଜର ଜବାବ ରଖିଛନ୍ତି ସୁନ୍ଦର ପିଚାଇ। ସୁନ୍ଦର ନିଜର ଜବାବରେ ଲେଖିଛନ୍ତି କି Did That Too :) what a spell from bhuvi and arshdeep। ଅର୍ଥାତ ଭାରତର ପ୍ରଥମ ତିନି ଓଭର ଖେଳ ଦେଖିଛନ୍ତି। ଭୁବି ଓ ଅର୍ଶଦୀପ ଦଳ ପାଇଁ ଜବରଦସ୍ତ ବୋଲିଂ କରିଛନ୍ତି ପ୍ରଥମ ତିନି ଓଭରରେ। ଏହାପରେ ଉକ୍ତ ପାକ ପ୍ରଶଂସକ ଆଉ କୌଣସି ଜବାବ ଦେଇନାହାନ୍ତି। କିନ୍ତୁ ସୁନ୍ଦର ପିଚାଇଙ୍କ ଏହି ଜବାବ ବେଶ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ଭାରତୀୟ କ୍ରିକେଟ ପ୍ରଶଂସକମାନେ ବେଶ ସମର୍ଥନ ଜଣାଇଛନ୍ତି। 

ସୂଚନାଯୋଗ୍ୟ ଗତକାଲି ଏହି ମ୍ୟାଚରେ ଭାରତକୁ ୧୬୦ରନର ଟାର୍ଗେଟ ଦେଇଥିବା ପାକିସ୍ତାନ। ତେବେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ୬ ଓ୍ୱିକେଟ ହରାଇ ଭାରତ ଏହି ମ୍ୟାଚକୁ ଜିତି ନେଇଥିଲା। ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖିନ ହୋଇଥିବା ଭାରତ ପରାଜୟର ସମ୍ମୁଖିନ ହୋଇଥିଲା। ଏହି ସମୟରେ ବିରାଟ କୋହଲି ରକ୍ଷଣଶୀଳ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ। 

ଅଧିକ ପଢନ୍ତୁ: Babar Azam IND vs PAK T20 World Cup 2022: ଭାରତଠୁ ହାରିବା ପରେ ଡ୍ରେସିଂ ରୁମରେ ବାବର ଆଜମଙ୍କ ଜୋରଦାର ସ୍ପିଚ୍, ମ୍ୟାଚର ଭିଲେନ ପାଲଟିଥିବା ଏହି ଖେଳାଳିଙ୍କୁ କହିଲେ ଏସବୁ କଥା

Read More
{}{}