Hindi News >>Home >>Odisha Trending

Hindi teaching in American Schools: ଆମେରିକା ବିଦ୍ୟାଳୟରେ ପଢି ପାରିବେ ହିନ୍ଦୀ !

Hindi teaching in American Schools: ଆପଣ ଆମେରିକାରେ ରହୁଛନ୍ତି କି ? ଆପଣ ନିଜ ପିଲାର ଶିକ୍ଷାକୁ ନେଇ ଚିନ୍ତିତ କି ? ତାହେଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ।

Advertisement
Hindi teaching in American Schools: ଆମେରିକା ବିଦ୍ୟାଳୟରେ ପଢି ପାରିବେ ହିନ୍ଦୀ !
Stop
Soubhagya Ranjan Mishra|Updated: Jul 02, 2023, 04:27 PM IST

Hindi teaching in American Schools: ଆମେରିକାରେ ରହୁଥିବା ଭାରତୀୟଙ୍କ ପାଇଁ ଏକ ଖୁସି ଖବର (Good News) ଆସିଛି । ଯେଉଁମାନେ ନିଜ ପିଲାଙ୍କ ହିନ୍ଦୀ ଶିକ୍ଷା (Hindi Education)କୁ ନେଇ ଚିନ୍ତିତ ସେମାନଙ୍କ ପାଇଁ ଏକ ନୂଆ ସୁଯୋଗ ସୃଷ୍ଟି ହେବାକୁ ଯାଉଛି । ଆଗକୁ ଆମେରିକା ସ୍କୁଲରେ ହିନ୍ଦୀ ଭାଷାରେ ଶିକ୍ଷାଦାନ ଆରମ୍ଭ ହୋଇପାରେ । ଏ ସମ୍ପର୍କରେ ରାଷ୍ଟ୍ରପତି ବିଡେନଙ୍କୁ (President biden) ଏକ ପ୍ରସ୍ତାବ ଦାଖଲ କରାଯାଇଛି। ଗଣମାଧ୍ୟମ ରିପୋର୍ଟ ମୁତାବକ ଡେମୋକ୍ରାଟିକ୍ ପାର୍ଟି (Democratic Party) ସହ ଜଡିତ ଏସିଆ ସୋସାଇଟି ଏବଂ ଇଣ୍ଡିଆନ୍ ଆମେରିକୀୟ ଇମ୍ପାକ୍ଟର ପ୍ରତିନିଧୀମାନେ ଏହି ପଦକ୍ଷେପ ନେଇଛନ୍ତି । ଏହା ଅଧୀନରେ ପ୍ରାୟ ୧ ହଜାର ବିଦ୍ୟାଳୟରେ ୮୧୬ କୋଟି ଟଙ୍କା ପାଣ୍ଠି ଖର୍ଚ୍ଚ ହେବା ସହିତ ହିନ୍ଦୀ ବିଷୟରେ ଶିକ୍ଷା ଆରମ୍ଭ କରିବା ପାଇଁ ଏକ ପ୍ରସ୍ତାବ ଦିଆଯାଇଛି।

ଯଦି ଉକ୍ତ ରିପୋର୍ଟ ଗୁଡିକୁ ବିଶ୍ୱାସ କରାଯାଏ ତେବେ ବିଡେନ୍ ପ୍ରଶାସନର ମନୋଭାବ ଭାରତ ପାଇଁ ସକରାତ୍ମକ ଥିବାରୁ ଏହି ପ୍ରସ୍ତାବକୁ ଅନୁମୋଦନ କରାଯିବ। ଏହା ବ୍ୟତୀତ ଆମେରିକାରେ ବହୁ ସଂଖ୍ୟକ ଭାରତୀୟ ଲୋକେ ଉଭୟ ନିଯୁକ୍ତି ଓ ବାଣିଜ୍ୟ କାରବାର କରୁଛନ୍ତି । ଏଭଳି ପରିସ୍ଥିତିରେ ହିନ୍ଦୀ ପାଠ୍ୟକ୍ରମ (Hindi Curriculum) ଆରମ୍ଭ କରିବା ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ​​ମଧ୍ୟ ଡେମୋକ୍ରାଟିକ୍ ପାର୍ଟିକୁ ଲାଭ ଦେଇପାରେ।

ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ ।
ଆପଣଙ୍କୁ ଏହା ସୂଚନା ଦେବାକୁ ଚାହୁଁ ଯେ, ଆମେରିକାର ହାଇସ୍କୁଲ ସ୍ତରରେ ହିନ୍ଦୀ ପାଠ୍ୟକ୍ରମ ଚାଲିଛି । କିନ୍ତୁ ସେମାନଙ୍କର ଶିକ୍ଷା ମୌଳିକ ସ୍ତରରେ ଅଛି । ଆହୁରି ମଧ୍ୟ, ଉଚ୍ଚ ବିଦ୍ୟାଳୟ ସ୍ତରରେ ଥିବାରୁ ପିଲାମାନେ ଏହାକୁ ସହଜରେ ଶିଖିବାରେ ସକ୍ଷମ ନୁହଁନ୍ତି । ଏଭଳି ପରିସ୍ଥିତିରେ ପ୍ରାଥମିକ ଶ୍ରେଣୀରୁ ହିନ୍ଦୀ ଶିକ୍ଷା ଲାଭ କରିବା ଦ୍ୱାରା ଛାତ୍ରମାନେ ଉପକୃତ ହେବେ ।

ଏହି ଦେଶରେ ହିନ୍ଦୀ ଶିକ୍ଷା ପ୍ରଦାନ କରାଯାଉଛି ।
ଆପଣଙ୍କୁ ଏହା ମଧ୍ୟ ଜଣାଇବାକୁ ଚାହିଁବୁ ଯେ, ହିନ୍ଦୀ ଭାଷା ବିଶ୍ୱ ସ୍ତରରେ ବହୁ ମାନ୍ୟତା ପାଇଛି । ବର୍ତ୍ତମାନ ଏହା ଅନେକ ଦେଶରେ ଅଧ୍ୟୟନ କରାଯାଉଛି । ଏଥିମଧ୍ୟରେ ମରିସସ୍, ଫିଜି, ଜାପାନ, ଇଟାଲୀ, ନେପାଳ, ଦକ୍ଷିଣ ଆଫ୍ରିକା, ଫିନଲ୍ୟାଣ୍ଡ ଏବଂ ଏହିପରି ଅନେକ ଦେଶ ଅନ୍ତର୍ଭୁକ୍ତ । ଏହା ବ୍ୟତୀତ ନିକଟରେ ବ୍ରିଟେନ ମଧ୍ୟ ଏହି ଏକାଡେମିକ୍ ଅଧିବେଶନରୁ  ୧୫୦୦ ବିଦ୍ୟାଳୟରେ ହିନ୍ଦୀ ଭାଷା ଶିକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ସେଠାରେ ସରକାର ୨ କୋଟି ଟଙ୍କା ବଜେଟ୍ ମଧ୍ୟ ଆବଣ୍ଟନ କରିଛନ୍ତି।

ପ୍ରବାସୀ ଭାରତୀୟଙ୍କ ଖୁସି ।

ଏହି ଖବର ଜଣା ପଡିବା ପରେ ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟମାନେ ଅତ୍ୟନ୍ତ ଖୁସି ପ୍ରକାଶ କରୁଛନ୍ତି । ସେମାନେ ଆମେରିକାରେ ନିଜ ପିଲାଙ୍କୁ କେବଳ ଇଂରାଜୀରେ ପାଠ ପଢାଉଥିଲେ କାରଣ ରହୁଥିବା ସ୍ଥାନ ନିକଟରେ ହିନ୍ଦୀ ପଢାଇବାର ସୁବିଧା ସୁଯୋଗ ନଥିଲା । କିନ୍ତୁ ନିଜ ପିଲାଙ୍କୁ ଭାରତୀୟ ରାଷ୍ଟ୍ରୀୟ ଭାଷା ସହିତ ଅଭ୍ୟସ୍ତ କରାଇବାକୁ ଅଭିଭାବକଙ୍କ ମନରେ ଇଚ୍ଛା ରହିଥିଲା । ତେବେ ଏପରି ହେବାଦ୍ୱାରା ପିଲାମାନେ କେବଳ ହିନ୍ଦୀ ପଢେବେ ତାହା ନୁହେଁ ବରଂ ଭାରତୀୟ ଭାଷା ସହିତ ଅନ୍ତରଙ୍ଗ ହେବାର ସୁଯୋଗ ପାଇବେ ବୋଲି ଜଣେ ଅଭିଭାବକ କହିଛନ୍ତି । ଏଥିସହ କେବଳ ପାଠ ନୁହେଁ ହିନ୍ଦୀ ଭାଷାରେ ସେମାନେ ଭାରତୀୟ ସଂସ୍କୃତି ଓ ପରମ୍ପରା ବିଷୟରେ ମଧ୍ୟ ଅବଗତ ହୋଇପାରିବେ ବୋଲି ଅନ୍ୟ ଜଣେ ଅଭିଭାବକ ପ୍ରକାଶ କରିଛନ୍ତି । ଅନ୍ୟପଟେ ଯେଉଁମାନେ ନୂଆକରି ବର୍ତ୍ତମାନ ଭାରତରୁ ଆମେରିକା ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ମଧ୍ୟ ଅତ୍ୟନ୍ତ ଖୁସି ପ୍ରକାଶ କରିଛନ୍ତି ।

Also read- Love Story: ଇଟା ଭାଟ୍ଟିରୁ ବିବାହ ବେଦୀ... ନିଆରା ଏ ପ୍ରେମ କାହାଣୀ

Read More
{}{}