Hindi News >>Home >>Odisha Trending

Free Ration: ଖୁସି ଖବର, ୨୦୨୮ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ !

PMGKAY: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଆନ୍ନ ଯୋଜନା (PMGKAY)କୁ ପାଞ୍ଚ ବର୍ଷ ବଢାଇବାକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି।

Advertisement
Free Ration: ଖୁସି ଖବର, ୨୦୨୮ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ !
Stop
Soubhagya Ranjan Mishra|Updated: Mar 17, 2024, 02:42 PM IST

Ration Card: ମୁଖ୍ୟ ନିର୍ବାଚନ କମିଶନର ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିସାରିଛନ୍ତି । ଚଳିତ ବର୍ଷ ସମଗ୍ର ଦେଶରେ ସାତଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ଶେଷ ହେବ। ସାଧାରଣ ଲୋକଙ୍କ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା ମୋଦୀ ସରକାର ଆରମ୍ଭ କରିଥିଲେ। ପ୍ରତିଟି ସରକାରୀ ଯୋଜନାର ଲାଭ ପାଉଛନ୍ତି କୋଟି କୋଟି ହିତାଧିକାରୀ । ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳ ତଥା କୋଭିଡ -19 ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ମାଗଣା ରାସନ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା ।

ଭାରତ ସରକାରଙ୍କ ଏହି ଯୋଜନା ଅନୁଯାୟୀ ଦେଶର ପ୍ରାୟ ୮୧ କୋଟି ଲୋକଙ୍କୁ ୨୦୨୮ ପର୍ଯ୍ୟନ୍ତ ମାଗଣା ରାସନ ମିଳିବ । ନଭେମ୍ବର ୨୦୨୩ ରେ, କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY)କୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଅନୁମୋଦନ ଦିଆଯାଇଥିଲା । ବର୍ତ୍ତମାନ ଏହି ଯୋଜନାକୁ ଆଗକୁ ନେବା ପାଇଁ କେନ୍ଦ୍ର ସରକାର ପ୍ରାୟ ୧୧.୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ। 

କେଉଁ ରାସନ ମିଳିବ ?
ଆପଣଙ୍କୁ କହିରଖୁଛୁ ଯେ, କୋଭିଡ ମହାମାରୀକୁ ରୋକିବା ପାଇଁ ବନ୍ଦ ପାଳନ କରାଯାଉଥିଲା । ସେହି ସମୟରେ କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଆରମ୍ଭ କରିବାର ଏକ ମହତ ଉଦ୍ଦେଶ୍ୟ ରହିଥିଲା । ବନ୍ଦ ସମୟରେ ଯେପରି ସାଧାରଣ ଜନତା ହଇରାଣ ହରକତ ନହୁଅନ୍ତି ଏବଂ ଖାଦ୍ୟର ଅଭାବ ନରହୁ ସେଥିପାଇଁ ସରକାର ଏହି ଯୋଜନା କରିଥିଲେ । ମାଗଣା ରାସନ ଯୋଜନା ଅନୁଯାୟୀ, ସରକାର ଗରିବ ଲୋକଙ୍କ ପରିବାରକୁ ମାସିକ ୫ କିଲୋଗ୍ରାମ ଚାଉଳ ଏବଂ ୫ କିଲୋଗ୍ରାମ ଗହମ ମାଗଣାରେ ଯୋଗାଉଛନ୍ତି । ଏହା ବ୍ୟତୀତ ପ୍ରତ୍ୟେକ ପରିବାରକୁ ୧ କିଲୋ ଡାଲି ମଧ୍ୟ ମାଗଣାରେ ଦିଆଯାଇଥାଏ ।

କିପରି ମିଳେ ରାସନ ?
ଅଧିକ ଖାଦ୍ୟ ଶସ୍ୟ ଯୋଗାଇବା ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ରେ ୨୦୨୦ ରେ ଆରମ୍ଭ ହୋଇଥିବା ଏହି ଯୋଜନାକୁ କେନ୍ଦ୍ର ସରକାର ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ପ୍ରାୟ ୭୫ ପ୍ରତିଶତ ଗ୍ରାମୀଣ ଏବଂ ୫୦ ପ୍ରତିଶତ ସହରୀ ଜନସଂଖ୍ୟା ଅନ୍ତର୍ଭୁକ୍ତ ରହିଛି । ସରକାର ପ୍ରଦାନ କରିଥିବା ରାସନକୁ ଫେୟାର ପ୍ରାଇସ୍ ଦୋକାନ (FPS) ମାଧ୍ୟମରେ ସାଧାରଣ ଲୋକଙ୍କୁ ବଣ୍ଟନ କରାଯାଇଛି । ହିତାଧିକାରୀମାନେ ସେମାନଙ୍କର ରାସନ କାର୍ଡ ମାଧ୍ୟମରେ ରାସନ ସୁବିଧା ପାଉଛନ୍ତି ।

ସରକାରଙ୍କ ଏହି ଯୋଜନାର ଲାଭ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଲୋକଙ୍କ ପାଇଁ ପ୍ରଯୁଜ୍ୟ। ଏହି ଯୋଜନାର ଲାଭ ପାଇବା ପାଇଁ ହିତାଧିକାରୀଙ୍କ ପାଖରେ ଏକ ବୈଧତା ଥିବା ରାସନ କାର୍ଡ ରହିବା ନିହାତି ଆବଶ୍ୟକ । ଯଦି ଆପଣଙ୍କର ରାସନ କାର୍ଡ ନାହିଁ, ତେବେ ଆପଣ ଆପଣଙ୍କର ନିକଟତମ FPS କିମ୍ବା ଖାଦ୍ୟ ବିଭାଗ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିପାରିବେ । ଏହି ଯୋଜନା ଗରିବ ଏବଂ ଅଭାବୀ ଲୋକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କର ମୌଳିକ ଆବଶ୍ୟକତା ପୂରଣ କରିବାରେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଖୁବ ସାହାଯ୍ୟ କରିଥାଏ ।

Also Read- Petrol Price: ଲାକ୍ଷାଦ୍ୱୀପ ଏଣ୍ଡ୍ରାଟ ଏବଂ କଳାପାଣି ଦ୍ୱୀପରେ ପେଟ୍ରୋଲ ୧୫ଟଙ୍କା ହ୍ରାସ

Also Read- Guru Gochar Phala 2024: ୨୦୨୫ ପର୍ଯ୍ୟନ୍ତ ସବୁକିଛି ହେବ ଭଲ, ଏହି ରାଶି ଉପରେ ଦେବଗୁରୁଙ୍କ କୃପା2

{}{}