Hindi News >>Home >>Odisha Trending

Indigo Fuel Charge Cut: ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର, ଶସ୍ତା ହେବ ଟିକେଟ୍ !

IndiGo Airline: ନୂଆ ବର୍ଷ ପ୍ରଥମ ସପ୍ତାହରେ ବିମାନ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଯଦି ଆପଣ ଇଣ୍ଡିଗୋ ବିମାନରେ ଯାତ୍ରା କରିବେ ତେବେ ଆପଣଙ୍କୁ ଟିକେଟ୍ ବାବଦକୁ କମ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ ।

Advertisement
Indigo Fuel Charge Cut: ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର, ଶସ୍ତା ହେବ ଟିକେଟ୍ !
Stop
Soubhagya Ranjan Mishra|Updated: Jan 04, 2024, 04:43 PM IST

Indigo Fuel Charge Cut: ନୂଆ ବର୍ଷ ପ୍ରଥମ ସପ୍ତାହରେ ବିମାନଯାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ଯଦି ଆପଣ ଆଗକୁ ଇଣ୍ଡିଗୋ ବିମାନରେ ଯାତ୍ରା କରନ୍ତି, ତେବେ ଆପଣଙ୍କୁ ଟିକେଟ୍ ଖର୍ଚ୍ଚ ବାବଦକୁ କମ୍ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ । କାରଣ ଏୟାରଲାଇନ୍ସ ପକ୍ଷରୁ ଗୁରୁବାର ଏହା ଘୋଷଣା କରାଯାଇଛି ଯେ, ଯାତ୍ରୀଙ୍କ ପାଇଁ ଆଉ ଇନ୍ଧନ ଚାର୍ଜ ରହିବ ନାହିଁ ।

ମିଳିଥିବା ସୂଚନା ମୁତାବକ ବିମାନ କମ୍ପାନୀ ଇଣ୍ଡିଗୋ ଇନ୍ଧନ ଚାର୍ଜ ସମ୍ପର୍କରେ ଜାରି କରିଥିବା ଏକ ବିବୃତ୍ତିରେ ସୂଚନା ଦେଇଛି ଯେ, ଇନ୍ଧନ ସରଚାର୍ଜ ହଟାଇବା କାରଣରୁ ଇଣ୍ଡିଗୋ ଏୟାରଲାଇନ୍ ଖୁସି ପ୍ରକଟ କରିଛି । ଆଜିଠାରୁ ଏହା ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଚଳାଚଳରେ କାର୍ଯ୍ୟକାରୀ ହୋଇଛି । ବିମାନ ଚଳାଚଳ ଇନ୍ଧନ କିମ୍ବା ବିମାନ ଟର୍ବାଇନ ଇନ୍ଧନର ମୂଲ୍ୟ ହ୍ରାସ ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଏୟାରଲାଇନ୍ସ କହିଛି।

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଇନ୍ଧନ ସରଚାର୍ଜ କମିବା ଫଳରେ ତାହା ବିମାନ ଭଡା ଉପରେ ମଧ୍ୟ ପ୍ରଭାବ ପକାଇପାରେ । ୫୦୦ କିଲୋମିଟରରୁ କମ୍ ଯାତ୍ରା ପାଇଁ ପାଖାପାଖି ୩ଶହ ଟଙ୍କା, ୧ ହଜାର କିଲୋମିଟର ଯାତ୍ରା ପାଇଁ  ୪ଶହ ଟଙ୍କା,  ୧୫ଶହ କିଲୋମିଟର ଯାତ୍ରା ପାଇଁ ୫୫୦ ଟଙ୍କା ଏବଂ ତା’ଠାରୁ ଅଧିକ ବିମାନ ଯାତ୍ରା ପାଇଁ  ୧ ହଜାର ଟଙ୍କା ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଚାର୍ଜ କରାଯାଉଥିଲା ।  ଏୟାର ଇନ୍ଧନ ବିମାନ ଚଳାଚଳ ମୂଲ୍ୟର ପାଖାପାଖି ୪୦ ପ୍ରତିଶତ ରହିଥାଏ । ଯେତେବେଳେ ବିମାନ ଇନ୍ଧନର ମୂଲ୍ୟ ବଢିଥାଏ ସେତେବେଳେ ବିମାନଯାତ୍ରାରେ ମଧ୍ୟ ଏହାର ପ୍ରଭାବ ପଡିଥାଏ । କାରଣ ବିମାନ କମ୍ପାନୀ ଗୁଡିକ ଟିମଟ ମୂଲ୍ୟରେ ପରିବର୍ତ୍ତନ କରିଥାନ୍ତି । ଯାହା ଯାତ୍ରୀମାନଙ୍କ ପକେଟ୍ ଉପରେ ସିଧାସଳଖ ପ୍ରଭାବ ପକାଏ ।

Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Also Read- ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେନି ପୁରୀ ଶଙ୍କରାଚାର୍ଯ୍ୟ

{}{}