Hindi News >>Home >>Odisha Trending

ଗ୍ରାହକଙ୍କୁ ବଡ଼ ଭେଟି: ଶସ୍ତା ହେଲା LPG ସିଲିଣ୍ଡର ଦାମ୍

LPG Price: ମଧ୍ୟପ୍ରଦେଶର ଭୋପାଳରେ ୧୭୦୪ ଟଙ୍କାରେ ବର୍ତ୍ତମାନ କମର୍ସିଆଲ ଗ୍ୟାସ  ସିଲିଣ୍ଡର ମିଳିପାରିବ ଏବଂ ଉତ୍ତରପ୍ରଦେଶର ଲକ୍ଷ୍ନୋରେ ଏହି ରେଟ୍ ୨୦୫୦ ଟଙ୍କାକୁ ଖସିଆସିଛି । ସେହି ପରି କମର୍ସିଆଲ ସିଲିଣ୍ଡର ଭୁବନେଶ୍ୱରରେ ୨୦ ଟଙ୍କା ହ୍ରାସ ହୋଇ ୧୮୯୬.୫୦ ହୋଇଛି।  

Advertisement
LPG Price In Odisha
Stop
Zee Odisha Desk|Updated: Jun 01, 2024, 10:45 PM IST

LPG Price In Odisha: ଆଜିଠାରୁ ଜୁନ୍ ମାସ ଆରମ୍ଭ ହୋଇଛି। ନୂଆ ମାସର ପଥମ ଦିନରୁ ସାଧାରଣ ଜନତାଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ସରକାର । ଆଜିଠାରୁ ୭୨ ଟଙ୍କା କମ୍ ମୂଲ୍ୟରେ ମିଳିବ ଏଲପିଜି ସିଲିଣ୍ଡର । ଅଏଲ କମ୍ପାନୀମାନଙ୍କ କହିବା ଅନୁସାରେ, ୧୯ କେ.ଜି କମର୍ସିଆଲ ସିଲିଣ୍ଡରର ଦାମ ପରିବର୍ତ୍ତନ କରାଯାଇଛି । କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦାମ୍ ୭୨ ଟଙ୍କା ହ୍ରାସ ହୋଇଥିବା ବେଳେ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଲଗାତାର ତୃତୀୟ ମାସରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର କମ୍ ହୋଇଛି । ତେବେ ଜୁନ୍ ୧ ତାରିଖରୁ ଏହି ନୂଆ ରେଟ୍ ଲାଗୁ କରିବା ପାଇଁ IOCLର ୱେବସାଇଟରେ ଜାରି କରାଯାଇଛି ।

ଦିଲ୍ଲୀରେ ସିଲିଣ୍ଡରର ଦାମ୍ ୬୯.୫୦ ଟଙ୍କା ହ୍ରାସ ପାଇଥିବା ବେଳେ ବର୍ତ୍ତମାନର ନୂଆ ମୂଲ୍ୟ ୧୬୭୬ ଟଙ୍କାରେ ପହଞ୍ଚିଛି। ସେହିପରି କୋଲକାତାରେ ସିଲିଣ୍ଡରର ଦାମ୍ ୭୨ ଟଙ୍କା ହ୍ରାସ ପାଇଛି । ବର୍ତ୍ତମାନ କୋଲକାତା ସହରରେ ସିଲିଣ୍ଡରର ମୂଲ୍ୟ ୧୭୮୭ ଟଙ୍କାରେ ପାଇପାରିବେ ଗ୍ରାହକ। ମୁମ୍ବାଇରେ ସିଲିଣ୍ଡରର ଦାମ୍ ୬୯.୫୦ ଟଙ୍କା ହ୍ରାସ ପରେ ୧୬୨୯ ଟଭ୍କାରେ ଅଟକିଥିବା ବେଳେ ଚେନ୍ନାଇରେ ୧୮୪୦.୫୦ ଟଙ୍କା ରହିଛି ନୂଆ ସିଲିଣ୍ଡରର ମୂଲ୍ୟ । ଚଣ୍ଡୀଗଡ଼ରେ ୧୯ କେ.ଜି କମର୍ସିଆଲ ସିଲିଣ୍ଡର ୧୬୯୭ ଟଙ୍କା ରହିଥିବା ବେଳେ ପାଟନାରେ ଏହି ନୂଆ ରେଟ୍ ୧୯୩୨ରେ ପହଞ୍ଚିଛି । ମଧ୍ୟପ୍ରଦେଶର ଭୋପାଳରେ ୧୭୦୪ ଟଙ୍କାରେ ବର୍ତ୍ତମାନ କମର୍ସିଆଲ ଗ୍ୟାସ  ସିଲିଣ୍ଡର ମିଳିପାରିବ ଏବଂ ଉତ୍ତରପ୍ରଦେଶର ଲକ୍ଷ୍ନୋରେ ଏହି ରେଟ୍ ୨୦୫୦ ଟଙ୍କାକୁ ଖସିଆସିଛି । ସେହି ପରି କମର୍ସିଆଲ ସିଲିଣ୍ଡର ଭୁବନେଶ୍ୱରରେ ୨୦ ଟଙ୍କା ହ୍ରାସ ହୋଇ ୧୮୯୬.୫୦ ହୋଇଛି।

ଲଗାତାର ତୃତୀୟ ମାସରେ ଏହି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ୍ ହ୍ରାସ ପାଇଛି । ମେ’ ୧ ତାରିଖରେ ଅଏଲ ମାର୍କେଟିଙ୍ଗ କମ୍ପାନୀ ୧୯ କିଲୋ କର୍ମସିଆଲ ସିଲିଣ୍ଡର ଦାମ୍ ୧୯ ଟଙ୍କା କମ୍ ହୋଇଥିଲା। ମେ’ ମାସରେ ସିଲିଣ୍ଡର ଦାମ୍ କମ୍ ହୋଇଥିବା ବେଳେ ଦିଲ୍ଲୀରେ ଏହା ୧୭୪୫.୫୦ ଟଙ୍କାରେ ରହିଥିଲା । ଏହାବ୍ୟତୀତ କେଲାକାତାରେ ୧୮୫୯ ଟଙ୍କା, ମୁମ୍ବାଇରେେ ୧୬୯୮.୫୦ ଟଙ୍କା, ଚେନ୍ନାଇରେ ୧୯୧୧ ଟଙ୍କା ରହିଥିଲା ।

(Written By- Tapasa Gyanadarshini)

Read More
{}{}