Hindi News >>Home >>Odisha Trending

Gold Price Hike: ଦେଶରେ ଆହୁରି ମହଙ୍ଗା ହେବ ସୁନା, କମୁଛି ଆମଦାନୀ

Gold Price Hike: ଭାରତକୁ ସୁନା ଯୋଗାଉଥିବା ବିଦେଶୀ ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ଯୋଗାଣ ହ୍ରାସ କରିଛନ୍ତି। ଚୀନ୍ ଏବଂ ତୁର୍କୀ ପରି ଦେଶରେ ସୁନା ଉପରେ ଭଲ ପ୍ରିମିୟମ ହେତୁ ବ୍ୟାଙ୍କଗୁଡ଼ିକ ଭାରତ ଅପେକ୍ଷା ଏହି ଦେଶରେ ଅଧିକ ସୁନା ବିକ୍ରି ଆରମ୍ଭ କରିଛନ୍ତି।

Advertisement
Gold Price Hike: ଦେଶରେ ଆହୁରି ମହଙ୍ଗା ହେବ ସୁନା, କମୁଛି ଆମଦାନୀ
Stop
Prabhudatta Moharana|Updated: Oct 05, 2022, 12:59 PM IST

Gold Price Hike: ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ପାର୍ବଣର ଋତୁ ଜାରି ରହିଛି। ଏହି ଋତୁରେ ତମାମ ଦେଶରେ ସୁନାର ବ୍ୟବସାୟ ବେଶ ଭଲ ହୋଇଥାଏ। ତେବେ ଏହି ପାର୍ବଣ ସମୟରେ ଯେଉମାନେ ସୁନା କିଣିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଦୁଃଖଦ ଖବର। କାରଣ ଆଗାମୀ କିଛି ଦିନ ମଧ୍ୟରେ ସୁନା ଦର ବଢିବାର ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁଯାୟୀ ବିଗତ ବର୍ଷ ଅପେକ୍ଷା ୧୧ ପ୍ରତିଶତ ଚାହିଦା ଅଧିକ ରହିଛି। ସେପଟେ ଭାରତର ହାଜିରା ବଜାରରେ ସୁନା ଦରରେ ବୃଦ୍ଧି ଘଠିଛି। ଦିଲ୍ଲୀର ସରାଫ ବଜାରରେ ସୁନା ଦର ଭରି ପ୍ରତି ୫୦ ହଜାର ଡେଇଁଛି। ଏଠାରେ ୯୮୦ ଟଙ୍କା ବୃଦ୍ଧି ପାଇଁ ୫୧ ୭୧୮ ଟଙ୍କା ଛୁଇଁଛି। ଭାରତରେ ସୁନା ଦଲ ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି। 

ଭାରତକୁ ସୁନା ଯୋଗାଉଥିବା ବିଦେଶୀ ବ୍ୟାଙ୍କଗୁଡ଼ିକ ବର୍ତ୍ତମାନ ଯୋଗାଣ ହ୍ରାସ କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ତିନିଜଣ ବ୍ୟାଙ୍କ ଅଧିକାରୀ ଏବଂ ଦୁଇ ଜଣ ଓ୍ୱାଲ୍ଟ ଅପରେଟର କହିଛନ୍ତି ଯେ ଚୀନ୍ ଏବଂ ତୁର୍କୀ ଭଳି ଦେଶରେ ସୁନା ଉପରେ ଅଧିକ ପ୍ରିମିୟମ ଥିବାରୁ ବ୍ୟାଙ୍କଗୁଡ଼ିକ ଏହି ଦେଶଗୁଡ଼ିକରେ ଭାରତ ଅପେକ୍ଷା ଅଧିକ ସୁନା ବିକ୍ରି କରିଥିଲେ। ପାର୍ବଣ ସମୟରେ ପ୍ରମୁଖ ପର୍ବ ପୂର୍ବରୁ ଭାରତରେ ସୁନା ଆମଦାନୀରେ ଆଖିଦୃଶିଆ ହ୍ରାସ ଘଟିଛି। 

ଭାରତରେ ସେପ୍ଟେମ୍ବର ମାସରେ ଭାରତରେ ସୁନା ଆମଦାନୀ ବାର୍ଷିକ ୩୦ ପ୍ରତିଶତ ହ୍ରାସ ପାଇଛି। ସେପ୍ଟେମ୍ବର ୨୦୨୨ରେ ସୁନା ଆମଦାନୀ ୬୮ ଟନକୁ ଖସି ଆସିଛି। ଏଥି ସହିତ ତୁର୍କୀର ସୁନା ଆମଦାନୀ ୫୪୩ ପ୍ରତିଶତ ବୃଦ୍ଧି ପାଇଛି। ହଂକଂ ମାଧ୍ୟମରେ ଚୀନ ସୁଦ୍ଧ ସୁନା ଆମଦାନୀ ଅଗଷ୍ଟରେ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ହୋଇ ଚାରି ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଯଦି ଆମେ ଦଶହରା ସମୟରେ ସୁନାର ମୂଲ୍ୟ ଉପରେ କହିବା ତେବେ ୨୦୨୦ରେ ଦଶହରା ସମୟରେ ସୁନା ମୂଲ୍ୟ ୫୦୮୫୮ ଥିଲା। ୨୦୨୧ରେ ସୁନା ହାର ୪୭,୯୬୭ ଥିଲା। ଏଥର ମୂଲ୍ୟ ପାଖାପାଖି ୫୨୦୦୦ ଛୁଇଁବାର ସମ୍ଭାବନା ରହିଛି। 

ମଙ୍ଗଳବାର ସୂତ୍ରରୁ ପ୍ରକାଶ ଯେ ଆଇସିବିସି ଷ୍ଟାଣ୍ଡାର୍ଡ ବ୍ୟାଙ୍କ, ଜେପି ମୋର୍ଗାନ ଏବଂ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ​​ହେଉଛି ଭାରତର ପ୍ରମୁଖ ସୁନା ଯୋଗାଣକାରୀ। ପର୍ବ ପୂର୍ବରୁ ସେମାନେ ଅଧିକ ସୁନା ଆମଦାନୀ କରନ୍ତି ଏବଂ ଏହାକୁ ନିଜ ଭାଲ୍ଟରେ ରଖନ୍ତି, କିନ୍ତୁ ବର୍ତ୍ତମାନ ଏକ ବର୍ଷ ପୂର୍ବେ ଆମଦାନୀ ହୋଇଥିବା ସୁନାର ମାତ୍ର ୧୦ ପ୍ରତିଶତରୁ କମ୍ ସେମାନଙ୍କ ଷ୍ଟକରେ ରହିଯାଇଛି। ମୁମ୍ବାଇର ଜଣେ ଷ୍ଟକ ଅଧିକାରୀ କହିଛନ୍ତି ଯେ ପର୍ବ ଋତୁରେ କିଛି ଟନ୍ ସୁନା ସେଫରେ ରହିବା ଉଚିତ୍, କିନ୍ତୁ ବର୍ତ୍ତମାନ ଷ୍ଟକରେ ମାତ୍ର କିଛି କିଲୋ ସୁନା ବାକି ଅଛି। ଜେପି ମୋର୍ଗାନ୍, ଆଇସିବିସି ଏବଂ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ​​ବର୍ତ୍ତମାନ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି।

ଗତ ବର୍ଷ ପର୍ବ ଋତୁରେ ଆନ୍ତର୍ଜାତୀୟ ମାନଦଣ୍ଡ ମୂଲ୍ୟଠାରୁ ଭାରତରେ ସୁନା ମୂଲ୍ୟ ପ୍ରାୟ ୪ ଡଲାର ଅଧିକ ଥିଲା। କିନ୍ତୁ, ଏଥର ପ୍ରତି ଅନ୍ସରେ ମାତ୍ର ୧ ରୁ ୨ ଡଲାର ପ୍ରିମିୟମ ମିଳୁଛି। ଏଥି ସହିତ, ସୁନାରେ ସବୁଠାରୁ ବଡ ବଜାର ଚାଇନାରେ ସୁନା ଉପରେ ପ୍ରିମିୟମ ହେଉଛି ୨୦-୪୫ ଡଲାର। ଏଥି ସହିତ ତୁର୍କୀରେ ସୁନା ଉପରେ ପ୍ରିମିୟମ ଅନ୍ସ ପିଛା ୮୦ ଡଲାର ଅଟେ। ମୁମ୍ବାଇରେ ଏକ ପ୍ରମୁଖ ସୁନା ଯୋଗାଣକାରୀ ବ୍ୟାଙ୍କର ଜଣେ ଅଧିକାରୀ କହିଛନ୍ତି ଯେ ବ୍ୟାଙ୍କଗୁଡିକ ଯେଉଁଠାରେ ଅଧିକ ମୂଲ୍ୟ ପାଇବେ ସେଠାରେ ବିକ୍ରୟ କରିବେ। ଚାଇନା ଏବଂ ତୁର୍କୀର ହାର ତୁଳନାରେ ଭାରତରେ ଏହି ହାର କିଛି ନୁହେଁ। ସେଥିପାଇଁ ସୁନା ଯୋଗାଣକାରୀ ବ୍ୟାଙ୍କ ଚୀନ୍ ଏବଂ ତୁର୍କୀ ଉପରେ ଧ୍ୟାନ ଦେଇଛନ୍ତି ବୋଲି ସେ କହିଛନ୍ତି।

Read More
{}{}