Hindi News >>Home >>Odisha Trending

Gold Rate Today: ପୁଣି ବଢିଲା ସୁନା ଦର, ଜାଣନ୍ତୁ କେଉଁ ସହରରେ କ’ଣ ରହିଛି ରେଟ୍

Gold Rate: ଯଦି ଆପଣ (Gold Price Today) ସୁନା କିଣିବା ନେଇ ଯୋଜନା କରୁଛନ୍ତି ତେବେ, ଏହି ଖବରଟି ଆପଣଙ୍କ ପାଇଁ ।  ଲଗାତର ଭାବେ ସୁନା ଦର ହ୍ରାସ ହେବା ପରେ ଆଜି ପୁଣି ଥରେ ଦର ବଢିଛି । ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର। 

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 11, 2023, 12:40 PM IST

Gold Rate Today in India: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ (occasion) । ସେପଟେ ଦିନ କେଇଟା ପରେ ଆରମ୍ଭ ହୋଇଯିବ ବିବାହ ସିଜିନ୍ (Wedding Season)। ଯଦି ଆପଣ (Gold Price Today) ସୁନା କିଣିବା ନେଇ ଯୋଜନା କରୁଛନ୍ତି ତେବେ, ଏହି ଖବରଟି ଆପଣଙ୍କ ପାଇଁ ।  ଲଗାତର ଭାବେ ସୁନା ଦର ହ୍ରାସ ହେବା ପରେ ଆଜି ପୁଣି ଥରେ ଦର ବଢିଛି । ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର। 

କେଉଁ ସହରରେ ସୁନା ଦର କେତେ ରହିଛି ?

ନୂଆଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଦର ଆଜି ୧୦ ଗ୍ରାମ୍ ପିଛା ୫୩,୮୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୫୮,୬୮୦ ଟଙ୍କା ରହିଛି । ମଙ୍ଗଳାବାର ଦିନ ୨୨ କ୍ୟାରେଟ୍ ସୁନା ଦର ୫୩,୫୦୦ ଟଙ୍କା ଓ ୨୪ କ୍ୟାରେଟ୍ ସୁନା ଦର ୫୮,୩୫୦ ଟଙ୍କା ଥିଲା।

ସେହିପରି ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ଭରି ପିଛା ୫୩,୬୫୦ ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦାମ୍ ୫୮,୫୩୦ ରହିଛି। ଚେନ୍ନାଇରେ ସୁନା ଦର ୧୦ ଗ୍ରାମ୍ ପିଛା ୨୨ କ୍ୟାରେଟ୍ ସୁନା ଦର ୫୩,୭୨୦ ଟଙ୍କା ରହିଛି । ସେହିପରି, ୨୪ କ୍ୟାରେଟ ସୁନାର ଭରି ପିଛା ୫୮,୬୦୦ ଟଙ୍କା ରହିଛି। 

ଅନ୍ୟପଟେ, କୋଲକାତାରେ ୨୨ କ୍ୟାରେଟ୍ ସୁନା ଦାମ୍ ଭରି ପିଛା ୫୩,୬୫୦ ଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ଭରି ପିଛା  ୫୮,୫୩୦  ରହିଛି। ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୫୩,୬୫୦ ଟଙ୍କା ରହିଛି। ସେହିପରି ୨୪ କ୍ୟାରେଟ୍ ସୁନା ଦର ଭରି ପିଛା  ୫୮,୫୩୦ ଟଙ୍କା ରହିଛି । ସେହିପରି ରୂପା ଦର କେଜି ପିଛା ୭୫,୦୦୦ ରହିଛି। ପାର୍ବଣ ଋତୁରେ ସୁନା ଦର ଶସ୍ତା ହେବା ନେଇ ଆଶା ରହିଥିବା ବେଳେ ଇସ୍ରାଏଲ-ହମାସ ଯୁଦ୍ଧ ଯୋଗୁଁ ଦର ବୃଦ୍ଧି ପାଇଛି ।

Also Read-ହମାସକୁ ଆଇଏସ୍‍ଆଇଏସ୍‍ ସହ ତୁଳନା କଲେ ବାଇଡେନ୍‍, ଆମେରିକାକୁ ଦାୟୀ କଲା ଋଷ

{}{}