Hindi News >>Home >>Odisha Trending

Gold Rate Today: ପୁଣି ସୁନା ଦର ବୃଦ୍ଧି, କିଣିବା ପୂର୍ବରୁ ଦେଖି ନିଅନ୍ତୁ ଓଡ଼ିଶାରେ ଭରି ପିଛା ଦର..

Gold Rate Today: ଏବେ ବିବାହ ଋତୁ ଚାଲିଛି। କିଛି ଦିନ ହେବ ସୁନା ଦର କ୍ରମାଗତ ଭାବେ ଖସିଥିଲା ବେଳେ ଆଜି ପୁଣି ଥରେ ସୁନା ଦରରେ ପରିବର୍ତ୍ତନ ହୋଇଛି ।  ପୁଣି ବେଲଗାମ୍ ହୋଇଛି ସୁନା ଦର।  ଆଜି ଭାରତୀୟ ବଜାରରେ ସୁନା ଦର ବୃଦ୍ଧି ପାଇଛି।  (gold price Hike today )। ଯଦି ଆପଣ ଆଜି ସୁନା କିଣିବା ପାଇଁ ଯୋଜନା ରଖିଛନ୍ତି । 

Advertisement
Gold Rate Today: ପୁଣି ସୁନା ଦର ବୃଦ୍ଧି, କିଣିବା ପୂର୍ବରୁ ଦେଖି ନିଅନ୍ତୁ ଓଡ଼ିଶାରେ ଭରି ପିଛା ଦର..
Stop
Priyambada Rana|Updated: Feb 08, 2024, 09:45 AM IST

Gold Rate Today: ଏବେ ବିବାହ ଋତୁ ଚାଲିଛି। କିଛି ଦିନ ହେବ ସୁନା ଦର କ୍ରମାଗତ ଭାବେ ଖସିଥିଲା ବେଳେ ଆଜି ପୁଣି ଥରେ ସୁନା ଦରରେ ପରିବର୍ତ୍ତନ ହୋଇଛି ।  ପୁଣି ବେଲଗାମ୍ ହୋଇଛି ସୁନା ଦର।  ଆଜି ଭାରତୀୟ ବଜାରରେ ସୁନା ଦର ବୃଦ୍ଧି ପାଇଛି।  (gold price Hike today )। ଯଦି ଆପଣ ଆଜି ସୁନା କିଣିବା ପାଇଁ ଯୋଜନା ରଖିଛନ୍ତି । ତେବେ, ନଜର ପକାନ୍ତୁ ଆଜି ସୁନା ଦର କେଉଁ ସହରରେ କେତେ ରହିଛି। ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୮,୦୧୦ ଟଙ୍କା ରହିଛି ଯାହାକି ଗତ କାଲି ଅପେକ୍ଷା ୧୦ ଟଙ୍କା ବୃଦ୍ଧି ପାଇଛି। ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୬୩, ୨୪୦ ଯାହା କି ଗତ କାଲି ଥିଲା ୬୩, ୨୩୦।

ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ(Bhubaneswar) ଏବେ ଦଶ ଗ୍ରାମ ପ୍ରତି ୨୨ କ୍ୟାରେଟ ସୁନା ମୁଲ୍ୟ ୫୮,୦୧୦ ଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୩, ୨୪୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୭,୪୬୦ ଟଙ୍କା ରହିଛି। ସମାନ ଭାବରେ ମାୟାନଗରୀ ମୁମ୍ବାଇରେ ମଧ୍ୟ ସୁନା ଭରି ୨୨ କ୍ୟାରେଟର ଦାମ୍ ୫୮,୦୧୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୩, ୨୪୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ରହିଛି ୪୭,୪୬୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି।

ସେହିପରି ଦକ୍ଷିଣ ଭାରତ ପ୍ରମୁଖ ସହର ଭାବରେ ଜଣାଶୁଣା ଚେନ୍ନାଇରେ(Chennai) ୨୨ କ୍ୟାରେଟର ସୁନା ଦାମ୍ ୫୮,୫୧୦  ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୩,୮୩୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୭,୯୩୦ ଟଙ୍କା ରହିଛି । ସେହିପରି ଦେଶର ରାଜଧାନୀ ନୂଆ ଦିଲ୍ଲୀରେ ୨୨ କ୍ୟାରେଟର ଦାମ୍ ୫୮,୧୬୦  ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୩,୩୪୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୭,୫୯୦ ଟଙ୍କା ରହିଛି। ସେହିପରି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ(Kolkata) ଯଥାକ୍ରମେ ୨୨ କ୍ୟାରେଟ ସୁନାର ଦାମ୍ ୫୮,୦୧୦ ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ରହିଛି ୬୩, ୨୪୦ ଟଙ୍କା, ସେହିପରି ୧୮ କ୍ୟାରେଟ ସୁନା ମୂଲ୍ୟ ୪୭,୪୬୦ ଟଙ୍କା ରହିଛି ।

Read More
{}{}