Hindi News >>Home >>Odisha Trending

Gold Rate Today: ଶସ୍ତା ହେଲା ସୁନା, ରାଜ୍ୟରେ ୧୦ ଗ୍ରାମ ସୁନାକୁ ରହିଛି ଏତିକି ଟଙ୍କା

Gold And Silver Price Today: ଗ୍ରାହକଙ୍କ ପାଇଁ ଖୁସି ଖବର।  ସପ୍ତାହରେ ଶେଷରେ ଖସିଲା ସୁନା ରେଟ୍ । ବିବାହ ସିଜିନରେ ସୁନା ରେଟ୍ ଖସିବା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି।  ଯଦି ଆପଣ ଆଜି ସୁନା କିଣିବାକୁ ଯୋଜନା ରଖିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍ ?

Advertisement
Gold Rate Today: ଶସ୍ତା ହେଲା ସୁନା, ରାଜ୍ୟରେ ୧୦ ଗ୍ରାମ ସୁନାକୁ ରହିଛି ଏତିକି ଟଙ୍କା
Stop
Zee Odisha Desk|Updated: Feb 24, 2024, 10:17 AM IST

Gold And Silver Price Today: ଗ୍ରାହକଙ୍କ ପାଇଁ ଖୁସି ଖବର।  ସପ୍ତାହରେ ଶେଷରେ ଖସିଲା ସୁନା ରେଟ୍ । ବିବାହ ସିଜିନରେ ସୁନା ରେଟ୍ ଖସିବା ଗ୍ରାହକଙ୍କୁ ଆଶ୍ବସ୍ତି ଦେଇଛି।  ଯଦି ଆପଣ ଆଜି ସୁନା କିଣିବାକୁ ଯୋଜନା ରଖିଛନ୍ତି । ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍ ?

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୪୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୨,୭୨୦ ଟଙ୍କା ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟରେ ସୁନା ରେଟ୍ ମାତ୍ର ୧୦ ଟଙ୍କା ଖସିଛି । ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୬୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୨,୮୭୦ ଟଙ୍କା ରହିଛି। ଏବଂ ସେହିପରି ରୂପା କେଜି ପିଛା ୧୦୦ ଟଙ୍କା ଖସି ୭୪,୪୦୦ ରେ ପହଞ୍ଚିଛି। 

ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୪୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍  ୬୨,୭୨୦ ଟଙ୍କା ରହିଛି । ୨୨ -୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା କମିଛି। ଅନ୍ୟପଟେ, ଚେନ୍ନାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ୍ ମୂଲ୍ୟ ୫୭,୯୪୦ ଟଙ୍କା ରହିଛି ଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୬୩,୨୧୦ ଟଙ୍କା ରହିଛି।  ସେହିପରି, ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୭,୪୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍  ୬୨,୭୨୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା ଦର ଖସିଛି।  ଏବଂ ରୂପା କେଜି ପିଛା ୧୦୦ ଟଙ୍କା ଖସି ୭୫,୯୦୦ ରହିଛି । ସେହିପରି, କଟକରେ ବି ସୁନା-ରୂପା ଦରରେ ହ୍ରାସ ଘଟିଛି।

 

Read More
{}{}