Hindi News >>Home >>Odisha Trending

Gold Price: ୩ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା ସୁନା

ଏଠାରେ କହି ରଖୁ କି ସୁନାର ଦର ତାହାର ମାନ ଉପରେ ଧାର୍ଯ୍ୟ କରାଯାଇଥାଏ। ଏଥିରେ ୨୪ କ୍ୟାରେଟ, ୨୩ କ୍ୟାରେଟ, ୨୨ କ୍ୟାରେଟ, ୧୮ କ୍ୟାରେଟ, ୧୪ କ୍ୟାରେଟରେ ସୁନା ମିଳିଥାଏ। ଏହି ସମୟରେ ୧୪ କ୍ୟାରେଟ ମାନ ବିଶିଷ୍ଟ ସୁନାର ଦର ଭରି ପ୍ରତି ୩୨୮୨୦ ଟଙ୍କା ରହିଛି। ତେବେ ଆପଣ ୧୪ କ୍ୟାରେଟ ସୁନା ପାଖାପାଖି ୩୩ ହଜାର ଟଙ୍କାରେ କିଣିପାରିବେ।

Advertisement
Gold Price: ୩ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେଲା ସୁନା
Stop
Zee Odisha Desk|Updated: Mar 06, 2023, 03:35 PM IST

Gold Price: ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ସୁନା (Gold Price) କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ମାତ୍ର ୩୩ ହଜାର ଟଙ୍କାରେ ଆପଣ ସୁନା (Gold Ornaments) ଅଳଙ୍କାର କିଣିବାର ସୁଯୋଗ ରହିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX Gold Rate)ରେ ସୁନା (Gold) ଓ ରୂପା (Silver) ମୂଲ୍ୟରେ ବୃଦ୍ଧି ଘଟିଛି। କିନ୍ତୁ ବର୍ତ୍ତମାନ ରେକର୍ଡ ସ୍ତରର ସୁନା ଦରରେ ହ୍ରାସ ହୋଇଛି। ପାଖପାଖି ୩ ହଜାର ଟଙ୍କା ଶସ୍ତାରେ ସୁନା ବଜାରରେ ମିଳୁଛି। ତେବେ ମଲ୍ଟି କମୋଡ଼ିଟି ଏକ୍ସଚେଞ୍ଜରେ ଆଜିର ଦର ଉପରେ ଆସନ୍ତୁ ଟିକେ ନଜର ପକାଇବା...

MCXରେ କଣ ରହିଛି ସୁନା ଓ ଚାନ୍ଦିର ଦର
ମଲ୍ଟି କମୋଡ଼ିଟି ଏକ୍ସଚେଞ୍ଜରେ ଆଜି ସୁନା ଦରରେ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଥିଲା। ମଲ୍ଟି କମୋଡ଼ିଟି ଏକ୍ସଚେଞ୍ଜରେ ୦.୩୦ ପ୍ରତିଶତ ଦର ବୃଦ୍ଧି ସହିତ ଭରି ପ୍ରତି ୫୫,୮୮୮ ରେ ସୁନା ବିକ୍ରି ହେଉଛି। ସେହିପରି ବଜାର ବନ୍ଦ ବେଳକୁ ଭରି ପ୍ରତି ୫୫,୭୨୧ ଟଙ୍କା ରହିଥିଲା। ଏହା ବ୍ୟତୀତ ଚାନ୍ଦି ଦରରେ ମଧ୍ୟ ପରିବର୍ତ୍ତନ ହୋଇଛି। ଚାନ୍ଦି ଦରରେ ୦.୪୨ ପ୍ରତିଶତ ବୃଦ୍ଧି ଘଟିଛି। ଏହି ଦର ବୃଦ୍ଧି ପାଇବା ପରେ ଚାନ୍ଦି କିଲୋ ପ୍ରତି ୬୪,୬୭୪ରେ ବିକ୍ରି ହେଉଛି। 

୩୩ ହଜାର ଟଙ୍କାରେ ମିଳୁଛି ସୁନା
ଏଠାରେ କହି ରଖୁ କି ସୁନାର ଦର ତାହାର ମାନ ଉପରେ ଧାର୍ଯ୍ୟ କରାଯାଇଥାଏ। ଏଥିରେ ୨୪ କ୍ୟାରେଟ, ୨୩ କ୍ୟାରେଟ, ୨୨ କ୍ୟାରେଟ, ୧୮ କ୍ୟାରେଟ, ୧୪ କ୍ୟାରେଟରେ ସୁନା ମିଳିଥାଏ। ଏହି ସମୟରେ ୧୪ କ୍ୟାରେଟ ମାନ ବିଶିଷ୍ଟ ସୁନାର ଦର ଭରି ପ୍ରତି ୩୨୮୨୦ ଟଙ୍କା ରହିଛି। ତେବେ ଆପଣ ୧୪ କ୍ୟାରେଟ ସୁନା ପାଖାପାଖି ୩୩ ହଜାର ଟଙ୍କାରେ କିଣିପାରିବେ। 

୨୯୯୪ ଟଙ୍କା ଶସ୍ତା ହେଲା ସୁନା
IBJAର ଓ୍ୱେବ ସାଇଟ ଅନୁଯାୟୀ ଫେବୃଆରୀ ୨୦୨୩ରେ ସୁନା ଦର ରେକର୍ଡ ସ୍ତରରେ ରହିଥିଲା। ଏହି ଦିନ ସୁନା ଦର ସର୍ବାଧିକ ୫୮,୮୮୨ ରହିଥିଲା। ତେବେ ଏହି ଦରକୁ ଆମେ ଯଦି ତୁଳନା କରିବା ବର୍ତ୍ତମାନ ସମୟରେ ସୁନା ଭରି ପ୍ରତି ୨୯୯୪ ଟଙ୍କା ଶସ୍ତା ହୋଇଛି। ତେବେ ସୁନା କିଣିବା ପୂର୍ବରୁ ଆପଣଙ୍କୁ କିଛିଟା ପ୍ରସଙ୍ଗ ଉପରେ ଧ୍ୟାନ ଦେବାକୁ ହେବ। ଆପଣ ଯେତେବେଳେ ସୁନା କିଣିବେ ସେହି ସମୟରେ ଆପଣ ହଲମାର୍କ ଉପରେ ଧ୍ୟାନ ନିଶ୍ଚିତ ଭାବେ ଦେବେ। ସେହିପରି ସୁନାର ମାନକୁ ଯାଞ୍ଚ କରିବାକୁ ହେଲେ ଆପ ସରକାରୀ ଓ୍ୱେବସାଇଟ  BIS Care appକୁ ବ୍ୟବହାର କରିପାରିବେ। ଏହା ବ୍ୟତୀତ ଆପ ଏହି ଆପ ମାଧ୍ୟମରେ ଅଭିଯୋଗ ମଧ୍ୟ କରିପାରିବେ। 

Read More
{}{}