Hindi News >>Home >>Odisha Trending

Gold Price Today: ସୁନା ବଜାରରେ ନିଆଁ, ଦର ବୃଦ୍ଧି ଗ୍ରାହକଙ୍କୁ କଲା ଛାନିଆ

Gold Silver Price:  ଆଜି ସୁନା ଦର ବୃଦ୍ଧି ରେକର୍ଡ଼ ଭାଙ୍ଗିଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ଆଜି ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...  

Advertisement
Gold Price Today: ସୁନା ବଜାରରେ ନିଆଁ, ଦର ବୃଦ୍ଧି ଗ୍ରାହକଙ୍କୁ କଲା ଛାନିଆ
Stop
Narmada Behera|Updated: Jul 06, 2024, 12:31 PM IST

Gold Silver Price: ବିବାହ ସିଜିନରେ ସୁନା ବଜାରରେ ନିଆଁ।  ସୁନାର ଅହେତୁକ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଗ୍ରାହକ।  ବିଶ୍ବ ବଜାରରେ ଲାଗି ରହିଥିବା ଅସ୍ଥିରତା ପ୍ରଭାବରୁ ବଢି ଚାଲିଛି ସୁନା ଦର।  ଆଜିର ଦର ବୃଦ୍ଧି ରେକର୍ଡ଼ ଭାଙ୍ଗିଛି। ଯଦି ଆପଣ ଆଜି ସୁନା କିଣିବା ପାଇଁ ଆଜି ଯୋଜନା କରୁଛନ୍ତି । ତେବେ, ଏହି ଖବରଟି ଆପଣଙ୍କ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ଦର।...  

Also Read: Petrol Diesel Price Today: ଭୁବନେଶ୍ୱରରେ କମିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଲିଟର ପିଛା କେତେ ଖସିଲା ରେଟ୍?

Also Read: Sun Venus Transit 2024: ସୂର୍ଯ୍ୟ-ଶୁକ୍ରଙ୍କ କୃପାରୁ ଖୋଲିବ ଏହିସବୁ ରାଶିଙ୍କ ଭାଗ୍ୟ, ଆକସ୍ମିକ ଧନପ୍ରାପ୍ତିର ରହିଛି ଯୋଗ!

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭, ୬୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍  ୭୩,୮୦୦ ଟଙ୍କା ରହିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଆଜି ୨୨ କ୍ୟାରେଟ୍ ରେ ୬୫୦ ଓ ୨୪ କ୍ୟାରେଟ୍ ରେ ୭୧୦ ଟଙ୍କା ବୃଦ୍ଧି ପାଇଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୮୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୩,୯୫୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୬୫୦ ଓ ୨୪ କ୍ୟାରେଟ୍ ରେ ୭୧୦ ଟଙ୍କା ବୃଦ୍ଧି ପାଇଛି।  ସେହିପରି, ମାୟାନଗରୀ ମୁମ୍ବାଇରେ  ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭, ୬୫୦ ଟଙ୍କା ହୋଇଥିବା ବେଳେ  ୨୪ କ୍ୟାରେଟର ଦାମ୍ ୭୩,୮୦୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ରେ ୬୫୦ ଓ ୨୪ କ୍ୟାରେଟ୍ ରେ ୭୧୦ ଟଙ୍କା ଦର ବୃଦ୍ଧି ପାଇଛି।

ସେହିପରି, ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୮,୨୦୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୪,୪୦୦ ଟଙ୍କା ରହିଛି। ୨୨ କ୍ୟାରେଟରେ ମାତ୍ର ୬୦୦ ଟଙ୍କା ଓ ୨୪ କ୍ୟାରେଟ୍ ରେ ୬୫୦ ଟଙ୍କା ବୃଦ୍ଧି ପାଇଛି।  ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭,୬୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୩,୮୦୦ ଟଙ୍କା ରହିଛି । ତେବେ, ରାଜଧାନୀ ଭୁବନେଶ୍ବରରେ ଆଜି ୨୨ କ୍ୟାରେଟ୍ ରେ ୬୫୦ ଓ ୨୪ କ୍ୟାରେଟ୍ ୭୧୦ ଟଙ୍କା ବୃଦ୍ଧି ହୋଇଛି।

{}{}