Hindi News >>Home >>Odisha Trending

Gold Price: ସୁନା ଗ୍ରାହକଙ୍କ ପାଇଁ ଲାଗିଲା ଲଟେରୀ, ୨୦୬୪ ଟଙ୍କା ଖସିଲା ଦର

  ଚଳିତ ବାଣିଜ୍ୟ ସପ୍ତାହର ପଞ୍ଚମ ତଥା ଶେଷ ଦିନରେ ସୁନା (Gold) ୧୦ ଗ୍ରାମ ପିଛା ୬୪୮ ଟଙ୍କା ମହଙ୍ଗା ହୋଇ ୫୯,୫୮୨ ଟଙ୍କା ପ୍ରତି ହୋଇଗଲା। ଏହାପୂର୍ବରୁ, ଗୁରୁବାର ପୂର୍ବ ବାଣିଜ୍ୟ ଦିନରେ ସୁନା ୧୦ ଗ୍ରାମ ପିଛା ୩୩୦ ଟଙ୍କା ଶସ୍ତା ହୋଇ ୧୦ ଗ୍ରାମ ପିଛା ୫୮,୯୩୪ ଟଙ୍କାରେ ବନ୍ଦ (closed) ହୋଇଯାଇଥିଲା। ଶୁକ୍ରବାର (friday) ଦିନ ସୁନା ସହିତ

Advertisement
Gold Price: ସୁନା ଗ୍ରାହକଙ୍କ ପାଇଁ ଲାଗିଲା ଲଟେରୀ, ୨୦୬୪ ଟଙ୍କା ଖସିଲା ଦର
Stop
Soubhagya Ranjan Mishra|Updated: Jun 17, 2023, 02:28 PM IST

Gold Price :  ଚଳିତ ବାଣିଜ୍ୟ ସପ୍ତାହର ପଞ୍ଚମ ତଥା ଶେଷ ଦିନରେ ସୁନା (Gold) ୧୦ ଗ୍ରାମ ପିଛା ୬୪୮ ଟଙ୍କା ମହଙ୍ଗା ହୋଇ ୫୯,୫୮୨ ଟଙ୍କା ପ୍ରତି ହୋଇଗଲା। ଏହାପୂର୍ବରୁ, ଗୁରୁବାର ପୂର୍ବ ବାଣିଜ୍ୟ ଦିନରେ ସୁନା ୧୦ ଗ୍ରାମ ପିଛା ୩୩୦ ଟଙ୍କା ଶସ୍ତା ହୋଇ ୧୦ ଗ୍ରାମ ପିଛା ୫୮,୯୩୪ ଟଙ୍କାରେ ବନ୍ଦ (closed) ହୋଇଯାଇଥିଲା। ଶୁକ୍ରବାର (friday) ଦିନ ସୁନା ସହିତ ରୂପା ଦର (silver price) ମଧ୍ୟ ବଢ଼ିଥିବା ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ରୂପା ୧୩୫୮ ଟଙ୍କା ବୃଦ୍ଧି ହୋଇ କିଲୋ ଗ୍ରାମ ପିଛା ୭୨,୪୨୦ ଟଙ୍କାରେ ପହଞ୍ଚିଛି। ଏହାପୂର୍ବରୁ ଗୁରୁବାର ଦିନ ରୂପା ୧୧୪୩ ଟଙ୍କା ବଢ଼ି କିଲୋ ଗ୍ରାମ ପିଛା ୭୧,୦୬୨ ଟଙ୍କାରେ ପହଞ୍ଚିଥିଲା।

୧୪ ରୁ ୨୪ କ୍ୟାରେଟ୍ ସୁନା ଦର 
ଶୁକ୍ରବାର ଦିନ ୧୦ ଗ୍ରାମ ପ୍ରତି ସୁନା ଦର , ୨୪ କ୍ୟାରେଟ୍ ସୁନା ମହଙ୍ଗା ହୋଇ ୫୯,୫୮୨ ଟଙ୍କା, ୨୩ କ୍ୟାରେଟ୍ ୫୯,୩୪୩ ଟଙ୍କା, ୨୨ କ୍ୟାରେଟ୍ ୫୪,୫୭୭ ଟଙ୍କା, ୧୮ କ୍ୟାରେଟ୍ ୪୪୬୮୭ ଟଙ୍କା ଏବଂ ୧୪ କ୍ୟାରେଟ୍ ୩୪,୮୫୬ ଟଙ୍କାରେ ପହଞ୍ଚିଛି। ଆପଣଙ୍କୁ କହିବାକୁ ଚାହୁଁଛୁ MCX ଓ ଆନ୍ତର୍ଜାତୀୟ ବଜାରର ସୁନା ଓ ରୂପା ହାର ଟିକସମୁକ୍ତ, ତେଣୁ ଦେଶର ବଜାର ହାର ମଧ୍ୟରେ ପାର୍ଥକ୍ୟ ରହିଥାଏ।

ସୁନା ୨ ହଜାର ସବୁଠାରୁ ଶସ୍ତା ହୋଇଥିବା ବେଳେ ଓ ରୂପା ୭୫୦୦ ଟଙ୍କା ଶସ୍ତା ହୋଇଛି।

ସୁନା ୧୦ ଗ୍ରାମ ପିଛା ୨୦୬୪ ଟଙ୍କା ଶସ୍ତାରେ ବିକ୍ରି ହେଉଛି । ୪ ମେ ୨୦୨୩ରେ ସୁନା ଏହାର ସର୍ବକାଳୀନ ମହଙ୍ଗା ହୋଇଥିଲା ​​। ଉକ୍ତ ଦିନରେ ସୁନା ୧୦ ଗ୍ରାମ ପିଛା ୬୧,୬୪୬ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିଲା । ଏଥି ସହିତ ରୂପା ଏହାର ସର୍ବୋଚ୍ଚ ସ୍ତର ତୁଳନାରେ କିଲୋଗ୍ରାମ ପିଛା ୭୫୬୦ ଟଙ୍କା ଶସ୍ତା ହୋଇଥିଲା। ସର୍ବକାଳୀନ ଉଚ୍ଚ ସ୍ତରର ରୂପା କିଲୋଗ୍ରାମ ପିଛା ୭୯,୯୮୦ ଟଙ୍କା ।

ସୂଚନାଯୋଗ୍ୟ, ବର୍ତ୍ତମାନ ବିବାହ ଋତୁ ଚାଲିଛି । ତେଣୁ ସୁନା ଓ ରୂପା ଅଳଙ୍କାରର ଚାହିଦା ବଜାରରେ ଅଧିକ ରହିଛି । ଉଭୟ ବର ଓ କନ୍ୟା ପକ୍ଷର ଲୋକେ ଅଳଙ୍କାର କିଣିବାପାଇଁ ଜୁଏଲାରୀ ଦୋକାନରେ ଭିଡ ଲଗାଉଥିବା ଦେଖିବାକୁ ମିଳୁଛି । ତେବେ କିଛି ଦିନ ତଳେ ସୁନା ଦର ଆହୁରୀ ଅଧିକ ଥିବାରୁ ଲୋକଙ୍କ ମନରେ ଚିନ୍ତା ରହିଥିଲା । ବର୍ତ୍ତମାନର ଦର ସାମାନ୍ୟ ଆଶ୍ୱସ୍ତି ଦେଇଛି । ଅନ୍ୟପଟେ ସୁନା ଦର ବିବାହ କାର୍ଯ୍ୟକ୍ରମକୁ ବେଶ୍ ପ୍ରଭାବିତ କରେ ବୋଲି ଜଣେ ଗ୍ରାହକ ଗଣମାଧ୍ୟମକୁ କହିଛନ୍ତି । ତାଙ୍କ କହିବା ଅନୁସାରେ ବିଶେଶ କରି କନ୍ୟାର ସୌନ୍ଦର୍ଯ୍ୟ ବଢାଇବାରେ ସୁନା ଅଳଙ୍କାରର ଭୂମିକା ଅଧିକ । ତେଣୁ ବିବାହ ପାଇଁ ସୁନା ଅଳଙ୍କାର ସଭିଙ୍କୁ ଆବଶ୍ୟକ । ସମସ୍ତେ ନିଜ ନିଜ ବଜେଟ୍ ଅନୁଯାୟୀ ଗହଣା କିଣୁଛନ୍ତି । ତେଣୁ ଦର ସାମାନ୍ୟ କମ ରହିବା ସମୟରେ ଆମେ ସୁନା କିଣିବାକୁ ଇଚ୍ଛା ପ୍ରକାଶ କରୁ । ଏଥିସହ ଜୁଏଲାରୀ ସପ ଗୁଡିକର ଆକର୍ଷଣୀୟ ଅଫର ମଧ୍ୟ ଆମକୁ ସୁନା କିଣିବାକୁ ଉତ୍ସାହିତ କରିଥାଏ ।

ଗୋଟିଏ ମିସ୍ କଲରେ  ଅପଡେଟ ସୁନା ଦର ଜାଣନ୍ତୁ

୨୨ କ୍ୟାରେଟ୍ ଓ ୧୮ କ୍ୟାରେଟ୍ ସୁନା ଅଳଙ୍କାରର ଖୁଚୁରା ହାର ଜାଣିବା ପାଇଁ, ଆପଣ 8955664433 ରେ ମିସ୍ କଲ୍ ଦେଇପାରିବେ ।  ଅଳ୍ପ ସମୟ ମଧ୍ୟରେ SMS ଜରିଆରେ ଦର ଆପଣଙ୍କ ମୋବାଇଲକୁ ଆସିଯିବ  । ଏହା ସହିତ, କ୍ରମାଗତ ଅପଡେଟ ବିଷୟରେ ସୂଚନା ପାଇଁ ଆପଣ www.ibja.co କିମ୍ବା ibjarates.com ପରିଦର୍ଶନ କରିପାରିବେ ।

Also read- କେଉଁ ଖେଳାଳି ଏସିଆ କପ୍‌ରେ ନେଇଛନ୍ତି ସର୍ବାଧିକ ରନ, ଶ୍ରେଷ୍ଠ ୫ରେ ଦୁଇ ଭାରତୀୟ ସାମିଲ

Read More
{}{}