Hindi News >>Home >>Odisha Trending

OIL Price: ୩୧ ପ୍ରତିଶତରୁ ଅଧିକ ଶସ୍ତା ହୋଇଛି କଚ୍ଚା ତେଲ, କିନ୍ତୁ ଦର ଖସାଉ ନାହାନ୍ତି ମୁନାଫାଖୋର ତୈଳକମ୍ପାନୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଘରୋଇ ଗ୍ୟାସ ଉପରେ ୨୦୦ ଟଙ୍କା ହ୍ରାସ କରାଇ ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି। କିନ୍ତୁ ତୈଳ ଦରରେ ପରିବର୍ତ୍ତନ ହେବା ନେଇ କୌଣସି ସୂଚନା ପ୍ରଦାନ କରିନାହାନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ଆସୁଥିବା ପେଟ୍ରୋଲ କି ଡିଜେଲର ଉଚ୍ଚା ଦର ମାଡ଼ରେ ଖାଉଟି ଏବେବ ଛଟପଟ ହେଉଛି। ଏହି ତୈଳ ଦର ତମାମ ଭାରତ ବର୍ଷରେ ବର୍

Advertisement
OIL Price: ୩୧ ପ୍ରତିଶତରୁ ଅଧିକ ଶସ୍ତା ହୋଇଛି କଚ୍ଚା ତେଲ, କିନ୍ତୁ ଦର ଖସାଉ ନାହାନ୍ତି ମୁନାଫାଖୋର ତୈଳକମ୍ପାନୀ
Stop
Zee Odisha Desk|Updated: Aug 31, 2023, 11:12 AM IST

OIL Price: ନୂଆଦିଲ୍ଲୀ: କେନ୍ଦ୍ର ସରକାର ଘରୋଇ ଗ୍ୟାସ ଉପରେ ୨୦୦ ଟଙ୍କା ହ୍ରାସ କରାଇ ଖାଉଟିଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛନ୍ତି। କିନ୍ତୁ ତୈଳ ଦରରେ ପରିବର୍ତ୍ତନ ହେବା ନେଇ କୌଣସି ସୂଚନା ପ୍ରଦାନ କରିନାହାନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟରେ ଆସୁଥିବା ପେଟ୍ରୋଲ କି ଡିଜେଲର ଉଚ୍ଚା ଦର ମାଡ଼ରେ ଖାଉଟି ଏବେବ ଛଟପଟ ହେଉଛି। ଏହି ତୈଳ ଦର ତମାମ ଭାରତ ବର୍ଷରେ ବର୍ଷେରୁ ଅଧିକ ସମୟ ଧରି ସ୍ଥିର ରହିଛି। ରାଜ୍ୟଗୁଡ଼ିକ କର ଅନୁଯାୟୀ କଦପା କୋଚିତ୍ ଏହି ଦରରେ ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳିଛି। କିନ୍ତୁ ସେହି ପରିବର୍ତ୍ତନରେ ଖାଉଟିକୁ କୌଣସି ଆଶ୍ୱସ୍ତି ପ୍ରଦାନ କରିନାହିଁ। 

ତୈଳଦରର ବିଗତ ଏକ ବର୍ଷର ରେକର୍ଡକୁ ଅନୁଧ୍ୟାନ କରାଯାଏ ତେବେ ଏକ ବର୍ଷରୁ ଅଧିକ ସମୟ ଧରି ତୈଳଦରରେ କୌଣସି ପରିବର୍ତ୍ତନ ଆସିନାହିଁ। ଶେଷ ଥର ପାଇଁ ଗତବର୍ଷ ୨୧ ମଇରେ ପେଟ୍ରୋଲ ଉପରେ ୮ ଟଙ୍କା ଓ ଡିଜେଲ ଉପରୁ ୬ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ ସରକାର। ଫଳରେ ପେଟ୍ରୋଲ ୯.୫୦ ଟଙ୍କା ଓ ଡିଜେଲ ୭ ଟଙ୍କା ହ୍ରାସ ପାଇଥିଲା। ସେହି ସମୟରେ କଚ୍ଚା ତେଲ ୧୦୯.୫୧ ଡଲାର ରହିଥିଲା। ଏହାବାଦ ଜୁନ ୨୦୨୩ରେ ଏଥିରେ ୩୧.୫୭ ପ୍ରତିଶତ ଖସି ଆସି ୭୫ ଡଲାରରୁ ତଳକୁ ଖସି ଆସିଥିଲା। କିନ୍ତୁ ପେଟ୍ରୋଲ ଡିଜେଲ ଶସ୍ତା ହୋଇ ନାହିଁ। 

ତୈଳ କମ୍ପାନୀ ଯୁକ୍ତି ଦର୍ଶାଇଥିଲେ କି ୨୦୨୨ରେ କଚ୍ଚା ତେଲକୁ ଅଧିକ ଦରରେ କିଣି ଦେଶ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ବିକ୍ରି କରିବା ଯୋଗୁଁ କ୍ଷତି ସହିବାକୁ ପଡ଼ିଛି। ବର୍ତ୍ତମାନ ସେହି କ୍ଷତିକୁ ପୂରଣ କରାଯାଉଛି ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି। ଆହୁରି ମଧ୍ୟ କୁହାଯାଇଛି କି ୨୦୨୨-୨୩ର ଏପ୍ରିଲ-ଜୁନ ତ୍ରୟମାସିକରେ ତିନୋଟି ଯାକ ସରକାରୀ କମ୍ପାନୀ କ୍ଷତିରେ ରହିଥିଲା। ପାଖାପାଖି ୧୬୭୦୦ କୋଟି ଟଙ୍କା ତିନୋଟି ଯାକ ତୈଳ କମ୍ପାନୀ କ୍ଷତିରେ ରହିଥିବା ନେଇ ସୂଚନା ରହିଥିଲା। ଯଦିଓ ବର୍ତ୍ତମାନର ଚିତ୍ର ବଦଳି ସାରିଛି। ୨୦୨୩-୨୪ ଏପ୍ରିଲ-ଜୁନ ତ୍ରୟମାସିକ ରିପୋର୍ଟ ଅନୁଯାୟୀ ତୈଳ କମ୍ପାନୀ ଗୁଡ଼ିକ ୩୧୧୫୯ କୋଟି ଟଙ୍କା ଲାଭରେ ରହିଛନ୍ତି। 

ବ୍ୟବସାୟିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ତୈଳ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଡିଜେଲ ଲିଟର ପିଛା ଦର ଉପରେ ୫ ରୁ ୬ ଟଙ୍କା ଦର ହ୍ରାସ କରିବାକୁ ଦାବି ହେଉଛି। ସେପଟେ ଏହି ତୈଳ ଦର ଉପରେ ଦର ହ୍ରାସ କରିବା ବର୍ତ୍ତମାନ ସ୍ଥିତିରେ ସରକାରଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଦିଲ୍ଲୀରେ ଏବେ ବି ପେଟ୍ରୋଲ ଦର ୯୬.୭୨ ଓ ଡିଜେଲ ୮୯.୬୨ ଟଙ୍କା ଲିଟର ପିଛା ଦର ରହିଛି। ଏଭଳି ସ୍ଥିତିରେ ଉଭୟ ଇନ୍ଧନ ଉପରୁ ୫ ଟଙ୍କା ପର୍ଯ୍ୟନ୍ତ ଦର ହ୍ରାସ କରାଯାଇପାରିବ। 

ତେଲ କମ୍ପାନୀ ବିଗତ ଗୋଟିଏ ବର୍ଷ ମଧ୍ୟରେ ଯଥେଷ୍ଟ ଲାଭ ହୋଇଛି।  ୨୦୨୨ ପୂର୍ବରୁ ତ୍ରୟମାସିକରେ ସମଗ୍ର ବିଶ୍ୱରେ କଚାତେଲର ଦର ବ୍ୟାରେଲ ପିଛା ୧୩୧ ଡଲାର ରହିଥିଲା। କିନ୍ତୁ ରୁଷରୁ ଆମକୁ ୯୯ ଡଲାରରେ କଚା ତେଲ ମିଳିଥିଲା। ୨୦୨୩ ମସିହାର ପ୍ରଥମ ତ୍ରୟମାସିକରେ ସାଉଦି ଆରବ ଓ ୟୁଏଇରୁ ଆମକୁ ୮୬ ଡଲାରରେ ଆମକୁ କଚ୍ଚା ତେଲ ମିଳିଥିଲା। ଅନ୍ତରାଷ୍ଟ୍ରୀୟ ବଜାରରେ ଏହା ୭୭.୭ ଡଲାର ରହିଥିଲା। ଆମକୁ ଏହି ତେଲ ରୁଷରୁ ୭୦ ଡଲାରରୁ ମଧ୍ୟ କମ ପଡ଼ିଥିଲା। ଅର୍ଥାତ ତୈଳ କମ୍ପାନୀ ଗୁଡ଼ିକୁ ଏବେବି ଏହି ତେଲ ବ୍ୟାରେଲ ପିଛା ୮.୮ ଡଲାରରେ ଉପଲବ୍ଧ ହେଉଛି। ସେପଟେ ନିଜେ ତୈଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂହପୁରୀ ତୈଳ ଦର ହ୍ରାସ କରିବାକୁ ତୈଳକମ୍ପାନୀ ଗୁଡିକୁ କହି ସାରିଛନ୍ତି। 

Also Read: Top 10 News Headlines Odisha: ଶୁଭ ସକାଳର ୧୦ ବଡ଼ ଖବର

Also Read: Puri News: ଆଜି ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣମୀ, ଏହି ସମୟରେ ବଳଭଦ୍ର-ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ସୁଭଦ୍ରା

Also Read: Odisha News: ଭୁବନେଶ୍ବରରେ ଆଜିଠୁ ସ୍ୱାଭାବିକ ହେଲା ଟ୍ରେନ୍ ଚଳାଚଳ, ଏହି ସବୁ ରୁଟରେ ମିଳିବ ସେବା

Read More
{}{}