Hindi News >>Home >>Odisha Trending

ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୨କୋଟି, ଶାଶୁଘରେ ପହଞ୍ଚିବା ପରେ ପୁଣି ଦାବି କଲେ ଟଙ୍କା, ଆଉ ତାପରେ

Dowry Case: ବିବାହରେ ଦୁଇ କୋଟି ଖର୍ଚ୍ଚ ହେବା ପରେ ମଧ୍ୟ ଝିଅ ବିଦା ହୋଇ ଶାଶୁ ଘରକୁ ଯିବା ପରେ ବରପକ୍ଷ ପୁଣି ଟଙ୍କା ଦାବି କରିଥିଲେ । ଏପରି କି ଝିଅକୁ ପାଗଳୀ ସଜାଇ ଦେଲେ ।

Advertisement
ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୨କୋଟି, ଶାଶୁଘରେ ପହଞ୍ଚିବା ପରେ ପୁଣି ଦାବି କଲେ ଟଙ୍କା, ଆଉ ତାପରେ
Stop
Soubhagya Ranjan Mishra|Updated: Oct 16, 2023, 04:12 PM IST

Dowry Case: ଉତ୍ତରପ୍ରଦେଶ ବାରାଣାସୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବାରଣାସୀ (varanasi)ରେ ରହୁଥିବା ଜଣେ ବ୍ୟବସାୟୀ ଦୁଇ କୋଟି ଟଙ୍କା ଖର୍ଚ୍ଚ କରି ତାଙ୍କ ଝିଅର ବିବାହ (daughter's marriage) କାର୍ଯ୍ୟ କରିଥିଲେ। କିନ୍ତୁ ବିବାହ ପରେ ବରପକ୍ଷରୁ ପୁଣି ୫ କୋଟି ଟଙ୍କା ଦାବି କରାଯାଇଥିଲା। କିନ୍ତୁ କନ୍ୟା ପକ୍ଷରୁ ଦାବି ପୂରଣ କରାନଯିବାରୁ ବରପକ୍ଷ ଝିଅକୁ ନିର୍ଯାତନା ଦେବା ଆରମ୍ଭ କରିଦେଇଥିଲେ । ଏହି ଘଟଣା ଧିରେ ଧିରେ ସାଂଘାତିକ ହେବାରେ ଲାଗିଥିଲା । ପରେ ନିର୍ଯ୍ୟାତନା ଅସହ୍ୟ ହେବାରୁ ପୀଡିତା କନ୍ୟା ଜୟତ୍ପୁର ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ପୀଡିତାଙ୍କ ନିଜ ସ୍ୱାମୀଙ୍କ ସମେତ ପାଞ୍ଚ ଜଣଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି ।

ସୂଚନା ଅନୁଯାୟୀ ବାରାଣାସୀର ଏକ କଲୋନୀରେ ରହୁଥିବା ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଦୁଇ କୋଟି ଟଙ୍କା ଖର୍ଚ୍ଚ କରି ତାଙ୍କ ଝିଅ ସୁଗନ୍ଧା ପି ଅଗ୍ରୱାଲଙ୍କୁ ୫ ବର୍ଷ ପୂର୍ବରୁ ବାଙ୍ଗାଲୋରରେ ବିବାହ କରାଇଥିଲେ। ବିବାହ କାର୍ଯ୍ୟ ସରିବା ପରେ ଯେତେବେଳେ ସୁଗନ୍ଧା ତାଙ୍କ ଶାଶୁ ଘରକୁ ଯାଇଥିଲେ, ସେତେବେଳେ ତାଙ୍କୁ ବରପକ୍ଷ ଲୋକମାନେ ୫ କୋଟି ଟଙ୍କା ଅଧିକ ଦାବି କରିଥିଲେ । ଏହା କହିଥିଲେ ଯେ ସୁଗନ୍ଧାଙ୍କ ସ୍ୱାମୀ ବ୍ୟବସାୟ କରିବେ । ପରେ ଦାବି ପୂରଣ ନହେବାରୁ ନବବଧୂଙ୍କୁ ନିର୍ଯାତନା ଦିଆଯାଉଥିଲା। ସୁଗନ୍ଧା ପି ଅଗ୍ରୱାଲ ପୋଲିସକୁ କହିଛନ୍ତି ଯେ, ସେ ୧୮ ଜୁନ୍ ୨୦୧୭ ରେ କୋଲକାତାରେ ପ୍ରିୟଙ୍କ ଅଗ୍ରୱାଲଙ୍କୁ ବିବାହ କରିଥିଲେ। ଖୁବ ଧୁମଧାମରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଯୌତୁକ ବାବଦକୁ ତାଙ୍କ ପିତା ଘନଶ୍ୟାମ ଦାସ ୫୦ ଲକ୍ଷ ନଗଦ ଟଙ୍କା ଏବଂ ୫୦ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକାରର ଅଳଙ୍କାର ଦେଇଥିଲେ। ଭୋଜୀ ଭାତ ସହ ସମସ୍ତ ଖର୍ଚ୍ଚକୁ ମିଶାଇଲେ ପ୍ରାୟ ୨ କୋଟି ଟଙ୍କା ବିବାହ କାର୍ଯ୍ୟରେ ଖର୍ଚ୍ଚ କରାଯାଇଥିଲା।

ସୁଗାଣ୍ଡା ଶାଶୁ ଘରକୁ ଯିବା ପରେ ତାଙ୍କ ସ୍ୱାମୀ ପ୍ରିୟଙ୍କ ନିଜର ଏକ କାରଖାନା ନିର୍ମାଣ ପାଇଁ କହିଥିଲେ । ସେ ସୁଗନ୍ଧାଙ୍କୁ ନିଜ ଘରୁ ୫ କୋଟି ଟଙ୍କା ଆଣିବାକୁ ବାଧ୍ୟ କରିଥିଲେ । ସେହି ଟଙ୍କାରେ ପ୍ରିୟଙ୍କ ନିଜର ବ୍ୟବସାୟ ଆରମ୍ଭ କରିଥାନ୍ତେ ବୋଲି କହୁଥିଲେ । ସବୁ ପ୍ରକାରର ଚେଷ୍ଟା ସତ୍ୱେ ବରପକ୍ଷଙ୍କ ଦାବି ପୂରଣ ହେଲା ନାହିଁ ତେଣୁ ସେମାନେ ନବବଧୂଙ୍କୁ ଖୁବ ହଇରାଣ କରିବା ଆରମ୍ଭ କରିଦେଲେ । ସବୁ କଷ୍ଟ ସହି ସୁଗନ୍ଧା ନିଜ ଶାଶୂ ଘରେ ରହିଥିଲେ । ପରେ ମେ ୨୦୧୮ରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ପୁଅ ହେବା ପରେ ମଧ୍ୟ ନିର୍ଯ୍ୟାତନାର ମାତ୍ରା କମିନଥିଲା । ତେଣୁ ଶେଷରେ ସେ ଜୁନ୍ ୨୦୧୮ ରେ ନିଜ ବାପ ଘରକୁ ଫେରି ଆସିଥିଲେ ।

ପାଗଳି ବୋଲି କହିଥିଲେ
ସୁଗନ୍ଧା ପୋଲିସକୁ କହିଥିବା କଥା ଅନୁସାରେ ତାଙ୍କୁ ଶାଶୁ ଘର ଲୋକେ ପାଗଳି ବୋଲି ଆଖ୍ୟା ଦେଇଥିଲେ । ପରେ ଏପରି ହୋଇଥିଲା ଯେ, ସୁଗନ୍ଧାଙ୍କୁ ଡାକ୍ତରୀ ଯାଞ୍ଚ ମଧ୍ୟ କରାଯାଇଥିଲା । ଶେଷରେ ଡାକ୍ତର ସୁଗନ୍ଧାଙ୍କୁ ମାନସିକ ଭାବରେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ କ୍ଲିନ୍ ଚିଟ୍ ଦେଇଥିଲେ । ସୁଗନ୍ଧା ଏକଥା ମଧ୍ୟ କହିଛନ୍ତି ଯେ, ବିବାହ ପରେ ମଧ୍ୟ ୧୦ ଲକ୍ଷ ଟଙ୍କା ନିଜ ବାପାଙ୍କ ନିକଟରୁ ଆଣି ସ୍ୱାମୀଙ୍କୁ ବ୍ୟବସାୟ କରିବା ପାଇଁ ଦେଇଥିଲେ । ପରେ ଆହୁରୀ ଅଧିକ ଟଙ୍କା ଦାବି କରିଥିଲେ ଶାଶୁଘର ଲୋକେ କିନ୍ତୁ ସୁଗନ୍ଧା ଟଙ୍କା ଦେଇ ନପାରିବାରୁ ତାଙ୍କୁ ମାଡପିଟ କରାଯାଇଥିଲା । ୨୦୨୩ ଅଗଷ୍ଟ ୬ ତାରିଖରେ ସୁଗନ୍ଧାଙ୍କୁ ଏପରି ମାଡ ମରା ଯାଇଛି ଯେ, ସେ ଆଜି ପର୍ଯ୍ୟନ୍ତ ଚିକିତ୍ସିତ ହେଉଛନ୍ତି । ବର୍ତ୍ତମାନ ଜୟତପୁର ପୋଲିସ ଷ୍ଟେଶନର ଥାନାଅଧିକାରୀ କହିଛନ୍ତି ଯେ, ମାମଲା ଅନୁଯାୟୀ ତଦନ୍ତ ଚାଲିଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ।

Also Read- ମହିଳାଙ୍କୁ ଦେଖିଲେ ମନରେ ଛନକା ! ୫୫ ବର୍ଷ ହେବ ନାରୀଙ୍କ ଛାଇ ପଡିବାକୁ ଦେଇନାହାନ୍ତି ଏହି ବ୍ୟକ୍ତି

Also Read- X2 Launched: ଦୀପାବଳି ପୂର୍ବରୁ BMWର ନୂଆ ଉପହାର, ଲଞ୍ଚ ହେଲା SUV ଫେସ୍ ଲିଫ୍ଟ

Read More
{}{}