Hindi News >>Home >>Odisha Trending

Google Map: ଗୁଗୁଲ ମ୍ୟାପ୍ ଦେଲା ଧୋକ୍କା; ଅଷ୍ଟ୍ରେଲିଆ ଜଙ୍ଗଲରେ ଫସିଗଲେ ଜର୍ମାନୀ ପର୍ଯ୍ୟଟକ

Germany Tourists Trapped in Australia Forest: ଗୁଗୁଲ ମ୍ୟାପ୍ ଅନୁସରଣ କରି ଅଷ୍ଟ୍ରେଲିଆ ଜଙ୍ଗଲରେ ଫସି ଯାଇଥିଲେ ୨ ଜର୍ମାନୀ ପର୍ଯ୍ୟଟକ।

Advertisement
 Google Map: ଗୁଗୁଲ ମ୍ୟାପ୍ ଦେଲା ଧୋକ୍କା; ଅଷ୍ଟ୍ରେଲିଆ ଜଙ୍ଗଲରେ ଫସିଗଲେ ଜର୍ମାନୀ ପର୍ଯ୍ୟଟକ
Stop
Zee Odisha Desk|Updated: Mar 01, 2024, 07:49 PM IST

Google Map Cheated Tourist in Australia: ଗୁଗୁଲ ମ୍ୟାପ୍ ଅନୁସରଣ କରିବା ଜର୍ମାନୀ ପର୍ଯ୍ୟଟକଙ୍କୁ ମହଙ୍ଗା ପଡିଛି। ଗୁଗୁଲ ମ୍ୟାପ୍ ଧୋକ୍କା ଦେବାରୁ ଅଷ୍ଟ୍ରେଲିଆ ଜଙ୍ଗଲରେ ଫସିଗଲେ ୨ ଜର୍ମାନୀ ପର୍ଯ୍ୟଟକ ଫସି ଯାଇଥିବାର ଖବର ମିଳିଛି। ଜର୍ମାନୀ ପର୍ଯ୍ୟଟକ ଫିଲିପ୍ ମାୟର୍ ଏବଂ ମାର୍ସେଲ ସ୍କୋଏନ୍ ଅଷ୍ଟ୍ରେଲିଆ ଜଙ୍ଗଲରେ ହଜି ଯାଇଥିଲେ। ଗୁଗୁଲ୍ ମ୍ୟାପ୍ ନିର୍ଦ୍ଦେଶ ଅନୁଯାୟୀ ଉଭୟେ କେର୍ନ୍ସ ଠାରୁ ବମାଗା ଅଭିମୁଖେ ଯାତ୍ରା କରୁଥିଲେ। ହେଲେ ହଠାତ୍ ଏକ ବନ୍ଦ ରହିଥିବା ଜାତୀୟ ଉଦ୍ୟାନରେ ଏକ ନିଛାଟିଆ ରାସ୍ତାରେ ପହଞ୍ଚିଥିଲେ। ନାଇନ ନ୍ୟୁଜ୍ ଏହି ଘଟଣା ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶିତ କରିଛି। 

ଏନେଇ ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁଯାୟୀ, ଏକ ନିର୍ଜନ ରାସ୍ତାରେ ପ୍ରାୟ ୩୭ ମାଇଲ୍ ଯାତ୍ରା କରିବା ପରେ ଜର୍ମାନ ପର୍ଯ୍ୟଟକଙ୍କ କାର କାଦୁଅରେ ଅଟକି ଯାଇଥିଲା। ଉଭୟଙ୍କ ଫୋନ୍ ସିଗନାଲ୍ କିମ୍ବା ଖାଦ୍ୟ ନଥିଲା। ଏଭଳି ପରିସ୍ଥିତିରେ ଉଭୟେ ବାଧ୍ୟ ବାଧକତାରେ କାର ଛାଡି ପ୍ରାୟ ଏକ ସପ୍ତାହରୁ ଅଧିକ ସମୟ ପାଦରେ ଯାତ୍ରା କରିଥିଲେ। ଏହି ସମୟ ମଧ୍ୟରେ ଉଭୟଙ୍କୁ ଖରାପ ପାଗ, ପ୍ରବଳ ଝଡ଼, ଖରା ଏବଂ କୁମ୍ଭୀର ପରିପୂର୍ଣ୍ଣ ନଦୀ ସାମ୍ନା କରିଥିଲେ।

ଗୁଗୁଲ୍ ମ୍ୟାପ୍ ପାଇଁ ଅଷ୍ଟ୍ରେଲିଆ ଜଙ୍ଗଲରେ ଫସିଗଲେ ଜର୍ମାନୀ ପର୍ଯ୍ୟଟକ
ପ୍ରାୟ ୬୦ କିଲୋମିଟର ଯାତ୍ରା କରିବା ପରେ ଜର୍ମାନୀ ପର୍ଯ୍ୟଟକଙ୍କ କାର କାଦୁଅରେ ଫସି ଯାଇଥିଲା। ଯେଉଁଥିପାଇଁ ଉଭୟଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। ଚାଲିବାକୁ ନିଷ୍ପତ୍ତି ନେବା ପରେ ଉଭୟେ ଯଥାଶୀଘ୍ର ଅନୁଭବ କଲେ ଯେ ସେମାନେ ଏକ ଗୁରୁତର ଅବସ୍ଥାରେ ଅଛନ୍ତି। ଏନେଇ ପ୍ରତିକ୍ରିୟା ରଖି ଫିଲିପ୍ ମାୟର୍ କହିଛନ୍ତି ଯେ ମୁଁ ଅନୁଭବ କରୁଥିଲି ଯେ ମୁଁ କୌଣସି ଖରାପ ପରିସ୍ଥିତିରେ ଫସି ଯାଇଛି। ଆମେ ଏକ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ଚେଷ୍ଟା କରିଥିଲୁ। ହେଲେ ଏହା ଅଧିକ ଫଳପ୍ରଦ ହେଲା ନାହିଁ। ଆମେ ଖୋଲା ଆକାଶ ତଳେ ଶୋଇବାକୁ ବାଧ୍ୟ ହୋଇଥିଲୁ। ସେହି ସମୟରେ ମଧ୍ୟ ଲଗାତାର ବର୍ଷା ହେଉଥିଲା।  ଆମକୁ କୋଏନ୍ ସହରକୁ ଫେରିବା ପାଇଁ ଏକ ସପ୍ତାହରୁ ଅଧିକ ସମୟ ଲାଗି ଯାଇଥିଲା। ଶେଷରେ ଉଭୟେ ସାହାଯ୍ୟ ମାଗିବା ପାଇଁ ନିରାପଦରେ ଛୋଟ ସହରରେ ପହଞ୍ଚିଗଲେ।

ଜଙ୍ଗଲରେ ସପ୍ତାହେ ବିତାଇବା ପରେ ବାହାରକୁ ଆସିଲେ ଜର୍ମାନୀ ପର୍ଯ୍ୟଟକ
ରେଞ୍ଜର ରୋଜର ଜେମ୍ସ କହିଛନ୍ତି ଯେ ଗୁଗୁଲ୍ ମ୍ୟାପ୍ ଜର୍ମାନୀ ପର୍ଯ୍ୟଟକଙ୍କୁ ଡ୍ରେନ୍ ଆଡକୁ ନେଉଥିବାର ହୃଦୟଙ୍ଗମ କରିଥିଲେ। ପରେ ସେମାନେ ପଛକୁ ଫେରି ଗାଡ଼ି ସହ ରହିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ। ଶେଷରେ ସେମାନଙ୍କୁ ଗାଡି ଛାଡି ପାଦରେ ଚାଲି ଚାଲି ଯିବାକୁ ହୋଇଥିଲେ। ଫିଲିପ୍ ମାୟର୍ କହିଛନ୍ତି ଯେ ଶେଷ ଡ୍ରେନ୍ ପାର ହେବାବେଳେ ସେମାନେ ଏକ କୁମ୍ଭୀର ମଧ୍ୟ ଦେଖିଥିଲେ। ଏହି ଘଟଣାରେ ପ୍ରତିକ୍ରିୟା ରଖି ଜଣେ ଗୁଗୁଲ  ପ୍ରତିନିଧି କହିଛନ୍ତି ଯେ ଜର୍ମାନ ପର୍ଯ୍ୟଟକ ସୁରକ୍ଷିତ ରହିଥିବାରୁ ଏବଂ ଏହି ଘଟଣାର ତଦନ୍ତ ଚାଲିଥିବାରୁ କମ୍ପାନୀ ଖୁସି ରହିଛି। ଏହା ପ୍ରଥମ ଥର ପାଇଁ ହୋଇନାହିଁ ଯେତେବେଳେ ଗୁଗୁଲ୍ ମ୍ୟାପ୍ ଲୋକଙ୍କୁ ଭୁଲ ରାସ୍ତାରେ ଆଗେଇ ନେଇଛି। କିଛି ମାସ ପୂର୍ବେ ଗୁଗୁଲ ମ୍ୟାପ୍ କାଲିଫର୍ନିଆ ଠାରେ କିଛି ଲୋକଙ୍କୁ ରାଜପଥରୁ ମରୁଭୂମି ଆଡ଼କୁ ନେଇ ଯାଇଥିଲା।

 

Read More
{}{}