Hindi News >>Home >>Odisha Trending

Indian Population: ଭାରତୀୟ ଜନସଂଖ୍ୟା ଉପରେ ଜାତିବାଦୀ କାର୍ଟୁନ ବନାଇଲା ଜର୍ମାନୀ ପତ୍ରିକା, ଜବାବ ରଖିଲେ ଜର୍ମାନୀ ରାଷ୍ଟ୍ରଦୂତ

German Magazine Controversial Cartoon: ଜର୍ମାନ ପତ୍ରିକା ପକ୍ଷରୁ ପ୍ରକାଶିତ କାର୍ଟୁନ୍ ମାଧ୍ୟମରେ ଚୀନ୍‌ର ବୈଷୟିକ ପ୍ରଗତି ଦେଖାଯାଇଥିବାବେଳେ ଭାରତକୁ ଭାଙ୍ଗିପଡିଥିବା ଭିତ୍ତିଭୂମି ସହିତ ଉପସ୍ଥାପନ କରାଯାଇଛି।

Advertisement
Indian Population: ଭାରତୀୟ ଜନସଂଖ୍ୟା ଉପରେ ଜାତିବାଦୀ କାର୍ଟୁନ ବନାଇଲା ଜର୍ମାନୀ ପତ୍ରିକା, ଜବାବ ରଖିଲେ ଜର୍ମାନୀ ରାଷ୍ଟ୍ରଦୂତ
Stop
Zee Odisha Desk|Updated: Apr 29, 2023, 07:21 PM IST

German Magazine Racist Cartoon: ଭାରତର ଜନସଂଖ୍ୟା ଉପରେ ଏକ ଜାତିବାଦୀ କାର୍ଟୁନ୍ ପ୍ରକାଶ କରି ବିବାଦୀୟ ହୋଇପଡ଼ିଛି ଜର୍ମାନ ପତ୍ରିକା "ଡେର ସ୍ପାଇଗେଲ"। ଏଭଳି ବିବାଦୀୟ କାର୍ଟୁନ୍ ସାମ୍ନାକୁ ଆସିବା ପରେ ଭାରତୀୟଙ୍କ ଟାର୍ଗେଟ ପରିସରକୁ ଆସିଯାଇଛି ଜର୍ମାନୀ ପତ୍ରିକା। "ଡେ ସ୍ପାଇଗେଲ" ଜାତିଆଣ କାର୍ଟୁନ୍ ପ୍ରକାଶନ କରିଥିବା ଅଭିଯୋଗ ହୋଇଛି। ଜର୍ମାନୀ ପତ୍ରିକା ପକ୍ଷରୁ ପ୍ରକାଶିତ କାର୍ଟୁନ୍ ଭାରତର ଜନସଂଖ୍ୟାକୁ ଦର୍ଶାଇଛି। ମିଳିତ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ଚଳିତ ବର୍ଷ ମଧ୍ୟଭାଗରେ ଭାରତ, ଚୀନ୍‌କୁ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଭାବରେ ଉଭା ହେବ। ଜର୍ମାନୀ ପତ୍ରିକା ପକ୍ଷରୁ ଏହି ପ୍ରସଙ୍ଗରେ ଏକ କାର୍ଟୁନ୍ ପ୍ରକାଶ କରିଥିଲା। ହେଲେ ସୃଜନଶୀଳତା ସ୍ୱାଧୀନତା ବାହାନାରେ ନିଜର ଜାତିଆଣ ଚିନ୍ତାଧାରା ଲୁଚାଇ ପାରିନାହିଁ "ଡେର ସ୍ପାଇଗେଲ"।

ନିକଟରେ ଜର୍ମାନ ପତ୍ରିକା "ଡେର ସ୍ପାଇଗେଲ" ପକ୍ଷରୁ ଭାରତର ଜନସଂଖ୍ୟା ଉପରେ ଏକ କାର୍ଟୁନ୍ ପ୍ରକାଶିତ ହୋଇଥିଲେ। ଯେଉଁଥିରେ ଭାରତର ଜନସଂଖ୍ୟାକୁ ଏକ ଜନଗହଳିପୂର୍ଣ୍ଣ ରେଳଗାଡ଼ି ମାଧ୍ୟମରେ ଦର୍ଶାଯାଇଥିଲା।  ଯେଉଁଥିରେ ଯାତ୍ରୀ ଟ୍ରେନ ଛାତ ଉପରେ ବସି ଏକ ଆଧୁନିକ ଚୀନ୍ ବୁଲେଟ୍ ଟ୍ରେନ୍ ଅତିକ୍ରମ କରୁଥିବାର ଦେଖାଯାଇଛି। ଯେଉଁଥିରେ କେବଳ ୨ ଜଣ ବୁଲେଟ ଟ୍ରେନ ଚାଳକଙ୍କ ସହିତ ସମାନ୍ତରାଳ ରେଳ ଧାରଣାରେ ଚାଲୁଥିଲେ। ଜର୍ମାନୀ ପ୍ରତ୍ରିକା ପକ୍ଷରୁ ପ୍ରକାଶିତ କାର୍ଟୁନ୍ ଦର୍ଶାଇବାକୁ ଚେଷ୍ଟା କରିଥିଲା ​​ଯେ ଜନସଂଖ୍ୟା ମାମାଲରେ ଭାରତ ଚୀନ୍‌ ଭଳି ବିଶାଳ ଦେଶକୁ ଅତିକ୍ରମ କରିଛି। ହେଲ ମତ ପ୍ରକାଶ କରିବାର ସ୍ୱାଧୀନତା ବାହାନାରେ "ଡେର ସ୍ପାଇଗେଲ" ନିଜର ରକ୍ଷଣଶୀଳ ଚିନ୍ତାଧାରା ଛାଡି଼ ପାରିନାହିଁ। 

ଯେତେବେଳେ ଏହି କାର୍ଟୁନ୍ ଭାଇରାଲ୍ ହୋଇଥିଲା, ସେତେବେଶେ ଇଣ୍ଟରନେଟ୍ ୟୁଜର ଜର୍ମାନ ପତ୍ରିକାକୁ ମନେ ପକାଇବାକୁ ଚେଷ୍ଟା କରିଥିଲେ ଯେ, ବିଗତ କିଛି ଦଶନ୍ଧି ମଧ୍ୟରେ ଭାରତ ବର୍ଷରେ ଅନେକ ପରିବର୍ତ୍ତନ ହୋଇଛି। ଏପରିକି କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଜର୍ମାନୀ ପତ୍ରିକା ଉଦ୍ଦେଶ୍ୟରେ କହିଛନ୍ତି ଯେ, ଆସନ୍ତା କିଛି ଦିନ ମଧ୍ୟରେ ଅର୍ଥନୀତି ଦୃଷ୍ଟିକୋଣରୁ ଜର୍ମାନୀ, ଭାରତ ପଛରେ ପଡ଼ିଯିବ। ଏଭଳି କାର୍ଟୁନ୍ ଛାପିବା ଭଲ ନିଷ୍ପତ୍ତି ନୁହେଁ। ଅନ୍ୟପଟେ ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କାଞ୍ଚନ ଗୁପ୍ତା ମଧ୍ୟ ଏପରି କିଛି ପ୍ରତିକ୍ରିୟା ରଖିଛନ୍ତି। ଏନେଇ ପରାମର୍ଶଦାତା କାଞ୍ଚନ ଗୁପ୍ତା କହିଛନ୍ତି ଯେ, ଏହି କାର୍ଟୁନ ସହିତ ବାସ୍ତବତାର କୌଣସି ସମ୍ପର୍କ ନାହିଁ। ଜର୍ମାନୀ ବହୁତ ଜାତିବାଦୀ। ଜର୍ମାନ ପତ୍ରିକା "ଡେର ସ୍ପାଇଗେଲ"  ଦ୍ୱାରା ଭାରତର ଜନସଂଖ୍ୟାକୁ ନେଇ ଉପରେ କାର୍ଟୁନ ସହିତ ବାସ୍ତବିକାତାର କୌଣସି ସମାନତା ନାହିଁ। ଏହାର ଉଦ୍ଦେଶ୍ୟ ହେଉଛି ଭାରତକୁ ଅପମାନିତ କରିବା ଏବଂ ଚୀନ ଆଗରେ ମୁଣ୍ଡ ନୂଆଁଇବା। 

ମିଳିତ ଜାତିସଂଘ ପକ୍ଷରୁ ବିଭିନ୍ନ ଦେଶର ଜନସଂଖ୍ୟା ଉପରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମଧ୍ୟଭାଗରେ ଚୀନର ଜନସଂଖ୍ୟା ୧୪୨.୫୭ କୋଟି ତୁଳନାରେ ଭାରତର ଜନସଂଖ୍ୟା ୧୪୨.୮୬ କୋଟିରେ ପହଞ୍ଚିଯିବ। ହେଲେ ଭାରତର ଜନସଂଖ୍ୟାର ପ୍ରାୟ ଅଧା ଅର୍ଥାତ ପ୍ରାୟ ୬୫ କୋଟି ଲୋକଙ୍କ ବୟସ ୨୫ ବର୍ଷରୁ କମ୍ ହେବ। ନିକଟରେ ଭାରତ ବିଶ୍ୱର ସବୁଠାରୁ ଜନବହୁଳ ଦେଶ ଭାବରେ ଉଭା ହୋଇସାରିଛି। ଏହାକୁ ପରିହାସ କରି ଜର୍ମାନୀ ପତ୍ରିକା ପକ୍ଷରୁ ଏକ କାର୍ଟୁନ୍ ପ୍ରକାଶିତ ହୋଇଥିଲା। ଭାରତର ଜନସଂଖ୍ୟା କାର୍ଟୁନ୍ ମାଧ୍ୟମରେ ଚୀନ୍ ତୁଳନାରେ ଅଧିକ ବୋଲି ଦର୍ଶାଯାଇଛି। ଏ ସମ୍ପର୍କରେ ଭାରତ ସରକାରଙ୍କ ପକ୍ଷରୁ ଏକ ଆପତ୍ତି ଉଠାଯାଇଥିଲା। ହେଲେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଭାରତରେ ଅବସ୍ଥାପିତ ଜର୍ମାନ ରାଷ୍ଟ୍ରଦୂତ ଫିଲିପ ଏକରମୈନ।  

"ଡେର ସ୍ପାଇଗେଲ" ପକ୍ଷରୁ ପ୍ରକାଶିତ କାର୍ଟୁନ ଉପରେ ପ୍ରତିକ୍ରିୟା ରଖି ଜର୍ମାନ ରାଷ୍ଟ୍ରଦୂତ କହିଛନ୍ତି ଯେ, ଏହା ମୋର ବ୍ୟକ୍ତିଗତ ମତାମତା। ନାଁ ଏହି କାର୍ଟୁନ୍ ହାସ୍ୟାସ୍ପଦ ନାଁ ଉପଯୁକ୍ତ। ମୁଁ ଏହି କାର୍ଟୁନ ବନାଇଥିବା କାର୍ଟୁନିଷ୍ଟ ଉଦ୍ଦେଶ୍ୟରେ କହିବାକୁ ଚାହେଁ ଯେ, ସେ ଦିଲ୍ଲୀ ଆସି ମୋ ସହିତ ଦିଲ୍ଲୀ ମେଟ୍ରୋ ଯୋଗେ ଯାତ୍ରା କରନ୍ତୁ। ମୁଁ ଭାବୁଛି ଆମ ଦେଶରେ ସେବା ଯୋଗାଉଥିବା ଅନେକ ମେଟ୍ରୋ ଦିଲ୍ଲୀ ମେଟ୍ରୋ ଭଳି ଭଲ ନୁହେଁ। ଭାରତ ତୁଳନାରେ ଆମ ଦେଶରେ ଟ୍ରେନ୍ ବ୍ୟବସ୍ଥା ମଧ୍ୟ ସେତେ ଭଲ ନୁହେଁ। ସେମାନେ ଭାରତ ବିଷୟରେ ଅଧିକ ଜାଣିରଖିବା ଆବଶ୍ୟକ। ଭାରତୀୟ ରେଳ ବ୍ୟବସ୍ଥା କେତେ ଅତ୍ୟାଧୁନିକ ତାହା ଜାଣିରଖିବା ଦରକାର।

 

 

Read More
{}{}