Hindi News >>Home >>Odisha Trending

G20 Summit 2023: ବୈଠକ ଆରମ୍ଭରୁ ଋଷିଆ-ଚୀନ କୁ ଝଟକା, ବିରୋଧ ସତ୍ତ୍ୱେ ବଡ଼ ପଦକ୍ଷେପ ନେଲା ଭାରତ

G20 Summit Delhi: ସେପ୍ଟମ୍ବର ୮ ତାରିଖ ଶୁକ୍ରବାର ଦିନ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ଘୋଷଣାନାମାରେ, ଯାହାକୁ ନେଇ ଅଧିକାଂଶ ଜି୨୦ ସଦସ୍ୟ ଦେଶ ସହମତ ହୋଇଥିଲେ, ହେଲେ ଭୌଗୋଳିକ ପରିସ୍ଥିତି କିମ୍ବା ୟୁକ୍ରେନ ସଙ୍କଟ ଉପରେ ଅନୁଚ୍ଛେଦ ଖାଲି ରହିଥିଲା।  

Advertisement
G20 Summit 2023: ବୈଠକ ଆରମ୍ଭରୁ ଋଷିଆ-ଚୀନ କୁ ଝଟକା, ବିରୋଧ ସତ୍ତ୍ୱେ ବଡ଼ ପଦକ୍ଷେପ ନେଲା ଭାରତ
Stop
Zee Odisha Desk|Updated: Sep 09, 2023, 04:03 PM IST

G20 Summit 2023 India: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇସାରିଛି ଜି-୨୦ ଶିଖର ସମ୍ମିଳନୀ। ଚଳିତ ବର୍ଷ ଭାରତରେ ଆୟୋଜିତ ହେଉଥିବା ଜି-୨୦  ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଛି। ଶନିବାର ବୈଠକ ଶୁଭାରମ୍ଭ ଅବସରରେ ଭାରତ ଆଫ୍ରିକୀୟ ସଂଘକୁ ଜି-୨୦ ଗୋଷ୍ଠୀର ସଦସ୍ୟ କରିବା ପାଇଁ ମତ ରଖିଛି। ଅନ୍ୟପକ୍ଷରେ ରୁଷ-ୟୁକ୍ରେନ ସଙ୍କଟ ଉପରେ ପ୍ରଭାବ ପକାଇବାକୁ ଜି-୨୦ ସଦସ୍ୟ ଦେଶର ନେତାଙ୍କ ଘୋଷଣା ପାଇଁ ଏକ ନୂତନ ଡ୍ରାଫ୍ଟ ଉପସ୍ଥାପନ କରିଛି। 

ଜି-୨୦ ଏବଂ ଜି-୭ ସଦସ୍ୟ ରାଷ୍ଟ୍ର (G-20 and G-7 Member States) କହିଛନ୍ତି ଯେ ଶୁକ୍ରବାର ଦିନ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ଘୋଷଣାନାମା (G20 Summit 2023 India Draft Declaration), ଯାହା ଉପରେ ଅଧିକାଂଶ ଜି-୨୦ ସଦସ୍ୟ ରାଷ୍ଟ୍ରଙ୍କ ସହ ସହମତ ହୋଇଛନ୍ତି। ଯାହା ଭୌଗୋଳିକ ରାଜନୈତିକ ପରିସ୍ଥିତି (Geopolitical Situation) କିମ୍ବା ୟୁକ୍ରେନ ସଙ୍କଟ (Ukraine Crisis) ଉପରେ ଖାଲି ସ୍ଥାନ ଛାଡି଼ଛି। ଜି-୨୦ ନେତାଙ୍କ କହିବା ଅନୁସାରେ ଜି୨୦ ବୁଝାମଣାକାରୀ ଡ୍ରାଫ୍ଟ ରେ ଥିବା ଅନ୍ୟ ୭୫ ଅନୁଚ୍ଛେଦ ଉପରେ ଏକ ଚୁକ୍ତି କରିଥିଲେ। ଯେଉଁଥିରେ ଜଳବାୟୁ ପରିବର୍ତ୍ତନ (Climate Change) ପାଇଁ ଅର୍ଥବ୍ୟବସ୍ଥା, ବହୁପକ୍ଷୀୟ ବିକାଶ ବ୍ୟାଙ୍କିଂ ବ୍ୟବସ୍ଥାର ସଂସ୍କାର (Multilateral Development Banking System Reformation) ଏବଂ କ୍ରିପ୍ଟୋକରେନ୍ସି ନିୟନ୍ତ୍ରଣ (Cryptocurrency Regulation) ଭଳି ପ୍ରସଙ୍ଗ ଅନ୍ତର୍ଭୁକ୍ତ ରହିଛି।

ହୋଇପାରୁନାହିଁ ସହମତି
ଗୁରୁବାର ଏବଂ ଶୁକ୍ରବାର ଦିନ ଅନେକ ଅଧିବେଶନ ସତ୍ତ୍ୱେ ଜି-୨୦ ନେତାଙ୍କ ବ୍ୟକ୍ତିଗତ ପ୍ରତିନିଧୀ ୟୁକ୍ରେନ ସଂକଟ ଅନୁଚ୍ଛେଦ ଉପରେ ଏକ ଚୁକ୍ତି କରିବାରେ ଅସମର୍ଥ ହୋଇଥିଲେ। ସେପ୍ଟେମ୍ବରରେ ମାନେସର ଠାରେ ଚତୁର୍ଥ ତଥା ଅନ୍ତିମ ଶେର୍ପା ବୈଠକ ଶେଷ ହେବା ପରେ ଏହି ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସେପ୍ଟମ୍ବର ୯ ତାରିଖ ଶନିବାର ସକାଳେ ଅନ୍ୟ ଜି-୨୦ ସଦସ୍ୟଙ୍କ ମଧ୍ୟରେ ୟୁକ୍ରେନ ପ୍ରସଙ୍ଗରେ ଡ୍ରାଫ୍ଟ ପାରାଗ୍ରାଫ୍ ବଣ୍ଟନ କରାଯାଇଛି। ବର୍ତ୍ତମାନ ଅନ୍ୟ ଜି-୨୦ ସଦସ୍ୟ ରାଷ୍ଟ୍ର ଏହି ପ୍ରସଙ୍ଗରେ ସେମାନଙ୍କର ବିଚାର ବିମର୍ଶ କରୁଛନ୍ତି।

ଏହି ପ୍ରସଙ୍ଗରେ କେଉଁ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ଋଷିଆ-ଚୀନ
ଜି୨୦ ବୈଠକରେ ଯୋଗ ଦେଇଥିବା ଋଷିଆ ଏବଂ ଚୀନ୍‌ ନେତା ଡ୍ରାଫ୍ଟ ଘୋଷଣାନାମାରେ ୟୁକ୍ରେନ ସଙ୍କଟକୁ ନେଇ କୌଣସି ପ୍ରକାରର ସନ୍ଦର୍ଭକୁ ବିରୋଧ କରୁଛନ୍ତି। ୟୁକ୍ରେନ ସଙ୍କଟ ପରିପ୍ରେକ୍ଷୀରେ ଗତ ବର୍ଷର ଜି-୨୦ ଶିଖର ସମ୍ମିଳନୀରେ ନେତାଙ୍କ ଘୋଷଣାନାମାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ବୋଲି ଋଷିଆ ପକ୍ଷରୁ କୁହାଯାଇଛି। ୟୁକ୍ରେନ ସଂକଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଚୀନ ପକ୍ଷରୁ କୁହାଯାଇଛି ଜି-୨୦ ହେଉଛି ଏକ ଅର୍ଥନୈତିକ ଫୋରମ୍। ଏହି ସଂଘ କୌଣସି ଭୌଗୋଳିକ ପ୍ରସଙ୍ଗ ଉଠାଇବା ଉଚିତ ନୁହେଁ ବୋଲି କହି ନିଜର ବିରୋଧ ଦର୍ଶାଇଛି। ଏହା ସହିତ ଚଳିତ ବର୍ଷ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ସମସ୍ତ ମନ୍ତ୍ରୀସ୍ତରୀୟ ଜି-୨୦ ବୈଠକ ୟୁକ୍ରେନ ସଙ୍କଟ ଉପରେ ଭିନ୍ନତା କାରଣରୁ ମିଳିତ ବିବୃତ୍ତି ଜାରି କରିବାରେ ଅସମର୍ଥ ହୋଇଛି।

Read More
{}{}