Hindi News >>Home >>Odisha Trending

Free Condom In France: ଫ୍ରି ରାସନ ପରି ଏହି ଦେଶର ସରକାର ମାଗଣାରେ ଦେବେ କଣ୍ଡୋମ, ରାଷ୍ଟ୍ରପତି କଲେ ଘୋଷଣା

Free Condom In France: ଏହି ଅବସରରେ ଇମାନୁଏଲ୍ ମାକ୍ରନ୍ କହିଛନ୍ତି ଯେ, ଗର୍ଭନିରୋଧକ ଦିଗରେ ଏହା ଏକ ଛୋଟ ଧରଣର ବିପ୍ଳବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ କହିଛନ୍ତି ଯେ, ତାଙ୍କ ସରକାର ୧୮-୨୫ ବର୍ଷର ଯୁବକମାନଙ୍କ ପାଇଁ ମେଡିକାଲ ଶପରେ ମାଗଣା କଣ୍ଡୋମ ଯୋଗାଇବ । 

Advertisement
Free Condom In France: ଫ୍ରି ରାସନ ପରି ଏହି ଦେଶର ସରକାର ମାଗଣାରେ ଦେବେ କଣ୍ଡୋମ, ରାଷ୍ଟ୍ରପତି କଲେ ଘୋଷଣା
Stop
Tamal Bakchi|Updated: Dec 13, 2022, 07:53 AM IST

Free Condom In France: ଫ୍ରାନ୍ସ ସରକାର ୨୫ ବର୍ଷରୁ କମ୍ ବୟସର ଯୁବକମାନଙ୍କୁ ମାଗଣା କଣ୍ଡୋମ (Free Condom) ଯୋଗାଇବ । ଏହାର ଉଦ୍ଦେଶ୍ୟ ହେଉଛି ଅବାଞ୍ଛିତ ଗର୍ଭଧାରଣକୁ ହ୍ରାସ କରିବା । ଫ୍ରାନ୍ସର ରାଷ୍ଟ୍ରପତି (France President) ଇମାନୁଏଲ୍ ମାକ୍ରନ୍ (Emmanuel Macron) ଏହା ଘୋଷଣା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଗର୍ଭନିରୋଧକ ଦିଗରେ ଏହା ଏକ ଛୋଟ ଧରଣର ବିପ୍ଳବ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ (Emmanuel Macron) କହିଛନ୍ତି ଯେ, ତାଙ୍କ ସରକାର ୧୮-୨୫ ବର୍ଷର ଯୁବକମାନଙ୍କ ପାଇଁ ମେଡିକାଲ ଶପରେ ମାଗଣା କଣ୍ଡୋମ ଯୋଗାଇବ । 

ଆପଣଙ୍କୁ କହି ରଖୁଛୁ ଯେ, ଚଳିତ ବର୍ଷ ମାକ୍ରୋନ୍ ସରକାର (Macron Govt) ୨୫ ବର୍ଷରୁ କମ୍ ବୟସର ଯୁବତୀ ମାନଙ୍କୁ ମାଗଣା କଣ୍ଡୋମ୍ (Free Condom) ଯୋଗାଇବା ପାଇଁ ଏକ ଯୋଜନା ଆରମ୍ଭ କରିଥିଲେ । ବର୍ତ୍ତମାନ ସରକାର ସମସ୍ତ ଯୁବକ ମାନଙ୍କୁ ମାଗଣା କଣ୍ଡୋମ (Condom) ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସ୍ୱାସ୍ଥ୍ୟ ଅଧିକାରୀ ଆକଳନ କରିଛନ୍ତି ଯେ ୨୦୨୦ ଓ ୨୦୨୧ ମସିହାରେ ଫ୍ରାନ୍ସରେ ଯୌନ ସମ୍ବନ୍ଧୀୟ ରୋଗ (STDs) ହାର ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ପାଇଛି । ଫ୍ରାନ୍ସରେ ଏଡସ୍ ଓ ଅନ୍ୟାନ୍ୟ ଯୌନ ସଂକ୍ରମଣକୁ ରୋକିବା ଲକ୍ଷ୍ୟରେ ଜାତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦ୍ୱାରା ପୂର୍ବରୁ ହିଁ କଣ୍ଡୋମ ଯୋଗାଣ ହୋଇସାରିଛି ।

ଏଜେନ୍ସି ଅନୁଯାୟୀ, ମାଗଣା ଜନ୍ମ ନିୟନ୍ତ୍ରଣର ଆରମ୍ଭ ଏହା ସୁନିଶ୍ଚିତ କରିବା ପାଇଁ କରାଯାଇଥିଲା କି ଯୁବତୀମାନେ ଜନ୍ମ ନିୟନ୍ତ୍ରଣକୁ ବନ୍ଦ ନ କରିଦେଉ, କାରଣ ଅନେକ ଯୁବତୀ ଏହାର ଖର୍ଚ୍ଚ ବହନ କରିପାରନ୍ତି ନାହିଁ । ବିବିସିର ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଆରମ୍ଭରେ ଫ୍ରାନ୍ସ ସରକାର (France Govt) ୨୫ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ମହିଳାଙ୍କ ପାଇଁ ଗର୍ଭନିରୋଧକ ମୁକ୍ତ କରିଦେଇଥିଲେ । ଏହାର ପ୍ରଭାବ ୩୦ ଲକ୍ଷ ମହିଳାଙ୍କ ଉପରେ ପଡିଥିଲା ।

ଏହା ବି ପଢ଼ନ୍ତୁ:-ଜୋ ରୁଟ୍ ସୃଷ୍ଟି କଲେ ମହାରେକର୍ଡ, ଯାହାକୁ ବିରାଟ କୋହଲି-ରୋହିତ ଶର୍ମା ବି ପାରିବେନି ଛୁଇଁ

ଏହା ବି ପଢ଼ନ୍ତୁ:-ଇଂଲଣ୍ଡ ରଚିଲା ଇତିହାସ, ୨୨ ବର୍ଷ ପରେ ପାକିସ୍ତାନରେ ଜିତିଲା ଟେଷ୍ଟ ସିରିଜ୍

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଟେଷ୍ଟ ସିରିଜରୁ ବାହାର ହେଲେ ଏହି ୨ ଖତରନାକ୍ ଖେଳାଳି

ଏଥି ସହିତ ରାଷ୍ଟ୍ରପତି (France President) ଇମାନୁଏଲ୍ ମାକ୍ରୋନ୍ (Emmanuel Macron) ଟ୍ୱିଟ୍ କରିଛନ୍ତି ଯେ, ଏହି ଘୋଷଣା ସହିତ ଅନ୍ୟ ସ୍ୱାସ୍ଥ୍ୟ ସେବା ମଧ୍ୟ ଜାରି ରହିବ । ଫାର୍ମାସିରେ ଥିବା ସମସ୍ତ ମହିଳାଙ୍କ ପାଇଁ ମାଗଣା ଜରୁରୀକାଳୀନ ଗର୍ଭନିରୋଧକ ଓ ୨୬ ବର୍ଷରୁ କମ୍ ମହିଳାଙ୍କ ପାଇଁ ଏଚ୍.ଆଇ.ଭି (HIV) ବ୍ୟତୀତ ମାଗଣା ଡାକ୍ତରଙ୍କ ପର୍ଚି ବିନା ମଗାଣା STI ପରୀକ୍ଷା ସାମିଲ ଅଛି ।

Read More
{}{}