Hindi News >>Home >>Odisha Trending

Free Aadhaar Update: ଏହି ଦିନ ସରୁଛି ମାଗଣା ଆଧାର କାର୍ଡ ସଂଶୋଧନ ଅବଧି, ଶୀଘ୍ର କରି ନିଅନ୍ତୁ ଅପଡ଼େଟ

Free Aadhaar Update: ଆପଣଙ୍କ ଆଧାର କାର୍ଡରେ ନାଁ, ଠିକଣା, ମୋବାଇଲ ନମ୍ବର ବା ଅନ୍ୟ କୌଣସି ତ୍ରୁଟି ରହିଛି କି? ଯଦି ହିଁ ତାହାଲେ ତୁରନ୍ତ ଏହାକୁ ମାଗଣାରେ ସୁଧାରି ନିଅନ୍ତୁ। ନଚେତ ମାଗଣାରେ ମିଳୁଥିବା ଏହି ସେବାର ଅବିଧି ଖୁବଶୀଘ୍ର ସରିବାକୁ ଯାଉଛି ।

Advertisement
ସୌଜନ୍ୟ-ସୋସିଆଲ ମିଡିଆ
Stop
Zee Odisha Desk|Updated: Feb 10, 2024, 11:49 AM IST

Free Aadhaar Update: ଆପଣଙ୍କ ଆଧାର କାର୍ଡରେ ନାଁ, ଠିକଣା, ମୋବାଇଲ ନମ୍ବର ବା ଅନ୍ୟ କୌଣସି ତ୍ରୁଟି ରହିଛି କି? ଯଦି ହିଁ ତାହାଲେ ତୁରନ୍ତ ଏହାକୁ ମାଗଣାରେ ସୁଧାରି ନିଅନ୍ତୁ। ନଚେତ ମାଗଣାରେ ମିଳୁଥିବା ଏହି ସେବାର ଅବିଧି ଖୁବଶୀଘ୍ର ସରିବାକୁ ଯାଉଛି ।

ଏହା ପରେ ଆଧାର କାର୍ଡରେ କୌଣସି ପରିବର୍ତ୍ତନ କରିବାକୁ ହେଲେ ଆପଣଙ୍କୁ ଦେୟ ଦେବାକୁ ପଡିବ। ମାଗଣାରେ ଆଧାର ସଂଶୋଧନ କରିବା ପାଇଁ ଧାର୍ଯ୍ୟ ହୋଇଥିବା ତାରିଖ ଶେଷ ହେବାକୁ ଯାଉଛି । ୨୦୨୩ ଡିସେମ୍ବର ମାସରେ ଆଧାର କାର୍ଡ ଅପଡେଟ୍ ପାଇଁ ୩ ମାସ ସମୟ ବୃଦ୍ଧି କରିଥିଲେ ସରକାର । ତେବେ ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ଏହି ଅବଧି ଶେଷ ହେବାକୁ ଯାଉଛି । ତେଣୁ ଏହା ପୂର୍ବରୁ ଆଧାର କାର୍ଡ ଗୁଡିକ ମାଗଣାରେ ଅପଡେଟ୍ କରିନେବା ପାଇଁ କୁହାଯାଇଛି । ଯଦି ଆପଣ ମାର୍ଚ୍ଚ ୧୪ ତାରିଖ ପରେ କୌଣସି ସଂଶୋଧନ କରନ୍ତି ଏକ ନିର୍ଦ୍ଦିଷ୍ଟ ଦେୟ ଦେବାକୁ ପଡିବ ।

ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ଅନୁଯାୟୀ, ଆଧାର କାର୍ଡକୁ ସୁରକ୍ଷିତ ରଖିବା ପାଇଁ ସମୟ ସମୟରେ ଆଧାର କାର୍ଡକୁ ଅପଡେଟ୍ କରିବା ଜରୁରୀ ଅଟେ। ଏହି କାରଣରୁ, ଠକେଇ ଓ ଫ୍ରଡ଼ ମାମଲା ବହୁ ପରିମାଣରେ ସମାଧାନ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କ ଆଧାର କାର୍ଡ଼ ୧୦ ବର୍ଷ ପୁରୁଣା ବା ଦୀର୍ଘ ଦିନ ଧରି ଅପଡେଟ୍ ହୋଇନାହିଁ, ଏହାକୁ ମଧ୍ୟ ଅପଡେଟ୍ କରିବା ଆବଶ୍ୟକ ।

ସରକାରଙ୍କ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ପ୍ରଶାସନିକ ପ୍ରକ୍ରିୟାକୁ ଆହୁରି ସହଜ କରିଥାଏ ।  ଯଦି ଆପଣ ଆଧାର କାର୍ଡକୁ ମାଗଣାରେ ଅପଡେଟ୍ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ କିଛି ବିଶେଷ ପଦକ୍ଷେପ ଅନୁସରଣ କରିବାକୁ ପଡିବ । ଏହାପରେ, ଆପଣଙ୍କ ଠିକଣା, ନାମ, ଫୋନ୍ ନମ୍ବର ଏବଂ ଇମେଲ୍ ID ସହିତ ଜଡିତ ଅନେକ ପରିବର୍ତ୍ତନକୁ ସହଜରେ କରିବାକୁ ସମର୍ଥ ହେବେ । ସେହିପରି ବାୟୋମେଟ୍ରିକ୍ ଅପଡେଟ୍ କରିବାକୁ ହେଲେ ଆପଣଙ୍କୁ ଆଧାର କେନ୍ଦ୍ରକୁ ଯିବାକୁ ପଡିବ ଏହାସହ ଦେୟ ମଧ୍ଯ ଦେବାକୁ ପଡିବ ।

Read More
{}{}