Hindi News >>Home >>Odisha Trending

Hijab Ban: ମ୍ୟାଚ୍‌ ସମୟରେ ହିଜାବ ଉପରେ ଲାଗିବ ବ୍ୟାନ; ଫୁଟବଲ ଫେଡେରେସନ ନେଇପାରେ ନିଷ୍ପତ୍ତି

Hijab Ban in France: ପୁଣି ଥରେ ହିଜାବ ଉପରେ ପ୍ରତିବନ୍ଧର ଲଗାଇବାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଏହି ପ୍ରସଙ୍ଗରେ ଆଇନଗତ ପଦେକ୍ଷପ ନେବାକୁ କ୍ରୀଡା ମହାସଂଘକୁ ଅଧିକାର ଦେଇଛି ସର୍ବୋଚ୍ଚ ପ୍ରଶାସନିକ ନ୍ୟାୟାଧିକରଣ।

Advertisement
Hijab Ban: ମ୍ୟାଚ୍‌ ସମୟରେ ହିଜାବ ଉପରେ ଲାଗିବ ବ୍ୟାନ; ଫୁଟବଲ ଫେଡେରେସନ ନେଇପାରେ ନିଷ୍ପତ୍ତି
Stop
Zee Odisha Desk|Updated: Jun 30, 2023, 12:51 AM IST

hijab ban during football match in france: ହିଜାବ ବ୍ୟାନ ପ୍ରସଙ୍ଗରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ୟୁରୋପୀୟ ଦେଶ ଫ୍ରାନ୍ସର ସର୍ବୋଚ୍ଚ ପ୍ରଶାସନିକ ନ୍ୟାୟାଧିକରଣ। ଜୁନ ୨୯ ତାରିଖ ଗୁରୁବାର ଟ୍ରିବ୍ୟୁନାଲ ପକ୍ଷରୁ ଏ ସମ୍ପକରେ ଏକ ବଡ଼ ସୂଚନା ମିଳିଛି। ଯେଉଁଥିରେ କୁହାଯାଇଛି ଯେ ଦେଶର ଫୁଟବଲ ଫେଡେରେସନ ମ୍ୟାଚ ସମୟରେ ହେଡକାର୍ଫ ଉପରେ ପ୍ରତିବନ୍ଧକ ଲଗାଇ ପାରିବ। ଏହା ପଛରେ ରହିଥିବା କାରଣ ଏବେ ସାମ୍ନାକୁ ଆସିଛି। ନିକଟରେ ହିଜାବ ପିନ୍ଧିଥିବା କିଛି ଫୁଟବଲ ଖେଳାଳି ଏହି ପ୍ରତିବନ୍ଧକ ବିରୋଧରେ ଏକ ଆନ୍ଦୋଳନ ଚଳାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଏହା ପରେ ଫ୍ରାନ୍ସ କାଉନସିଲ ଅଫ ଷ୍ଟେଟ ଏପରି ବ୍ୟବସ୍ଥା କରିଛି।

ଫ୍ରାନ୍ସ ଫୁଟବଲ ଫେଡେରେସନ୍ (French Football Federation) ମହିଳାଙ୍କୁ ସଙ୍ଗଠନ ଦ୍ୱାରା ଆୟୋଜିତ ସରକାରୀ ମ୍ୟାଚ୍ ଏବଂ ଟୁର୍ନାମେଣ୍ଟ (Football Match and Tournament in France) ସମୟରେ ହିଜାବ୍ (Hijab) ପିନ୍ଧିବାକୁ ବାରଣ କରିଛି। ଏହା ସହିତ ଫିଫା ଖେଳାଳିଙ୍କୁ ଅନ୍ତର୍ଜାତୀୟ ସ୍ତରରେ ହିଜାବ ପିନ୍ଧି ମ୍ୟାଚ ଖେଳିବାକୁ ଅନୁମତି ଦେଇଥାଏ। 

ଏନେଇ ଫ୍ରାନ୍ସ କାଉନସିଲ୍ ଅଫ୍ ଷ୍ଟେଟ୍ (France Council of State) ପକ୍ଷରୁ କୁହାଯାଇଛି ଯେ କ୍ରୀଡ଼ା ମହାସଂଘ (Sports Federation of France) ମ୍ୟାଚ୍ ସମୟରେ ନିରପେକ୍ଷ ପୋଷାକ ପିନ୍ଧିବାକୁ ବାଧ୍ୟତାମୂଳକ କରିପାରେ। ଯାହା ଦ୍ୱାରା ବିଭିନ୍ନ ପ୍ରତିଯୋଗୀତାକି ସୁରୁଖୁରୁରେ ପରିଚାଳନା କରାଯାଇ ପାରିବ। ଏହା ଦ୍ୱାରା ଖେଳାଳିଙ୍କ ଆଚରଣ ଏବଂ ସେମାନଙ୍କ ମଧ୍ୟରେ ରହିଥିବା ଦ୍ୱନ୍ଦ୍ୱକୁ ଏଡ଼ାଇ ଦିଆଯାଇ ପାରିବ। ଏନେଇ ଫ୍ରାନ୍ସ ଫୁଟବଲ ଫେଡରେସନ ପକ୍ଷରୁ ଲଗାଯାଇଥିବା ପ୍ରତିବନ୍ଧକକୁ ଯଥାର୍ଥ ବୋଲି ଦର୍ଶାଇଛି ଦେଶର କାଉନସିଲ୍ ଅଫ୍ ଷ୍ଟେଟ୍।

Also Read: Hijab Controversy: ଭାରତ ପରେ ସରଗରମ ଫ୍ରାନ୍ସ ରାଜନୀତି

 

ଏହି ପ୍ରସଙ୍ଗରେ ଫ୍ରାନ୍ସ କାଉନସିଲ୍ ଅଫ୍ ଷ୍ଟେଟ୍ ଗଣମାଧ୍ୟମ ଜରିଆରେ ଆସିଥିବା ପରାମର୍ଶକୁ ଗ୍ରହଣ କରି ନାହିଁ। ଯେଉଁଥିରେ ସପ୍ତାହେ ପୂର୍ବରୁ କୁହାଯାଇଥିଲା ଫ୍ରାନ୍ସ ଫୁଟବଲ ଫେଡେରେସନ୍ ଧାରା ୧ ରଦ୍ଦ କରାଯିବା ଆବଶ୍ୟକ। ଏହି ଧାରା ଅଧୀନରେ, ମ୍ୟାଚ୍ ଏବଂ ଟୁର୍ନାମେଣ୍ଟ ସମୟରେ କୌଣସି ଧାର୍ମିକ ବିଶ୍ୱାସକୁ ପ୍ରତିନିଧିତ୍ୱ କରୁଥିବା ପୋଷାକ ପିନ୍ଧିବା କିମ୍ବା ପ୍ରତୀକ ବ୍ୟବହାର କରିବା ଉପରେ ନିଷେଧାଦେଶ ଜାରି ହୋଇଛି।

ବର୍ତ୍ତମାନ ଏହା ସ୍ପଷ୍ଟ ହୋଇନାହିଁ ଯେ, ଆସନ୍ତା ବର୍ଷ ଫ୍ରାନ୍ସ ରାଜଧାନୀ ପ୍ୟାରିସ (France Capital Paris) ଠାରେ ଆୟୋଜିତ ହେଉଥିବା ଥିବା ଅଲିମ୍ପିକ୍ସ (Paris Olympics 2024) ପାଇଁ ଏହି ପ୍ରତିବନ୍ଧକ ଲାଗୁ ହେବ ନା ନାହିଁ। ଏହି ପ୍ରସଙ୍ଗରେ ପୂର୍ବୂରୁ ପ୍ରତିକ୍ରିୟା ରଖି ସାରିଛନ୍ତି ଫ୍ରାନ୍ସ ସରକାରଙ୍କ ଆଭ୍ୟନ୍ତରୀଣ ବ୍ୟାପାର (French Ministry of Interior) ମନ୍ତ୍ରୀ ଜେରାଲ୍ଡ୍ ଡାରମାନିନ (French Minister Gerald Darmanin)। ଏନେଇ ମନ୍ତ୍ରୀ କହିଛନ୍ତି ଯେ ସେ କ୍ରୀଡା ପ୍ରତିଯୋଗୀତା ସମୟରେ ହିଜାବ ପିନ୍ଧିବାକୁ ବିରୋଧ କରୁଛନ୍ତି। ମନ୍ତ୍ରୀ ଜେରାର୍ଡ ଡାରମାନିନଙ୍କ କହିବା କଥା ଯେ ଖେଳିବା ସମୟରେ କୌଣସି ଖେଳାଳୀ ଧାର୍ମିକ ପୋଷାକ ପିନ୍ଧି ପାରିବେ ନାହିଁ। ଯେତେବେଳେ କୌଣସି ଖେଳାଳୀ ଫୁଟବଲ ଖେଳୁଛନ୍ତି, ସେ ତାଙ୍କ ସାମ୍ନାରେ ଖେଳୁଥିବା ଖେଳାଳିଙ୍କ ଧର୍ମ ଜାଣିବା ଜରୁରୀ ନୁହେଁ।

Also Read: France: ହିଜାବ ପରେ ବୁର୍କିନି ପାଇଁ ତେଜିଲା ବିବାଦ

ଗତ ବର୍ଷ ଫ୍ରାନ୍ସରେ ହିଜାବ ଉପରେ ନିଷିଦ୍ଧାଦେଶ ଜାରି କରିବା ପାଇଁ କ୍ରୀଡା ସମ୍ବନ୍ଧୀୟ ଏକ ଆଇନରେ ସଂଶୋଧନ କରିବାକୁ କିଛି ସିନେଟର ଉଦ୍ୟମ କରି ଅସଫଳ ହୋଇଥିଲେ। ସେମାନେ ଯୁକ୍ତି କରିଥିଲେ ଯେ ଖେଳ ପଡ଼ିଆରେ ନିରପେକ୍ଷତା ରହିବା ଆବଶ୍ୟକ। ମ୍ୟାଚ ସମୟରେ ହିଜାବ ପିନ୍ଧିବା ଦ୍ୱାରା ନିରପେକ୍ଷତା ବାଧାପ୍ରାପ୍ତ ହୋଇପାରେ।

Read More
{}{}