Hindi News >>Home >>Odisha Trending

Eiffel Tower: ଆଇଫିଲ ଟାୱାର ଉଡାଇ ଦେବାକୁ ମିଳିଲା ଧମକ, ଶନିବାର ପର୍ଯ୍ୟଟକଙ୍କ ପାଇଁ ହୋଇଗଲା ବନ୍ଦ

Eiffel Tower Threat: ବୋମା ବିସ୍ଫୋରଣ କରିବାକୁ ଧମକ ମିଳିବା ପରେ ଫ୍ରାନ୍ସ ରାଜଧାନୀ ପ୍ୟାରିସ ଠାରେ ଅବସ୍ଥିତ ଆଇଫିଲ ଟାୱାର ପରିସରରୁ ସମସ୍ତ ପର୍ଯ୍ୟଟକଙ୍କୁ ଖାଲି କରି ଦିଆଯାଇଛି।

Advertisement
 Eiffel Tower: ଆଇଫିଲ ଟାୱାର ଉଡାଇ ଦେବାକୁ ମିଳିଲା ଧମକ, ଶନିବାର ପର୍ଯ୍ୟଟକଙ୍କ ପାଇଁ ହୋଇଗଲା ବନ୍ଦ
Stop
Zee Odisha Desk|Updated: Aug 12, 2023, 08:56 PM IST

Eiffel Tower Bomb Threat: ଶନିବାର ସାଧାରଣ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ହୋଇଯାଇଛି ବିଶ୍ୱପ୍ରସିଦ୍ଧ ଆଇଫିଲ ଟାୱାର। ବୋମା ବିସ୍ଫୋରଣ କରି ଆଇଫିଲ ଟାୱାର ଉଡାଇ ଦେବାକୁ ଧମକ ମିଳିଥିଲା। ଏଭଳି ଧମକ ମିଳିବା ପରେ ପୋଲିସ ଟାୱାର ପରିସରକୁ ପୋଲିସ ଖାଲି କରି ଦେଇଥିଲା। ବୋମା ବିସ୍ଫୋରଣ କରି ଆଇଫିଲ ଟାୱାର ଉଡାଇ ଦେବାକୁ ଧମକ ମିଳିବା ପରେ ପୋଲିସ ଏହାର ପରିସରରେ ରହିଥିବା ସମସ୍ତ ପର୍ଯ୍ୟଟକଙ୍କୁ ବାହାର କରି ଦେଇଥିଲା। 

ଫ୍ରାନ୍ସ ରାଜଧାନୀ ପ୍ୟାରିସ (France Capital Paris) ଠାରେ ଅବସ୍ଥିତ ରହିଛି ବିଶ୍ୱପ୍ରସିଦ୍ଧ ଆଇଫିଲ ଟାୱାର (World Famous Eiffel Tower)। ସଦ୍ୟ ବୋମା ବିସ୍ଫୋରଣ କରି ଆଇଫିଲ ଟାୱାର (Eiffel Tower Bomb Threat) ଉଡାଇ ଦେବାକୁ ଧମକ ମିଳିବା ପରେ ଏହାକୁ ବନ୍ଦ କରି ଦେଇଥିଲା ପ୍ୟାରିସ ପୋଲିସ (Paris Police)। ଏନେଇ ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି ଯେ ପ୍ୟାରିସ ସହରରେ ଅବସ୍ଥିତ ଆଇଫିଲ ଟାୱାର (Eiffel Tower Paris) ହେଉଛି ବିଶ୍ୱର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ (major tourist destination in the world)। ହେଲେ ଏହାକୁ ଏବେ ବୋମା ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ ମିଳିଛି। ଏଭଳି ଧମକ ମିଳିବା ପରେ ସୁରକ୍ଷାଗତ କାରଣରୁ ପୋଲିସ ଆଇଫିଲ ଟାୱାର ପରିସରକୁ (Eiffel Tower Complex) ଖାଲି କରି ଦେଇଥିଲା। ଏହି ଘଟଣାରେ ସତର୍କତା ଅବଲମ୍ବନ କରି ଶନିବାର ଏହାକୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ବନ୍ଦ (eiffel tower closed for tourists) କରି ଦିଆଯାଇଥିଲା।

ଏନେଇ କୁହାଯାଉଛି କେନ୍ଦ୍ରୀୟ ପ୍ୟାରିସ (Central Paris) ଠାରେ ଅବସ୍ଥିତ ଆଇଫିଲ ଟାୱାର ତିନି ମହଲାକୁ ଖାଲି କରି ଦିଆଯାଇଥିଲା। ଏହା ସହିତ ବୋମା ନିଷ୍କ୍ରିୟକାରୀ ଦଳକୁ (Bomb Disposal Squad) ଘଟଣାସ୍ଥଳକୁ ପଠାଯାଇଛି। ଘଟଣାସ୍ଥଳରେ ଅନେକ ପୋଲିସ ଟିମ୍ ମଧ୍ୟ ନିୟୋଜିତ ହୋଇଛନ୍ତି। ଆଇଫିଲ ଟାୱାର ଚାରିପାଖରେ ରହିଥିବା ସାମ୍ଭାବ୍ୟ ବୋମାକୁ ଖୋଜା ଯାଉଛି। ଏହି ଐତିହାସିକ ସ୍ମାରକୀ (Historical Monuments in Paris France) ଚାରିପାଖରେ ପୋଲିସ ବ୍ୟାରିକେଡ୍ (Police Barricading at Eiffel Tower) କରିଛି। ଏହା ସହିତ ପର୍ଯ୍ୟଟକଙ୍କୁ ଟାୱାର ଠାରୁ ଯାଥା ସମ୍ଭବ ଦୂରେଇ ରହିବାକୁ କୁହାଯାଇଛି। ଏନେଇ ଜଣେ ପ୍ରବକ୍ତା କହିଛନ୍ତି ଶନିବାର ଦିନ ୧:୩୦ ସମୟରେ ବୋମା ବିସ୍ଫୋରଣ କରିବା ନେଇ ଧମକ ମିଳିଥିଲା। ଏହା ପରେ ତତକ୍ଷଣାତ୍ ସମସ୍ତ ତିନି ମହଲା ଏବଂ ସ୍ମାରକୀ ତଳ ଭାଗରୁ ପର୍ଯ୍ୟଟକଙ୍କୁ ବାହାର କରି ଦିଆଯିବା ସହ ଏହାର ପରିସରକୁ ଖାଲି କରି ଦିଆଯାଇଥିଲା।  

ଆଇଫିଲ ଟାୱାର ସୁରକ୍ଷା କଥା ଯଦି କୁହାଯାଏ, ତାହେଲେ ଟାୱାର ଦକ୍ଷିଣ ସ୍ତମ୍ଭରେ (Eiffel Tower South Pole) ଏକ ପୋଲିସ ଷ୍ଟେସନ (Eiffel Tower Police Station) ରହିଛି। ଯେଉଁଠାରେ ବହୁ ସଂଖ୍ୟକ ପୋଲିସ ମୁତୟନ ହୋଇଛନ୍ତି। ପର୍ଯ୍ୟଟକଙ୍କୁ ଟାୱର ପରିସରରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ କଠୋର ସୁରକ୍ଷାଗତ ଯାଞ୍ଚର (Security Check Eiffel Tower) ସାମ୍ନା କରିବାକୁ ପଡ଼ିଥାଏ। ଏହି ଯାଞ୍ଚ ବେଳେ ପୋଲିସ ବିଭିନ୍ନ ଦିଗରୁ ପର୍ଯ୍ୟଟକଙ୍କୁ ସର୍ବେକ୍ଷଣ କରିଥାଏ। 

ଆଇଫିଲ ଟାୱାର ନିର୍ମାଣ କାର୍ଯ୍ୟ (Eiffel Tower Construction Year) ୧୮୮୭ ମସିହାରେ ଆରମ୍ଭ ହୋଇଥିଲା। ଯାହା ୧୮୮୯ ମସିହାରେ ଶେଷ ହୋଇଥିଲା। ସେହି ବର୍ଷ ଆୟୋଜିତ ହୋଇଥିବା ବିଶ୍ୱ ମେଳା ସମୟରେ ପ୍ରାୟ ୨ ଲକ୍ଷ ପର୍ଯ୍ୟଟକ ଆଇଫିଲ ଟାୱାର ପରିଦର୍ଶନ କରିଥିଲେ। ରାତିରେ ଆଇଫିଲ ଟାୱାରର ଫଟୋ ଉଠାଇବା ବେଆଇନ ବୋଲି ଧରାଯାଏ। ଟାୱାର ଲାଇଟ୍ କପିରାଇଟ୍ ଅଧିନରେ ଆସେ। ଯଦି କେହି ରାତି ସମୟରେ କେହି ଆଇଫିଲ ଟାୱାର ଫଟୋ ଉଠାଇବାକୁ ଚାହାଁନ୍ତି, ତାହେଲେ ତାଙ୍କୁ ଫ୍ରାନ୍ସ ସରକାରଙ୍କ ପାଖରୁ ଅନୁମତି ନେବାକୁ ପଡ଼ିଥାଏ।

 

Read More
{}{}