Hindi News >>Home >>Odisha Trending

Road Accident: ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାରି ଫେରୁଥିଲେ, ହେଲେ ଓଲଟିଗଲା କାର, ଚାଲିଗଲା ୪ ଜୀବନ

Major Road Accident News In Odia: ମର୍ମନ୍ତୁଦ ସଡଦ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ଅବସ୍ଥା ସଙ୍କାଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି । ତେବେ, ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନି ।

Advertisement
ସୌଜନ୍ୟ- ସୋସିଆଲ ମିଡ଼ିଆ
Stop
Zee Odisha Desk|Updated: May 12, 2023, 12:05 PM IST

Road Accident News In Odia: ଏମିତି ବି ଆସେ ମୃତ୍ୟୁ ।  ଚାହୁଁଚାହୁଁ ଚାଲିଗଲା ଅକାଳରେ ୪ ଜୀବନ (Four killed in Road Accident  )।  କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । କାହିଁକିନା ଆଉ କିଛି ସମୟ ପରେ ଘରେ ପହଞ୍ଚିଥାନ୍ତେ , ମେଲୋଡି ପାର୍ଟିର ଏହି ୧୨ରୁ ଅଧିକ ସଦସ୍ୟ । କିନ୍ତୁ ବାଟରୁ ଜମ ନେଇଗଲା ଜୀବନ । ଏହି ମର୍ମନ୍ତୁଦ ସଡଦ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।  ଆହତଙ୍କ ଅବସ୍ଥା ସଙ୍କାଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି । ତାମିଲନାଡୁର ନେଗେରକୋଲି (Nagercoil) ଅଞ୍ଚଳରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି (Road Accident In Tamil Nadu) । ତେବେ, ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରିନି । 

ସୂଚନା ଅନୁସାରେ,  ଏକ ମେଲୋଡି ପାର୍ଟିର ୧୨ରୁ ଅଧିକ ଲୋକେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାରି ଏକ କାରରେ ଗୁରୁବାର ରାତିରେ ତାମିଲନାଡୁରୁ ଫେରୁଥିଲେ। ଅପ୍ପ କିଛି ସମୟ ପରେ ସମସ୍ତେ ନିଜ ନିଜ ଘରେ ପହଞ୍ଚି ଥାଆନ୍ତେ (Road Accident In Tamil Nadu) । କିନ୍ତୁ ତାହା  ସମ୍ଭବ ହେଲା ନାହିଁ କାହିଁକିନା ରାସ୍ତାରେ ଛକି ବସିଥିଲା ଜମ । କାରଟି ନେଗେରକୋଲି ଅଞ୍ଚଳରେ ଥିବା ଲାୟମ୍ ଜଙ୍କସନ ନିକଟରେ ପହଞ୍ଚିବା ବେଳେ ହଠାତ୍ ଆଗରେ ଯାଉଥିବା ଏକ ବସକୁ ପଛପଟୁ ଧକ୍କା ଦେଇଥିଲା କାର୍। ଫଳରେ କାରଟି ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା (Four killed in Road Accident At Nagercoil) । ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। କିନ୍ତୁ ମେଡିକାଲ ନେବା ବାଟରେ ଜଣଙ୍କର ମୃତ୍ୟୁ ହୋଇଛି ।  ତେବେ, ଏହି ଭୟଙ୍କର ଦୁର୍ଘଟଣାରେ ୮ ଜଣ ଆହତ ହୋଇଛନ୍ତି । ତେବେ, ଡ୍ରାଇଭରର ଆଖି ଲାଗି ଯାଇଥିବାରୁ  ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସନେଇ ଛାନଭିନ୍ ଜାରି ରଖିଛି ପୋଲିସ (Road Accident)

Also Read: Sambalpur News: ୪୮ ଘଣ୍ଟା ପରେ ମିଳିଲା ବୁର୍ଲା ସାଇଫୋନରୁ ଯୁବତୀ ନିଖୋଜ ପତ୍ତା, ପୁରୁଷ ବନ୍ଧୁ ଅଟକ

Also Read: Nabarangpur News: ଆଉ ନାହାଁନ୍ତି ସୂର୍ଯ୍ୟମଣି, ପେନସନ୍ ପାଇଁ ଚୌକି ଧରି ରାଜରାସ୍ତାରେ ଚାଲି ଚର୍ଚ୍ଚାକୁ ଆସିଥିଲେ ବୃଦ୍ଧା

ସେହିପରି ନିକଟରେ ମଧ୍ୟ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ବଲାଙ୍ଗୀର । ଅଧ କିଲୋମିଟର ଯାଏଁ ବାଇକକୁ ଘୋଷଡି ନେଲା ବସ । ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଅନ୍ୟ ଦୁଇ ଜଣ ଗୁରୁତର ଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଏକ ପରିବାର ସାନ ଝିଅର ମୃତ୍ୟୁ ହୋଇଥିବା ବେଳେ ବାପା ଏବଂ ବଡ଼ ଝିଅ ଗୁରୁତର ହୋଇଛନ୍ତି । ବଲାଙ୍ଗୀର-ସୋନପୁର ୫୭ ନମ୍ବର ରାଜପଥର ଗଇଁତଲା ଛକରେ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଦେଇଥିଲେ।  ସୂଚନା ମୁତାବକ ଆଧାରକାର୍ଡ ଅପଡେଟ୍ ପାଇଁ ବାପା ଏବଂ ଦୁଇ ଝିଅ ଯାଉଥିଲେ । ହଠାତ୍ ଦୁତଗତିର ଆସୁଥିବା ଏକ ବସ ପଛପଟୁ ବାଇକକୁ ଧକ୍କା ଦେଇଥିଲେ । ଘଟଣା ସ୍ଥଳରେ ୧୪ ବର୍ଷୀୟ ଝିଅର ମୃତ୍ୟୁ ହୋଇଛି । ତେବେ, କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଜାରି ରଖିଛି । 

 

Read More
{}{}