Hindi News >>Home >>Odisha Trending

ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ପୂର୍ବତନ ସାଂସଦ ମାନବେନ୍ଦ୍ରଙ୍କ ପତ୍ନୀଙ୍କ ମୃତ୍ୟୁ

Manvendra Singh Car Accident: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଆଜି ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଯେଉଁଥିରେ ପୂର୍ବତନ ସାଂସଦ ମାନବେନ୍ଦ୍ର ସିଂ ଏବଂ ତାଙ୍କ ପତ୍ନୀ ଚିତ୍ରା ସିଂ ପୁଅ ହମିର ସିଂ ଥିଲେ । ଦୁର୍ଘଟଣାରେ ମନଭେନ୍ଦ୍ରଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମାନବେନ୍ଦ୍ର ଏବଂ ପୁଅ ହମିରଙ୍କୁ ଅଲୱାରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

Advertisement
ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଦୁର୍ଘଟଣା, ପୂର୍ବତନ ସାଂସଦ ମାନବେନ୍ଦ୍ରଙ୍କ ପତ୍ନୀଙ୍କ ମୃତ୍ୟୁ
Stop
Soubhagya Ranjan Mishra|Updated: Jan 30, 2024, 09:13 PM IST

Manvendra Singh Car Accident: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଆଜି ଏକ କାର୍ ଦୁର୍ଘଟଣା ଘଟିଥିଲା । ଉକ୍ତ କାରଟିରେ ପୂର୍ବତନ ବର୍ମର ସାଂସଦ ମାନବେନ୍ଦ୍ର ସିଂ ଏବଂ ତାଙ୍କ ପତ୍ନୀ ଚିତ୍ରା ସିଂଙ୍କ ସହିତ ପୁଅ ହମିର ସିଂ ଯାତ୍ରା କରୁଥିଲେ । ଦୁର୍ଘଟଣାରେ ମାନବେନ୍ଦ୍ରଙ୍କ ପତ୍ନୀ ଚିତ୍ରାଙ୍କର ଦେହାନ୍ତ ହୋଇଛି । ଅନ୍ୟପଟେ ବାପା ଏବଂ ପୁଅ ଗୁରୁତର ଆହତ ହୋଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 

ସୂଚନା ଅନୁଯାୟୀ, ଦିଲ୍ଲୀ-ମୁମ୍ବାଇ ହାଇୱେ ହରିୟାଣା ସୀମା ନିକଟରେ ଥିବା ଅଲୱାର ଜିଲ୍ଲାର ନାଉଗାଓଁ ନିକଟ ଖୁସପୁରୀରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାର କାରଣ ଦ୍ରୁତଗତୀ ବୋଲି କୁହାଯାଉଛି । ଭାରସ୍ୟାମ ହରାଇ କାରଟି ଏକ ଡିଭାଇଡରେ ପିଟି ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ କାର  ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ, ମାନବେନ୍ଦ୍ର ସିଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜସୱନ୍ତ ସିଂଙ୍କ ପୁଅ । ୧୯୯୯ ମସିହାରେ ସେ ପ୍ରଥମକରି ରାଜନୀତିରେ ପାଦ ଥାପିଥିଲେ । ସେ କଂଗ୍ରେସର କର୍ଣ୍ଣେଲ ସୋନାରାମଙ୍କ ବିରୋଧରେ ବର୍ମର ଆସନରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ନିର୍ବାଚନରେ ​​ସେ ପରାସ୍ତ ହୋଇଥିଲେ । ପରେ ୨୦୦୪ ମସିହା ନିର୍ବାଚନରେ ​​ସେ ତାଙ୍କ ପରାଜୟର ପ୍ରତିଶୋଧ ନେଇ ବିଜୟ ହାସଲ କରିଥିଲେ । ୨୦୧୩ ରେ ରାଜସ୍ଥାନ ବିଧାନସଭା ନିର୍ବାଚନରେ ​​ସେ ଭାରତୀୟ ଜନତା ପାର୍ଟି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ ରେ, ତାଙ୍କ ପିତା ନିର୍ବାଚନମଣ୍ଡଳୀରୁ ବିଜେପିର ଲୋକସଭା ପ୍ରାର୍ଥୀଙ୍କ ବିରୋଧରେ ପ୍ରଚାର କରିଥିବାରୁ ତାଙ୍କୁ ବିଜେପିରୁ ନିଲମ୍ବିତ କରାଯାଇଥିଲା। ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପି ଛାଡି କଂଗ୍ରେସରେ ଯୋଗଦାନ କରିଥିଲେ ।

Also Read- ମୀନାକ୍ଷୀ ବାହିନୀପତିଙ୍କୁ ନୂଆ ଦାୟିତ୍ୱ ଦେଲେ ଏଆଇସିସି ଅଧ୍ୟକ୍ଷ

Also Read- Chandigarh Mayor Election: ବିଜେପି ପ୍ରାର୍ଥୀ ମନୋଜ ସୋନକର୍ ନୂଆ ମେୟର

Read More
{}{}