Hindi News >>Home >>Odisha Trending

Amul: ଘିଅ ନୁହେଁ, ଗ୍ରାହକଙ୍କୁ ବିଷ ଦେଉଛି କମ୍ପାନୀ !

Social Media News: ଅମୁଲ କମ୍ପାନୀର ଘିଅ ଉପର ଟ୍ବିଟ୍ କରି ଚର୍ଚ୍ଚାକୁ ଆସିଛନ୍ତି କମ୍ପାନୀର ପୂର୍ବତନ ଅଧ୍ୟକ୍ଷ୍ୟ ଆରଏସ ସୋଡି (Former MD of Amul RS Sodhi) । ନିକଟରେ ସେ କମ୍ପାନୀର ଘିଅ ବିକ୍ରିକୁ ନେଇ ଏକ ଟ୍ବିଟ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ବର୍ତ୍ତମାନ ଜୋର ଧରିଛି । ନିକଟରେ ଅମୁଲର ପୂର୍ବତନ ଏମଡି ଟ୍ୱିଟରରେ ଶାକାହାରୀ ଘି ବିକ୍ରି କରୁଥିବା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି।

Advertisement
Amul: ଘିଅ ନୁହେଁ, ଗ୍ରାହକଙ୍କୁ ବିଷ ଦେଉଛି କମ୍ପାନୀ !
Stop
Zee Odisha Desk|Updated: Jan 26, 2023, 12:21 PM IST

Social Media News: ଅମୁଲ କମ୍ପାନୀର ଘିଅ ଉପର ଟ୍ବିଟ୍ କରି ଚର୍ଚ୍ଚାକୁ ଆସିଛନ୍ତି କମ୍ପାନୀର ପୂର୍ବତନ ଅଧ୍ୟକ୍ଷ୍ୟ ଆରଏସ ସୋଡି (Former MD of Amul RS Sodhi) । ନିକଟରେ ସେ କମ୍ପାନୀର ଘିଅ ବିକ୍ରିକୁ ନେଇ ଏକ ଟ୍ବିଟ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା ବର୍ତ୍ତମାନ ଜୋର ଧରିଛି । ନିକଟରେ ଅମୁଲର ପୂର୍ବତନ ଏମଡି ଟ୍ୱିଟରରେ ଶାକାହାରୀ ଘି ବିକ୍ରି କରୁଥିବା କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରିଛନ୍ତି। ସୋଡି ଏକ ଟୁଇଟ୍ ରେ ଏଫଏସଏସଏଆଇ (FSSAI)କୁ କହିଥିଲେ ଯେ,ମଞ୍ଚି ଓ ଅଖରୋଟ ରୁ ପ୍ରସ୍ତୁତ ହେଉଥିବା ଘିଅକୁ କିପରି ଶାକାହାରୀ ଘିଅ ବୋଲି କହିପାରିବା । ତେବେ, ଏହି ଘିଅ ପ୍ରସ୍ତୁତ କରିବା ପାଇଁ ଏଫଏସଏସଏଆଇ କେମିତି ଅନୁମତି ଦେଇଛି ବୋଲି ପ୍ରଶ୍ନ କରିଥିଲେ ସୋଡି। 

ସୋଡି ଟ୍ୱିଟରରେ ଲେଖିଛନ୍ତି, ଗ୍ରାହକଙ୍କ ସହ କମ୍ପାନୀ ବିଶ୍ବାସଘାତକତା କରୁଛି । ଦୁଇରୁ ତିନୋଟି ଡ୍ରାଏଫ୍ଲଟସରୁ ପ୍ରସ୍ତୁତ ହେଉଥିବା ମିଶ୍ରିତ ଘିଅକୁ କିପରି ଶାକାହାରୀ ବୋଲି କହୁଛି । ଏହା ଏକ ମିଶ୍ରଣ ଘିଅ, ୨୫୦ ଗ୍ରାମ ଘିଅକୁ କମ୍ପାନୀ ୮୦୦ ଟଙ୍କାରେ ବିକ୍ରି ହେଉଛି । ଏପରି ନକଲି ଖାଦ୍ୟ ଲୋକେ ଟଙ୍କା ଦେଇ କିଣିଛନ୍ତି । ଯାହା ସେମାନଙ୍କ ପାଇଁ ବିଷ ବୋଲି କୁହାଯାଇପାରିବ । ଏହିପରି ସମସ୍ତ ନକଲି ଖାଦ୍ୟ ପଦାର୍ଥ ବିରୋଧରେ  ଏଫଏସଏସଏଆଇ(Food Safety and Standards Authority of India ) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ସୋଡି ଜାନୁଆରୀ ୨୦ ରେ ଏହି ଟୁଇଟ କରିଛନ୍ତି ଏବଂ ଏହି ଟ୍ବିଟକୁ  ଏ-ପର୍ଯ୍ୟନ୍ତ ୨୩ ହଜାରରୁ ଅଧିକ ଲୋକେ ଦେଖିସାରିଛନ୍ତି । ତେବେ ଏହି ପୋଷ୍ଟକୁ ନେଇ ୟୁଜର୍ସମାନେ କଡା କମେଣ୍ଟ ମଧ୍ୟ କମ୍ପାନୀ ବିରୋଧରେ ଦେବା ଆରମ୍ଭ କରିଛନ୍ତି । 

 

Also Read: Crime News: Film Special 26 ଷ୍ଟାଇଲରେ ଲୁଟ୍, ଇଡି ଅଫିସର ପରିଚୟ ଦେଇ ଦୋକାନୀକୁ ଚୁନ ଲଗାଇଲେ ଲୁଟେରା

Also Read: Zomato Gold for its customers: ଖାଦ୍ୟ ବିତରଣ କମ୍ପାନୀ ଜୋମାଟୋ ଗ୍ରାହକଙ୍କ ପାଇଁ ଆରମ୍ଭ କଲା ନୂତନ ଲୋୟାଲିଟି ଯୋଜନା ଜୋମାଟୋ ଗୋଲ୍ଡ

 ସେହିପରି, ଜଣେ ୟୁଜର୍ସ ଏଥିରେ କମେଣ୍ଟ ଦେଇଛନ୍ତି ଯେ, ମନ୍ତବ୍ୟ ଦେଇଛନ୍ତି, 'କେବଳ ଖାଦ୍ୟଦ୍ରବ୍ୟ ଉପରେ ନୁହେଁ @fssaiindia ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ କାରଣ ସେମାନେ ଏହି ପ୍ରକାରର ଖାଦ୍ୟଦ୍ରବ୍ୟ #veganghee ପାଇଁ ଅନୁମତି ନେବାକୁ ଏତେ କମ୍ ଗୁଣବର୍ତ୍ତା ସ୍ଥିର କରିଛନ୍ତି, ଲାଇସେନ୍ସ ପାଇବା ପାଇଁ ଏଫଏସଏସଏଆଇର କଠୋର ମାନଦଣ୍ଡ ରହିବା ଉଚିତ୍।' ଅନ୍ୟ ଜଣେ ୟୁଜର୍ସ କମେଣ୍ଟ କରିଥିଲେ ଯେ,'ନ୍ୟାସନାଲ ଷ୍ଟାଣ୍ତାର୍ଡ ବଡି (National Standards Body)ଆପଣଙ୍କୁ ଏହା କରିବାକୁ କିପରି ଅନୁମତି ଦେଉଛି?'ସୋଡିଙ୍କ ଉତ୍ତରରେ ପେଟା ଇଣ୍ଡିଆ ମଧ୍ୟ ମନ୍ତବ୍ୟ ଦେଇଛି,'ଅମୁଲ କିମ୍ବା ଅନ୍ୟ କୌଣସି କମ୍ପାନୀକୁ ଶାକାହାରୀ ଗ୍ରାହକଙ୍କ ଚାହିଦା ପୂରଣ କରିବାରେ କେହି ଅଟକାଇ ପାରିବେ ନାହିଁ।'

{}{}