Hindi News >>Home >>Odisha Trending

ନିଜକୁ ବିବାହ କରିଥିଲେ, ଏପରି ପାଳିଲେ କରଓ୍ୱାଚୌଥ

କରଓ୍ୱାଚୌଥ ପାଳନ ସମୟର ଅନେକ ଭିଡ଼ିଓ ବିନ୍ଦୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ସେ ଲାଲ ରଙ୍ଗର ଶାଢୀ ପିନ୍ଧିଥିବା ନଜର ଆସିଥିଲେ।

Advertisement
ନିଜକୁ ବିବାହ କରିଥିଲେ, ଏପରି ପାଳିଲେ କରଓ୍ୱାଚୌଥ
Stop
Prabhudatta Moharana|Updated: Oct 16, 2022, 09:08 PM IST

ନୂଆଦିଲ୍ଲୀ: ନିକଟରେ ଉତ୍ତର ଭାରତ ସମେତ ତମାମ ଦେଶରେ ପାଳନ ହୋଇଛି କରଓ୍ୱାଚୌଥ। ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ମହିଳାମାନେ ଏହି ପର୍ବ ପାଳନ କରିଛନ୍ତି। ଦିନ ତମାମ ଉପବାସ ରହିବା ପରେ ସନ୍ଧ୍ୟାରେ ଚନ୍ଦ୍ର ଦର୍ଶନ ପରେ ସ୍ୱାମୀଙ୍କ ହାତରୁ ଖାଦ୍ୟ ଗ୍ରହଣ କରିଥାନ୍ତି। ଏହି ସମୟରେ ଅନେକ ଅଜବ ଘଟଣାମାନ ସାମ୍ନାକୁ ଆସିଥିଲା, ଯାହା ବେଶ ଚକିତ କରିଥିଲା। ସେହିଭଳି ଏକ ଚିତ୍ର ସାମ୍ନାକୁ ଆସିଛି ଗୁଜରାଟରୁ। ଆପଣଙ୍କର ମନେ ଥିବ ଯେ ଗୁଜରାଟର କ୍ଷମା ବିନ୍ଦୁ ଗତବର୍ଷ ସୋଲୋଗାମୀ ବିବାହ କରିଥିଲେ। ଏଠାରେ କହି ରଖୁ ସୋଲୋଗାମୀ ବିବାହ ହେଉଛି କି ନିଜ ସହ ନିଜକୁ ବିବାହ କରିବା। 

ସୋଲୋଗାମୀ ବିବାହ ପରେ ସେ ବେଶ ଚର୍ଚ୍ଚାରେ ରହିଥିଲେ। ଗତବର୍ଷ ଜୁନ ମାସରେ ବିନ୍ଦୁ ଏହି ବିବାହ କରିଥିଲେ। ତେବେ ଚଳିତ ବର୍ଷ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଚର୍ଚ୍ଚାକୁ ଆସିବାର ପ୍ରମୁଖ କାରଣ ହେଉଛି ସେ ନିଜ ପାଇଁ ସେ କରଓ୍ୱାଚୌଥ ପାଳନ କରିଛନ୍ତି। ସେ ଏହି କରଓ୍ୱାଚୌଥ ପାଳନ ସମୟର ଭିଡ଼ିଓ ଓ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କରଓ୍ୱାଚୌଥ ପାଳନ ସମୟରେ ୨୪ ବର୍ଷୀୟ ବିନ୍ଦୁ ବେଶ ଗ୍ଲାମରସ ଲାଗୁଥିଲେ। 

ସେପଟେ କରଓ୍ୱାଚୌଥ ପାଳନ ସମୟର ଅନେକ ଭିଡ଼ିଓ ବିନ୍ଦୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିରେ ସେ ଲାଲ ରଙ୍ଗର ଶାଢୀ ପିନ୍ଧିଥିବା ନଜର ଆସିଥିଲେ। ତାଙ୍କ ହାତରେ ଦୀପ ଓ ଛଣା ରହିଥିବା ଦେଖିବାକୁ ମିଳିଛି। ଏହା ମାଧ୍ୟମରେ ସେ ଏକ କାଚ ମାଧ୍ୟମରେ ନିଜକୁ ଦେଖୁଥିବା ମଧ୍ୟ ଉକ୍ତ ଭିଡ଼ିଓ ଓ ଫଟୋରେ ଦେଖିବାକୁ ମିଳିଛି। ଏହି ଭିଡ଼ିଓ ସବୁ ସେୟାର କରି ହାପି କରଓ୍ୱାଚୌଥ ଲେଖିଛନ୍ତି। 

ଏଠାରେ କହି ରଖୁ କି ବଦୋଦରାର ବାସିନ୍ଦା କ୍ଷମା ବିନ୍ଦୁଙ୍କ ଇନଷ୍ଟା ଗ୍ରାମରେ ପ୍ରାୟ ୩୦ ହଜାରରୁ ଅଧିକ ଫଲୋୟର୍ସ ରହିଛନ୍ତି। ସେ ଜୀବନ ସହିତ ସମ୍ପୃକ୍ତ ଫଟୋ ସବୁ ନିଜ ଆକାଉଣ୍ଟରେ ସେୟାର କରିଥାନ୍ତି। ବିଗତ ଦିନରେ ସେ ନିଜର ଏକ ଭିଡ଼ିଓ ସେୟାର କରିଥିଲେ। ଏଥିରେ ସେ ଶାଢୀ ପିନ୍ଧିଥିବା ନଜର ଆସିଥିଲେ। ଏହି ଭିଡ଼ିଓର କ୍ୟାପସନରେ ଲେଖିଥିଲେ କି ମୋର ବିଶ୍ୱାସ ରହିଛି କି ଆପଣ ମଧ୍ୟ ଆପଣଙ୍କର ପ୍ରଥମ ପ୍ରେମ ହୋଇପାରିବେ। 

ସେହିଭଳି ଆଉ ଏକ ଘଟଣା ଉତ୍ତରପ୍ରଦେଶର ଚିତ୍ରକୂଟ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଦିନ ତମାମ ଧର୍ମପତ୍ନୀମାନେ ସେମାନଙ୍କର ଏକମାତ୍ର ସ୍ୱାମୀଙ୍କ ପାଇଁ କରଓ୍ୱାଚୌଥ ବ୍ରତ ରଖିଥିଲେ। ଆଜ୍ଞା ହଁ, ଗୋଟିଏ ସ୍ୱାମୀର ତିନି ଧର୍ମପତ୍ନୀ ଏହି କରଓ୍ୱା ଚୌଥ ପାଳନ କରିଥିଲେ। 

ସବୁଠାରୁ ମଜାଦାର ଘଟଣା ହେଉଛି କି ସ୍ୱାମୀ ଜଣକଙ୍କ ନାଁ ହେଉଛି କୃଷ୍ଣା। ସବୁଠାରୁ ଚାଞ୍ଚଲ୍ୟ କରିବା ଭଳି ଘଟଣା ହେଉଛି କି କୃଷ୍ଣାଙ୍କୁ ବାହା ହୋଇଥିବା ତିନି ଯୁବତୀ ହେଉଛନ୍ତି ପରସ୍ପର ସମ୍ପର୍କୀୟ ଭଉଣୀ। ତିନି ଭଉଣୀ କୃଷ୍ଣାଙ୍କୁ ବିବାହ କରିବା ପରେ ପରସ୍ପର ମଧ୍ୟରେ ସଉତୁଣୀର ସମ୍ପର୍କ ଗଢିଉଠିଛି। ତେବେ ତିନି ଭଉଣୀ ସ୍ୱାମୀ କୃଷ୍ଣାଙ୍କ ପାଇଁ କରଓ୍ୱାଚୌଥ ଏକ ସଙ୍ଗେ ପାଳନ କରିଥିଲେ। 

ସନ୍ଧ୍ୟା ନଇଁବା ପରେ ତିନି ସଉତୁଣୀ ଘରର ଛାତ ଉପରେ ଚାନ୍ଦ ଦର୍ଶନ କରିଥିଲେ। ଜଣକ ପରେ ଜଣେ ସ୍ୱାମୀଙ୍କ ମୁଁହ ଦର୍ଶନ କରିବା ପରେ ଖାଦ୍ୟ ଗ୍ରହଣ କରିଥିଲେ। ତେବେ ଏହି ତିନି ସଉତୁଣୀଙ୍କ ଚାନ୍ଦ ଦର୍ଶନର ଭିଡ଼ିଓ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡ଼ିଆ ୟୁଜର ମାନେ ମଧ୍ୟ ବେଶ ଚମତ୍କାର ଢଙ୍ଗରେ ସମାଲୋଚନା କରିଥିଲେ। ଆଉ କେହି କେହି ଏହାକୁ ନେଇ କଟାକ୍ଷ ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା। 

ହିନ୍ଦୁ ଧର୍ମରେ ଏକ ସଙ୍ଗେ ତିନୋଟି ଧର୍ମପତ୍ନୀ ରଖିବା କେତେ ଯୁକ୍ତିଯୁକ୍ତ ବୋଲି ସୋସିଆଲ ମିଡ଼ିଆ ୟୁଜର ସୂଚନା ଦେଇ କହିଥିଲେ। ଆଉ କେହି କେହି ମିମ କରି ଏହି ଦମ୍ପତିକୁ କଟାକ୍ଷ କରିଛନ୍ତି। ଆଉ ଜଣେ ୟୁଜର ଲେଖିଛନ୍ତି କି ଭଲ ହୋଇଛି ୧୧ ଜଣ ଭଉଣୀ ନଥିଲେ। ନହେଲେ ସମସ୍ତଙ୍କୁ ବାହା ହୋଇଯାଇଥାନ୍ତା ବୋଲି ସେ ଲେଖିଥିଲେ।

Read More
{}{}