Hindi News >>Home >>Odisha Trending

Mehak Bukhari: ପ୍ରଥମେ ପ୍ରେମ ତାପରେ ମୃତ୍ୟୁ ପାଇଁ ଷଡଯନ୍ତ୍ର, କିଏ ସେ ଟିକଟକ୍ ଷ୍ଟାର ମେହକ ବୁଖାରୀ ?

୨୪ ବର୍ଷୀୟ ଟିକଟକ ଷ୍ଟାର୍ (Tiktok star) ମେହକ ବୁଖାରୀ ଏବଂ ତାଙ୍କ ମାଆ ଅନସ୍ରିନ୍ ବୁଖାରୀଙ୍କୁ ଦୋଷୀ (Convicted) ସାବ୍ୟସ୍ତ କରାଯାଇଛି । ଦୁଇ ଜଣଙ୍କ ହତ୍ୟା ମାମଲା (Murder case)ରେ କୋର୍ଟ ମାଆ ଝିଅଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସାହେବ ହୁସେନ୍‌ ନାମକ ଜଣେ ବ୍ୟକ୍ତିଙ୍କ ସହ ମେହକ ବୁଖାରୀଙ୍କ ମାଆ ଅନସ୍ର

Advertisement
Mehak Bukhari: ପ୍ରଥମେ ପ୍ରେମ ତାପରେ ମୃତ୍ୟୁ ପାଇଁ ଷଡଯନ୍ତ୍ର, କିଏ ସେ ଟିକଟକ୍ ଷ୍ଟାର ମେହକ ବୁଖାରୀ ?
Stop
Soubhagya Ranjan Mishra|Updated: Aug 05, 2023, 07:35 PM IST

Mehak Bukhari: ୨୪ ବର୍ଷୀୟ ଟିକଟକ ଷ୍ଟାର୍ (Tiktok star) ମେହକ ବୁଖାରୀ ଏବଂ ତାଙ୍କ ମାଆ ଅନସ୍ରିନ୍ ବୁଖାରୀଙ୍କୁ ଦୋଷୀ (Convicted) ସାବ୍ୟସ୍ତ କରାଯାଇଛି । ଦୁଇ ଜଣଙ୍କ ହତ୍ୟା ମାମଲା (Murder case)ରେ କୋର୍ଟ ମାଆ ଝିଅଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସାହେବ ହୁସେନ୍‌ ନାମକ ଜଣେ ବ୍ୟକ୍ତିଙ୍କ ସହ ମେହକ ବୁଖାରୀଙ୍କ ମାଆ ଅନସ୍ରିନ୍ ବୁଖାରୀଙ୍କର ସମ୍ପର୍କ (Relation) ଥିଲା । କିନ୍ତୁ କିଛିଦିନ ପରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବାଦ ବିବାଦ ଦେଖାଦେଇଥିଲା । ପରେ ସାକିବ ହୁସେନ୍ ମେହେକ୍ ବୁଖାରୀ ଏବଂ ତାଙ୍କ ମାଙ୍କୁ ଧମକ ଦେଇଥିବା କୁହାଯାଉଥିଲା । ସେହି ରାଗରେ ପରେ ମେହକ ଏବଂ ତାଙ୍କ ମାଆ ସାକିବ ହୁସେନ୍‌ଙ୍କୁ ସେମାନଙ୍କ ରାସ୍ତାରୁ ହଟାଇବା ପାଇଁ ଏକ ଷଡଯନ୍ତ୍ର (Conspiracy) ରଚିଥିଲେ ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଷଡଯନ୍ତ୍ର ଅନୁଯାୟୀ ମେହକ ସାକିବ ହୁସେନ୍‌ଙ୍କ ସହିତ ଦେଖା ସାକ୍ଷତକୁ ମିଥ୍ୟା ବୋଲି କହିଥିଲେ। ଏହା ପରେ ମେହେକ୍ ବୁଖାରୀ ଏବଂ ତାଙ୍କ ମାଆ ସେମାନଙ୍କ ସହଯୋଗୀ ରେଖା କରୱାନ୍ ଏବଂ ରାଏସ୍ ଜମାଲଙ୍କ ସାହାଯ୍ୟରେ ସାକିବ ହୁସେନ୍ ଏବଂ ହାସିମ୍ ଇଜାଜୁଦ୍ଦିନଙ୍କୁ ମାରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ମୃତ୍ୟୁକୁ ଦୁର୍ଘଟଣାର ରୂପ ଦେବା ପାଇଁ ଗଭୀର ଷଡଯନ୍ତ୍ର କରାଯାଇଥିଲା । ଏକ କାର୍ ଦୁର୍ଘଟଣାରେ ସେମାନଙ୍କୁ ରାସ୍ତାରୁ ହଟାଇ ଦେଇଥିଲେ । ଏହି ଦୁର୍ଘଟଣାରେ ସାକିବ ହୁସେନ୍ ଏବଂ ହାସିମ୍ ଇଜାଜୁଦ୍ଦିନଙ୍କ ମୃତ୍ୟୁ ଘଟିଥିଲା।

ଲିସେଷ୍ଟର କ୍ରାଉନ୍ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ
ବ୍ରିଟେନର ଲିସେଷ୍ଟର କ୍ରାଉନ୍ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା । ଶୁଣାଣିର ତିନି ମାସ ପରେ ସାକିବ ହୁସେନ୍ ଏବଂ ହାସିମ୍ ଇଜାଜୁଦ୍ଦିନଙ୍କ ହତ୍ୟା ମାମଲାରେ ମେହେକ୍ ଏବଂ ତାଙ୍କ ମାଆ ଅନସ୍ରିନ୍ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ଅପରାଧିକ କେସରେ ମେହକ ଏବଂ ତାଙ୍କ ମା ଅନସ୍ରିନଙ୍କ ବ୍ୟତୀତ କୋର୍ଟ ନତାଶା ଅଖତର, ଆମୀର ଜମାଲ ଏବଂ ସାନଫ ଗୁଲାମୁସ୍ତାଫା, ରେଖନ୍ କରୱାନ୍ ଏବଂ ରାଇସ୍ ଜମାଲଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଥିବା ସୂଚନା ମିଳିଛି ।

Also Read- Onion Price: ଟମାଟୋ ପରେ ପିଆଜ ଦରରେ ଲାଗିବ ନିଆଁ ! ଦାମ ହେଇପାରେ ଏତିକି

Read More
{}{}