Hindi News >>Home >>Odisha Trending

Israel-Hamas War 2023: ଯୁଦ୍ଧ ବିରାମ ପରେ ମୁକ୍ତ ହେଲା ପ୍ରଥମ ବନ୍ଧକ ଗୋଷ୍ଠୀ

Israel-Hamas War Ceasefire: ପ୍ରାୟ ଦେଢ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପ୍ରଥମ ଥର ହୋଇଛି ଯୁଦ୍ଧ ବିରାମ। 

Advertisement
Israel-Hamas War 2023: ଯୁଦ୍ଧ ବିରାମ ପରେ ମୁକ୍ତ ହେଲା ପ୍ରଥମ ବନ୍ଧକ ଗୋଷ୍ଠୀ
Stop
Zee Odisha Desk|Updated: Nov 24, 2023, 11:41 PM IST

First Group of Hostages Released after Israel-Hamas Ceasefire: ପ୍ରାୟ ଦେଢ ମାସରୁ ଅଧିକ ସମୟ ଧରି ଚାଲିଥିବା ଯୁଦ୍ଧ ପରେ ଇସ୍ରାଏଲ-ହମାସ ମଧ୍ୟରେ ୪ ଦିନିଆ ଯୁଦ୍ଧ ବିରାମ ନଭେମ୍ବର ୨୪ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି। ଯୁଦ୍ଧ ବିରାମ ଅଧିନରେ ହମାସ ଦ୍ୱାରା ପାଲେଷ୍ଟାଇନ ଗାଜା ଅଞ୍ଚଳରେ ବନ୍ଧକ ରହିଥିବା ଲୋକଙ୍କୁ ମୁକ୍ତ କରାଯାଇଛି।

"ଟାଇମ୍ସ ଅଫ ଇଣ୍ଡିଆ" ରିପୋର୍ଟ ଅନୁସାରେ ବନ୍ଧକଙ୍କ ପ୍ରଥମ ଗୋଷ୍ଠୀ ବର୍ତ୍ତମାନ ରେଡକ୍ରସ ଅନ୍ତର୍ଜାତୀୟ କମିଟି କର୍ମଚାରୀଙ୍କ ସହ ଅଛନ୍ତି। ସେମାନଙ୍କୁ ଦକ୍ଷିଣ ଗାଜା ଠାରୁ ଆମ୍ବୁଲାନ୍ସରେ ନିଆଯିବ ଏବଂ ରାଫା କ୍ରସିଂ ମାଧ୍ୟମରେ ଇସ୍ରାଏଲ ସୀମାରେ ଭର୍ତ୍ତି କରାଯିବ। ଏନେଇ ହୋଇଥିବା ଚୁକ୍ତିନାମା ଅନୁଯାୟୀ ପ୍ରଥମ ଗୋଷ୍ଠୀରେ ମହିଳା ଏବଂ ଶିଶୁଙ୍କ ସମେତ ୧୩ ଜଣ ଅଛନ୍ତି। ଇଜିପ୍ଟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ସିଏନଏନ କହିଛି ଯେ ସେମାନଙ୍କ ବ୍ୟତୀତ ୧୨ ଜଣ ଥାଇଲ୍ୟାଣ୍ଡ ନାଗରିକଙ୍କୁ ମଧ୍ୟ ମୁକ୍ତ କରାଯାଇଛି।

ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ଶ୍ରେଥା ଥାବିସିନ୍ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ ସୁରକ୍ଷା ବିଭାଗ ଏବଂ ବୈଦେଶିକ ମନ୍ତ୍ରଣାଳୟ ନିଶ୍ଚିତ କରିଛନ୍ତି ଯେ ୧୨ ଜଣ ଥାଇଲ୍ୟାଣ୍ଡ ବନ୍ଧକଙ୍କୁ ମୁକ୍ତ କରାଯାଇଛି। ଦୂତାବାସର ଅଧିକାରୀ ଆସନ୍ତା କିଛି ଘଣ୍ଟା ମଧ୍ୟରେ ସେମାନଙ୍କୁ ନେବାକୁ ଯାଉଛନ୍ତି।

କେତେ ଲୋକଙ୍କୁ ମୁକ୍ତ କରାଯିବ?
ଇସ୍ରାଏଲ-ହମାସ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ୧୫୦ ପାଲେଷ୍ଟାଇନ କଏଦୀଙ୍କ ମୁକ୍ତି ବଦଳରେ ଗାଜା ଅଞ୍ଚଳରେ ବନ୍ଧକ ରହିଥିବା ୫୦ ଜଣଙ୍କୁ ମୁକ୍ତ କରାଯିବ। ଏହି ୫୦ ଜଣଙ୍କୁ ୪ ଦିନ ମଧ୍ୟରେ ମୁକ୍ତ କରାଯିବ। ଏହି ଅବଧି ମଧ୍ୟରେ ଯୁଦ୍ଧ ବିରାମ ବଳବତ୍ତର ରହିବ। ଯୁକ୍ତରାଷ୍ଟ୍ର ଆମେରିକା, ଇଜିପ୍ଟ ଏବଂ କତାର ମଧ୍ୟସ୍ଥତାରେ  ହମାସ ସହ ହୋଇଥିବା ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟ ନିକଟରେ ଅନୁମୋଦନ କରିଥିଲା। ହେଲେ ଦେଶରେ କ୍ଷମତାସୀନ ମେଣ୍ଟ ସରକାରରେ ସାମିଲ ହୋଇଥିବା ଦକ୍ଷିଣପନ୍ଥୀ ଓଟଜମା ୟେହୁଦିତ ଦଳର ସଦସ୍ୟ ତଥା ସୁରକ୍ଷା ମନ୍ତ୍ରୀ ଇତାମର ବେନ ଗ୍ୱିରଙ୍କ ସମେତ ଦଳର ଅନ୍ୟ ମନ୍ତ୍ରୀ ଏହାକୁ ବିରୋଧ କରିଥିଲେ।

Also Read: ଇସ୍ରାଏଲ୍-ହାମାସ୍ ମଧ୍ୟରେ ହୋଇଗଲା ଯୁଦ୍ଧ ବିରାମ; ଉଭୟ ପକ୍ଷ ମଧ୍ୟରେ ହେଲା କେଉଁ ଚୁକ୍ତି?

ଇସ୍ରାଏଲ୍ ସରକାର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଏହି ଲକ୍ଷ୍ୟ ହାସଲ କରିବାର ପ୍ରଥମ ପର୍ଯ୍ୟାୟର ବାହ୍ୟରେଖାକୁ ସରକାର ଅନୁମୋଦନ କରିଛନ୍ତି। ଯାହା ଅନୁଯାୟୀ ୪ ଦିନ ମଧ୍ୟରେ ଅତି କମରେ ୫୦ ଜଣ ବନ୍ଧକ ମୁକ୍ତ କରାଯିବେ। ଯାହା ମଧ୍ୟରେ ମହିଳା ଏବଂ ଶିଶୁ ସାମିଲ ଅଛନ୍ତି।  ପ୍ରତ୍ୟେକ ୧୦ ଅତିରିକ୍ତ ବନ୍ଧକ ମୁକ୍ତ ହେବା ଦ୍ୱାରା ଗୋଟିଏ ଗୋଟିଏ ଦିନର ଆଶ୍ୱସ୍ତି ଯୁ୍ଦ୍ଧ ବିରାମ ମାଧ୍ୟମରେ ମିଳିବ।

ପ୍ରଥମ ଥର ପାଇଁ ହୋଇଛି ଯୁଦ୍ଧ ବିରାମ
ଅଲଜଜୀରା ରିପୋର୍ଟ ଅନୁଯାୟୀ ଗତ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ହାମାସ ଯୁଦ୍ଧରେ ଗାଜା ଅଞ୍ଚଳରେ ୧୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଅନ୍ୟପଟେ ଇସ୍ରାଏଲରେ ୧୨ ଶହରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧୱ ବିରାମ ହୋଇଛି।

Read More
{}{}