Hindi News >>Home >>Odisha Trending

Delhi Fire News: ଶାସ୍ତ୍ରୀ ନଗରରେ ଜଳିଲା ୪ ମହଲା କୋଠା, ୪ ମୃତ

Delhi Fire News: ଅଗ୍ନିକାଣ୍ଡ ସମୟରେ ଅନେକ ଲୋକ ଘର ଭିତରେ ଫସି ରହିଥିଲେ । ଅଗ୍ନିକାଣ୍ଡ ଏତେ ଭୟାନକ ଥିଲା ଯେ, ପାର୍କିଂ ସ୍ଥାନରେ ରଖାଯାଇଥିବା ଚାରିଟି ଗାଡି ପୋଡି ପାଉଁଶ ହୋଇଯାଇଥିଲା। ଦମକଳ ବାହିନୀ ପହଞ୍ଚିବା ପରେ ନିଆଁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲା। ଘର ଭିତରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

Advertisement
Delhi Fire News: ଶାସ୍ତ୍ରୀ ନଗରରେ ଜଳିଲା ୪ ମହଲା କୋଠା, ୪ ମୃତ
Stop
Soubhagya Ranjan Mishra|Updated: Mar 14, 2024, 11:07 AM IST

Delhi Fire News: ଗୁରୁବାର ସକାଳ ସମୟରେ ଗୀତା କଲୋନୀ ନିକଟ ଶାସ୍ତ୍ରୀ ନଗରରେ ଥିବା ଏକ ଚାରି ମହଲା ବିଶିଷ୍ଟ କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ସମୟରେ ଅନେକ ଲୋକ ଘର ଭିତରେ ଫସି ରହିଥିଲେ । ଅଗ୍ନିକାଣ୍ଡ ଏତେ ଭୟାନକ ଥିଲା ଯେ, ପାର୍କିଂ ସ୍ଥାନରେ ରଖାଯାଇଥିବା ଚାରିଟି ଗାଡି ପୋଡି ପାଉଁଶ ହୋଇଯାଇଥିଲା। ଦମକଳ ବାହିନୀ ପହଞ୍ଚିବା ପରେ ନିଆଁକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇଥିଲା। ଘର ଭିତରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ସୂଚନା ମୁତାବକ, କୌଣସି କାରଣରୁ ଘରେ ନିଆଁ ଲାଗିବା ପରେ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ପ୍ରବଳ ଧୂଆଁ କାରଣରୁ ଘରେ ଥିବା ଲୋକମାନେ ଅଣନିଶ୍ୱାସୀ ଅନୁଭବ କରିଥିଲେ । ଫଳରେ ୨ଜଣ ଶିଶୁଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ, ଅଛନ୍ତି ୩୦ ବର୍ଷିୟ ମନୋଜ ଏବଂ ତାଙ୍କ ପତ୍ନୀ ୨୮ ବର୍ଷିୟ ସୁମନ । ଡାକ୍ତରଖାନାରେ ସମସ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମନୋଜ ତାଙ୍କ ପରିବାର ସହିତ ତଳ ମହଲାରେ ରହୁଥିଲେ ଏବଂ ତଳ ମହଲାରୁ ହିଁ ନିଆଁ ବ୍ୟାପିବା ଆରମ୍ଭ ହୋଇଥିଲା ।

ଜିଲ୍ଲା ପୋଲିସ ଡେପୁଟି କମିଶନର ସୁରେନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଶାସ୍ତ୍ରୀ ନଗରର ୨୨ ନମ୍ବର ରାସ୍ତାରେ ସକାଳ ପ୍ରାୟ ସାଢେ ୫ଟା ସମୟରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଥିଲା। ରାସ୍ତାଟି ସଂକୀର୍ଣ୍ଣ ଥିବା କାରଣରୁ ଅଗ୍ନିଶମ ବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲା । ଦୁର୍ଘଟଣା ସମୟରେ ଘରେ ଲୋକମାନେ ଶୋଇଥିଲେ। ନିଆଁ ଲାଗିବା ସମୟରେ କିଛି ଲୋକ ଛାତ ଉପରେ ଦୌଡି ନିଜ ଜୀବନ ରକ୍ଷା କରିଥିଲେ। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

Also Read- Budh Gochar 2024: ବୁଧଙ୍କ ଚଳନରୁ ଏହି ୩ ରାଶିକୁ ଶୁଭ ଫଳ ମିଳିବ

Also Read- Rahu-Ketu Gochar 2024: ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ପ୍ରଭାବରୁ ୩ରାଶିକୁ ବଡ଼ ସଙ୍କଟ

Read More
{}{}