Hindi News >>Home >>Odisha Trending

Supreme Courtଙ୍କ ନାଁରେ ବି ଜାଲ୍‍ ଓ୍ୱେବସାଇଟ୍‍, ଏତଲା ସହ ସତର୍କ ରହିବାକୁ ପରାମର୍ଶ ଦେଲେ କୋର୍ଟ ଅଫିସ

Cyber Crime News: ଜାରି ହୋଇଥିବା ନୋଟିସ ଅନୁଯାୟୀ ସୁପ୍ରିମକୋର୍ଟଙ୍କ ୱେବସାଇଟ୍ ନାଁରେ ୨ଟି ଠକ ୱେବସାଇଟ୍ ତିଆରି କରାଯାଇଛି। ସେଗୁଡ଼ିକ ହେଲା https: //cbins/scigv.com ଏବଂ https://cbins.scigv.com/offence। 

Advertisement
Supreme Courtଙ୍କ ନାଁରେ ବି ଜାଲ୍‍ ଓ୍ୱେବସାଇଟ୍‍, ଏତଲା ସହ ସତର୍କ ରହିବାକୁ ପରାମର୍ଶ ଦେଲେ କୋର୍ଟ ଅଫିସ
Stop
Soubhagya Ranjan Mishra|Updated: Aug 31, 2023, 03:06 PM IST

Cyber Crime News: ଭୁବନେଶ୍ୱର, (ଜୀ ଓଡ଼ିଶା): ସୁପ୍ରିମ୍‍ କୋର୍ଟଙ୍କ ନାଁରେ ଖୋଲିଛି  ଜାଲି ଓ୍ୱେବସାଇଟ୍‍ (Fake website) । ଖାଲି ସେତିକି ନୁହେଁ, ଏହି ସାଇଟରେ ହ୍ୟାକର ଲୋକଙ୍କ ବ୍ୟକ୍ତିଗତ ତଥ୍ୟ (Personal Data) ମାଗୁଛି। ଆଉ ସେସବୁ ପାଇଲେ ସୁପ୍ରିମ୍‍ କୋର୍ଟଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ହେଉଛି ଗୋଲ୍‍। ଏଣୁ ଏଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମ୍‍ କୋର୍ଟଙ୍କ କାର୍ଯ୍ୟାଳୟ। ଏକ ବିଜ୍ଞପ୍ତି ଜରିଆରେ କୋର୍ଟ  ପ୍ରଶାସନିକ କାର୍ଯ୍ୟାଳୟ ଏହା କହିଛି। 

ପ୍ରଶାସନିକ କାର୍ଯ୍ୟାଳୟ (Administrative Office) ପକ୍ଷରୁ ଜାରି ନୋଟିସ ଅନୁସାରେ,  ସୁପ୍ରିମକୋର୍ଟଙ୍କ ୱେବସାଇଟ୍ ନାଁରେ ୨ଟି ଠକ ୱେବସାଇଟ୍ ତିଆରି କରାଯାଇଛି। ସେଗୁଡ଼ିକ ହେଲା https: //cbins/scigv.com ଏବଂ https://cbins.scigv.com/offence। ଦ୍ୱିତୀୟ ଓ୍ବବସାଇଟ୍‍କୁ କାର୍ଯ୍ୟାଳୟ ପକ୍ଷରୁ ଅର୍ଥେନୈତିକ ଠକ ବୋଲି ଆଖ୍ୟା ଦିଆଯାଇଛି। ଏହାଦ୍ୱାରା ସମ୍ପୃକ୍ତ ନିର୍ମାତା ତଥା ହ୍ୟାକର ସାଧାରଣ ଲୋକଙ୍କ  ବ୍ୟାଙ୍କିଙ୍ଗ୍ ଦଲିଲ, କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ତଥ୍ୟ ସହିତ ବ୍ୟକ୍ତିଗତ ବିବରଣୀ ଦାଖଲ କରିବାକୁ ପ୍ରେରିତ କରୁଛି।  ୱେବସାଇଟ ଟି ଦେଖିବାକୁ ସରକାରୀ ସାଇଟ୍‍ ଭଳି। ଏହା  ଅଭିଯୋଗ ହୋଇଥିବା ଅପରାଧକୁ ବ୍ୟାଖ୍ୟା କରେ ଏବଂ ବ୍ୟବହାରକାରୀଙ୍କ ପାଇଁ ବ୍ୟାଙ୍କ ନାମ, ଫୋନ୍ ନମ୍ବର (phone number), ପାନ୍, 'ଅନଲାଇନ୍ ବ୍ୟାଙ୍କିଙ୍ଗ୍ ୟୁଜର୍ ଆଇଡି', ଲଗ୍ ଇନ୍ ପାସୱାର୍ଡ (Login password) ପ୍ରଭୃତି ସଂଗ୍ରହ କରେ। ଏହାପରେ ବ୍ୟହାରକାରୀଙ୍କୁ ଆର୍ଥିକ ଠକାମୀର ଶିକାର କରାଏ। 

ଯଦି ଆପଣ ସେହି ୱେବସାଇଟ୍ ଲିଙ୍କକୁ ଯାଆନ୍ତି ତେବେ କୌଣସି ବ୍ୟକ୍ତିଗତ କିମ୍ବା ଗୁପ୍ତ ସୂଚନା (Confidential Information) ନ ଦେବା  ପାଇଁ ସତର୍କ କରାଯାଇଛି।  ଚେତାବନୀରେ ଆହୁରି ମଧ୍ୟ କୁହାଯାଇଛି ଯେ ସୁପ୍ରିମକୋର୍ଟଙ୍କ କାର୍ଯ୍ୟାଳୟ ଆପଣଙ୍କ ବ୍ୟକ୍ତିଗତ, ଅର୍ଥ ସମ୍ବନ୍ଧୀୟ କିମ୍ବା ଗୁପ୍ତ ବିବରଣୀ କେବେ ମାଗେ ନାହିଁ।  ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏହି ଫିସିଂ ବିରୁଦ୍ଧରେ ଏତଲା ଦିଆଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ସର୍ବୋଚ୍ଚ ନ୍ୟାୟାଳୟର ଅଫିସିଆଲ୍ ଡୋମେନ୍ ହେଉଛି www.sci.gov.in

Also Read- Jawan Trailer Out: ‘ଯବାନ’ର ଟ୍ରେଲର ରିଲିଜ୍‌, ଭିନ୍ନ ଅନ୍ଦାଜରେ ନଜର ଆସିଲେ କିଙ୍ଗ୍ ଖାନ୍

Read More
{}{}