Hindi News >>Home >>Odisha Trending

Night Clubs: ଏମିତି କ୍ଲବ ଯେଉଁଠି ମିଳେ ନାହିଁ ମଦ କି ସିଗାରେଟ୍, ଡ଼ିଜେରେ ବାଜେ ଭଜନ

Night Clubs: ସାଧାରଣତଃ କ୍ଲବର ଡ଼ିଜେ ଗୁଡ଼ିକରେ ଲୋକେ ହିନ୍ଦୀ, ପଞ୍ଜାବୀ ବା ଇଂରୀଜୀ ଗୀତ ବାଜିଥାଏ । କିନ୍ତୁ ଆପଣ କେବେ ଏପରି ନାଇଟ କ୍ଲବ ଦେଖିଛନ୍ତି କି ଯେଉଁଠି ଲୋକମାନେ ସଂସ୍କୃତ ଗୀତରେ ନାଚନ୍ତି । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବ ଏମିତି ଏକ ଦେଶ ଅଛି ଯେଉଁଠି ଲୋକମାନେ କ୍ଲବରେ ସଂସ୍କୃତ ଗୀତରେ ନାଚିଥାଆନ୍ତି। ଆସନ୍ତୁ ଜାଣିବା ଏହି ଅନନ୍ୟ ନାଇଟ କ୍ଲବ ବିଷୟରେ ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Mar 18, 2023, 01:50 PM IST

Night Clubs: ଆମ ଦେଶରେ ସାଧାରଣତଃ ନାଇଟ କ୍ଲବର (Night Club) ଡ଼ିଜେ ଗୁଡ଼ିକରେ ଲୋକେ ହିନ୍ଦୀ, ପଞ୍ଜାବୀ ବା ଇଂରୀଜୀ ଗୀତ ବାଜିଥାଏ । ଏହି ସବୁ ଗୀତର ତାଳରେ ତାଳେ ନାଚିଥାଆନ୍ତି ଲୋକେ । କିନ୍ତୁ ଆପଣ କେବେ ଏପରି ନାଇଟ କ୍ଲବ ଦେଖିଛନ୍ତି କି ଯେଉଁଠି ଲୋକମାନେ ସଂସ୍କୃତ ଗୀତରେ (Sanskrit Song) ନାଚନ୍ତି । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବ ଏମିତି ଏକ ଦେଶ ଅଛି ଯେଉଁଠି ଲୋକମାନେ କ୍ଲବରେ ସଂସ୍କୃତ ଗୀତରେ ନାଚିଥାଆନ୍ତି। ଆସନ୍ତୁ ଜାଣିବା ଏହି ଅନନ୍ୟ ନାଇଟ କ୍ଲବ ବିଷୟରେ ।

ଆମେ ସମସ୍ତ ଜାଣୁ ଯେ, ସଂସ୍କୃତ ଭାଷା ହିନ୍ଦୁ ଧର୍ମର ଏକ ପବିତ୍ର ଭାଷା । ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମରେ ସଂସ୍କୃତ ଏକ ଦାର୍ଶନିକ ଭାଷା ଭାବେ ବ୍ୟବହାର କରାଯାଇଥାଏ । ଆର୍ଜେଣ୍ଟିନାର(Argentina) ରାଜଧାନୀ ବୁଏନସ୍-ଏୟାର୍ସରେ ‘ଗ୍ରୋଭ’ (grove)ନାମକ ଏକ ନାଇଟ୍ କ୍ଲବ୍ ଅଛି । ଏଠାରେ ଡ଼ିଜେରେ ସାଲସା, ସାସା କିମ୍ବା ଅନ୍ୟ କୌଣସି ପ୍ରକାର ଗୀତ ନୁହେଁ ବଂର ସଂସ୍କୃତ ଭାଷାରେ ଗୀତ ବଜାଯାଇଥାଏ । ଆଉ ଏହି ସଂସ୍କୃତ ଗୀତର ତାଳେ ତାଳେ ଝୁମି ଥାଆନ୍ତି ଲୋକେ। ଏଠାରେ ଗଣେଶ ଶରଣମ୍, ଗୋବିନ୍ଦା-ଗୋବିନ୍ଦ, ଜୟ-ଜୟ ରାଧା ରମଣ ହରି ବୋଲ ଓ ଜୟ କୃଷ୍ଣ ହରେ ଭଳି ଗୀତ(Devotional Songs) ବାଜିବା ସହ ଏଥିରେ ଲୋକମାନେ ନାଚୁଥିବାର ଦେଖିବାକୁ ମିଳିଥାଏ। ଆର୍ଜେଣ୍ଟିନାର ବୁଏନସ୍-ଏୟାର୍ସରେ(Buenos Aires)  ଥିବା ଏହି ନାଇଟ୍ କ୍ଲବ୍ ସବୁ ଦୃଷ୍ଟିରୁ ଅନନ୍ୟ ଅଟେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହା କୌଣସି ଛୋଟିଆ ନାଇଟ୍ କ୍ଲବ୍ ନୁହେଁ, ଏଠାରେ ପ୍ରାୟ ୮୦୦ ଲୋକ ଏକାଠି ଗୀତ ଗାଉଥିବା ଦେଖିବାକୁ ମିଳେ। ବାସ୍ତବରେ ଜଣେ ଭାରତୀୟ କୂଟନୀତିଜ୍ଞ(Indian Ambassador)ବିଶ୍ୱନାଥନ ୨୦୧୨ ମସିହାରେ ଆର୍ଜେଣ୍ଟିନା ଗସ୍ତ କରି ନିଜର ଏହି ଅନୁଭୂତି ବଖାଣିଥିଲେ। ସେ କହିଥିଲେ ଯେ, ଏହି ନାଇଟ୍ କ୍ଲବରେ ଲୋକେ ନା ମଦ(Alcohol) ପିଅନ୍ତି ନାହିଁ କି ଧୂମପାନ ମଧ୍ଯ କରିନ୍ତି ନାହିଁ । ଏପରିକି ଏହି କ୍ଲବରେ ମାଂସ ଓ ମାଛ ମଧ୍ୟ ମିଳିନଥାଏ । କେବଳ ସଫ୍ଟ ଡ୍ରିଙ୍କସ୍, ଫ୍ରୁଟ ଜୁସ୍(Fruit juice) ଓ ନିରାମିଷ ଖାଦ୍ୟ ମିଳିଥାଏ। ଏହି କ୍ଲବରେ ଗୀତ ଗାଉଥିବା ରୋଡ୍ରିଗୋ କୁହନ୍ତି, ମନ୍ତ୍ର, ଯୋଗ, ଧ୍ୟାନ, ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ଆତ୍ମା ସହିତ ଶରୀରର ସମ୍ପର୍କ ସ୍ଥାପିତ ହୋଇଥାଏ।

Also Read-Shocking News: ଗର୍ଲଫ୍ରେଣ୍ଡ ଦେଲା ଧୋକା ତ ଯୁବକଙ୍କୁ ମିଳିଲା ଏତିକି ହଜାର ଟଙ୍କା, ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଏହି ନାଇଟ୍ କ୍ଲବରେ ଉଚ୍ଚ ସ୍ୱରରେ ସଙ୍ଗୀତ ଓ ନୃତ୍ୟ ସତ୍ତ୍ୱେ ଉଭୟ ଗାୟକ ଓ ଲୋକମାନେ ସଂସ୍କୃତ ମନ୍ତ୍ର ଓ ଭାରତୀୟ ଦେବତାଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନର ଭାବ ବଜାୟ ରଖନ୍ତି। ଏଠିକାର ପରିବେଶ ଆଧ୍ୟାତ୍ମିକ ମନେ ହୋଇଥାଏ । ଦୀର୍ଘ ୪ ଘଣ୍ଟା ଧରି ଏହି ସଙ୍ଗୀତ ଓ ନୃତ୍ୟ କାର୍ଯ୍ୟକ୍ରମ ଜାରି ରହିଥାଏ । ଲୋକମାନେ ଶାନ୍ତି ଓ ଆନନ୍ଦ ମନରେ ଏହିଠାରୁ ଯାଆନ୍ତି ।

 

 

 

 

 

Read More
{}{}