Hindi News >>Home >>Odisha Trending

EPFO details on instagram: ଏଣିକି ଇଣ୍ଟାଗ୍ରାମରେ ମିଳିବ EPF ଖାତା ସହ ଜଡ଼ିତ ସମସ୍ତ ଡ଼ିଟେଲ୍ସ , କରିବାକୁ ହେବ ଏହି କାମ

EPFO details on instagram: ଏବେ ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବା ହେଲା ସହଜ। ବର୍ତ୍ତମାନଠାରୁ ଯଦି ଆପଣ EPF ଆକାଉଣ୍ଟରୁ ଟଙ୍କା ବାହାର କରିବାକୁ ଚାହୁଁଛନ୍ତି, ତେବେ ଆପଣ EPFO ​​ମେମ୍ବର ପୋର୍ଟାଲ ଓ UMANG ଆପ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ଏହା ସହ EPFO ​​ସମ୍ବନ୍ଧୀୟ ସୂଚନା ପାଇଁ ଇନଷ୍ଟାଗ୍ରାମରେ ଏହାର ଆକାଉଣ୍ଟ ଫୋଲୋ କରି ଆପଣ ସମସ୍ତ ତଥ୍ୟ ପାଇ ପାରିବେ।

Advertisement
ସୌ(ସୋସିଆଲ ମିଡିଆ)
Stop
Payal Priyadarshini|Updated: Mar 17, 2023, 06:50 PM IST

EPFO details on instagram: ଏବେ ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବା ହେଲା ସହଜ। ବର୍ତ୍ତମାନଠାରୁ ଯଦି ଆପଣ EPF ଆକାଉଣ୍ଟରୁ ଟଙ୍କା ବାହାର କରିବାକୁ ଚାହୁଁଛନ୍ତି, ତେବେ ଆପଣ EPFO ​​ମେମ୍ବର ପୋର୍ଟାଲ ଓ UMANG ଆପ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ଏହାସହ ଆପଣ ଆପଣଙ୍କ ଇପିଏଫ୍ ଆକାଉଣ୍ଟର ରାଶି ଯାଞ୍ଚ କରିବା ସହ ଘରେ ବସି ଡିଜିଟାଲ୍ ଲାଇଫ୍ ସାର୍ଟିଫିକେଟ୍ ପାଇଁ ଅନଲାଇନରେ ମଧ୍ୟ ଆବେଦନ କରିପାରିବେ। ଆପଣ EPFO ​​ପୋର୍ଟାଲ ଓ ଉମଙ୍ଗ (UMANG) ଆପ୍‌ରେ ସମସ୍ତ ସୂଚନା ପାଇପାରିବା ନେଇ ଇପିଏଫଓ ନିଜ ଟ୍ୱିଟର ଆକାଉଣ୍ଟରେ ଏନେଇ ସୂଚନା ଦେଇଛି। ଏହାସହ EPFO ​​ସମ୍ବନ୍ଧୀୟ ସୂଚନା ପାଇଁ ଇନଷ୍ଟାଗ୍ରାମରେ ଏହାର ଆକାଉଣ୍ଟ ଫୋଲୋ କରି ଆପଣ ସମସ୍ତ ତଥ୍ୟ ପାଇ ପାରିବେ।

ସୂଚନା ମୁତାବକ ଅନଲାଇନ୍, ମିସ୍ କଲ୍, ଏସ୍‌ଏମଏସ୍‌, ୟୁଏଏନ୍‌ ( UAN) ନମ୍ବର, ଟ୍ରାକିଂ ID ଓ ଅଣ୍ଡର ପ୍ରୋସେସ ଫର୍ମ ମାଧ୍ୟମରେ ଇପିଏଫ ଆକାଉଣ୍ଡ ହୋଲ୍ଡର ମାନେ ଆବେଦନ କରିଥିବା ସମ୍ବନ୍ଧୀୟ ସୂଚନା ପାଇ ପାରିବେ। ଏଥିସହ, ଇପିଏଫ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଆବେଦନ କରିବା ପରେ କର୍ମଚାରୀମାନେ  PF ସ୍ଥିତି ଯାଞ୍ଚ କରିବାରେ ସକ୍ଷମ ହେବେ।

 

ଏଣିକି ୟୁଏଏନ୍‌ ନମ୍ବର ମାଧ୍ୟମରେ ଟଙ୍କା ଉଠେଇବା ହେବ ସହଜ

EPFOର ଉପଭୋକ୍ତାମାନଙ୍କୁ ଏକ ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର (UAN ନମ୍ବର) ପ୍ରଦାନ କରାଯାଇଛି, ଏହା ସାହାଯ୍ୟରେ EPF ରାଶି ଉଠାଇବା ପାଇଁ କର୍ମଚାରୀ ମାନଙ୍କ ପାଇଁ ସୁବିଧା ଜନକ ପ୍ରକ୍ରିୟା ହୋଇଛି। ଏଥିପାଇଁ ଉପଭୋକ୍ତା ମାନଙ୍କୁ ଅନଲାଇନ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏଥିପାଇଁ କର୍ମଚାରୀ ମାନଙ୍କର UANକୁ ପୂର୍ବରୁ ଆକ୍ଟିଭ କରିବା ପାଇଁ ପଡିବ। ଆପଣ EPFO ପୋର୍ଟାଲରେ ନିଜର UAN ଆକ୍ଟିଭ କରି ପାରିବେ।

ଇପିଏଫ ହାଇଲାଇଟ୍, ଇପିଏଫ୍ ପୋର୍ଟାଲ୍, ଏସଏମଏସ ଓ UMANG ଆପ୍ ମାଧ୍ୟମରେ ଆପଣ ଆବେଦନ କରିଥିବା ପ୍ରକ୍ରିୟାର ସ୍ଥିତି ସମ୍ପର୍କରେ ବିସ୍ତୃତ ବିବରଣୀ ପାଇ ପାରିବେ। ଆମେ ଏଠାରେ କହି ରଖୁଛୁ ଯେ, ଇପିଏଫ କେନ୍ଦ୍ରୀୟ ସରକାରଙ୍କ ଦ୍ୱାରା ଡିଜାଇନ କରାଯାଇଥିବା ଏକ ସଞ୍ଚୟ ଯୋଜନା ଅଟେ। ଏହା ଦ୍ୱାରା ଅନେକ ସରକାରୀ ଓ ବେସରକାରୀ କର୍ମଟାରୀ ଉପକୃତ ହୋଇ ଥାଆନ୍ତି।

ସର୍ବନିମ୍ନ ଅବଦାନ ବେତନର ୧୨% ହେବା ଉଚିତ୍

ସରକାରୀ କର୍ମଚାରୀଙ୍କ ପାଇଁ ସରକାରୀ ପ୍ରୋଭିଡ଼େଣ୍ଟ ପାଣ୍ଠି( GPF) ହେଉଛି ଇପିଏଫ । EPF ବା GPFକୁ ପ୍ରାୟତଃ PF ଭାବରେ ବିସ୍ତାରିତ କରାଯାଇଛି । କର୍ମଚାରୀଙ୍କ ଇପିଏଫ ଆକାଉଣ୍ଟରେ ମାସିକ ଅବଦାନ ଉଭୟ କର୍ମଚାରୀ ଓ କମ୍ପାନୀ ଦ୍ବାରା PF କାର୍ଯ୍ୟକ୍ରମ ଅଧୀନରେ କରାଯାଇଥାଏ । କର୍ମଚାରୀଙ୍କ ଆୟର ସର୍ବନିମ୍ନ ୧୨% ଅବଦାନ ରହିବା ଉଚିତ୍ । କର୍ମଚାରୀଙ୍କ ମୌଳିକ ଆୟ କିମ୍ବା କମ୍ପାନୀରୁ ୧୨% ଅବଦାନ ମଧ୍ଯ ଆବଶ୍ୟକ । ଯଦି କର୍ମଚାରୀମାନେ  ସେମାନଙ୍କର PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ବା ଜମା କରିବାକୁ ଚାହାଁନ୍ତି ତାହାଲେ କର୍ମଚାରୀମାନେ ସେମାନଙ୍କର PF ଦାବି ସ୍ଥିତିକୁ ଅନଲାଇନ କିମ୍ବା ଅଫଲାଇନ ମାଧ୍ଯମରେ ଯାଞ୍ଚ କରିପାରିବେ ।

 

Read More
{}{}