Hindi News >>Home >>Odisha Trending

ଭୋପାଳରେ ସୋନିଆ ଓ ରାହୁଲ ଗାନ୍ଧିଙ୍କ ବିମାନର ଜରୁରୀ ଅବତରଣ: ବିମାନରେ ବୈଷୟିକ ତ୍ରୁଟି

Sonia Gandhi And Rahul Gandhi: ବିମାନର ଜରୁରୀ ଅବତରଣ । ବିମାନରେ ଥିଲେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ।

Advertisement
ଭୋପାଳରେ ସୋନିଆ ଓ ରାହୁଲ ଗାନ୍ଧିଙ୍କ ବିମାନର ଜରୁରୀ ଅବତରଣ: ବିମାନରେ ବୈଷୟିକ ତ୍ରୁଟି
Stop
Soubhagya Ranjan Mishra|Updated: Jul 18, 2023, 10:52 PM IST

Sonia Gandhi And Rahul Gandhi: ଭୋପାଳ : ବାଙ୍ଗାଲୋରରୁ ଦିଲ୍ଲୀ ଯାଉଥିବା ବିମାନ ଭୋପାଳ ବିମାନ ବନ୍ଦର (Bhopal Airport)ରେ ଜରୁରୀ ଅବତରଣ କରିଛି। ଏହି ବିମାନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି (Sonia Gandhi) ଓ ରାହୁଲ ଗାନ୍ଧି ଉଭୟ ଥିଲେ। ବୈଷୟିକ ତ୍ରୁଟି କାରଣରୁ ବିମାନକୁ ଭୋପାଳରେ ଜରୁରୀ ଅବତରଣ (Emergency landing) କରିବାକୁ ପଡିଲା । ବିଶେଷ ସୂତ୍ରରୁ ପ୍ରକାଶ ଯେ, ଉଭୟ ନେତା ବର୍ତ୍ତମାନ ରାତି ୯.୩୦ ରେ ଦିଲ୍ଲୀକୁ ଯାଉଥିବା ନିୟମିତ ବିମାନରେ ଉଡ଼ାଣ କରିଛନ୍ତି ।

ବିମାନର ଜରୁରୀ ଅବତରଣ ଭୋପାଳର ରାଜ ଭୋଜ ବିମାନବନ୍ଦରରେ କରାଯାଇଥିଲା । ଏହି ବିମାନରେ କଂଗ୍ରେସ ନେତା ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଥିଲେ। ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ ବିମାନକୁ ଭୋପାଳରେ ଅବତରଣ କରିବାକୁ ପଡିଲା। ଏକ ଚାର୍ଟାର୍ଡ ​​ବିମାନରେ ସୋନିଆ ଏବଂ ରାହୁଲ ବାଙ୍ଗାଲୋରରୁ ଦିଲ୍ଲୀ ଯାଉଥିଲେ। ବର୍ତ୍ତମାନ ଉଭୟ ନେତା ଇଣ୍ଡିଗୋ ବିମାନ ଯୋଗେ ଦିଲ୍ଲୀ ଯାଇଛନ୍ତି।

ଆଜି ବାଙ୍ଗାଲୋରରେ ଅନୁଷ୍ଠିତ ୨୬ ବିରୋଧୀ ଦଳର ବୈଠକରେ ଯୋଗଦେବା ପରେ ରାହୁଲ ଏବଂ ସୋନିଆ ଗାନ୍ଧୀ ଦିଲ୍ଲୀ (Delhi) ଫେରୁଥିଲେ। ଭୋପାଳରେ ବିମାନର ଜରୁରୀ ଅବତରଣ ଖବର ପାଇବା ମାତ୍ରେ ରାହୁଲ ଗାନ୍ଧି (Rahul Gandhi) ଓ ସୋନିଆ ଗାନ୍ଧିଙ୍କୁ ଭେଟିବା ପାଇଁ କଂଗ୍ରେସ ନେତା ସୁରେଶ ପାଚୌରୀ, ପିସି ଶର୍ମା, ଆରିଫ ମାସୁଦ ଏବଂ ଶୋଭା ଓଜା ବିମାନବନ୍ଦରରେ ପହଞ୍ଚିଥିଲେ।

Also Read- Actress Priyanka Chopra: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବିଷୟରେ କିଛି ଖାସ୍ କଥା

Read More
{}{}