Hindi News >>Home >>Odisha Trending

Electricity Bill: ବିଜୁଳି ବିଲ୍ ହୋଇଯିବ ଅଧାରୁ କମ୍! କେବଳ ଆପଣାନ୍ତୁ ଏହି ୨ଟି ଉପାୟ

Electricity Bill: ଯଦିଓ ଏହି ଉପକରଣଗୁଡ଼ିକ କେବଳ ଗ୍ରୀଷ୍ମ ଋତୁରେ ଆରାମ ପ୍ରଦାନ କରିଥାଏ, କିନ୍ତୁ  ଏହାକୁ ଦିନସାରା ଚାଲୁ ରଖିବା ଦ୍ୱାରା ଘରର ବିଦ୍ୟୁତ୍ ବିଲ୍ ମଧ୍ୟ ଆକାଶଛୁଆଁ ହୋଇଯାଏ । ଆଜି ଆମେ ଆପଣଙ୍କୁ ଏପରି କିଛି ସହଜ ଟ୍ରିକ୍ ବିଷୟରେ କହିବାକୁ ଯାଉଛୁ, ଯାହା ଅନୁସରଣ କରି ଆପଣଙ୍କୁ ଏସି ଓ କୁଲର୍ ଚଲାଇବା ପୂର୍ବରୁ ଚିନ୍ତା କରିବାକୁ ପଡ଼ିବ ନାହିଁ । ଏହି ଟ୍ରିକ୍ ସହିତ ଆପଣଙ୍କ ବିଦ୍ୟୁତ୍ ବିଲ୍ ମୂଲ୍ୟ ଅଧା ହୋଇଯିବ ।

Advertisement
Electricity Bill: ବିଜୁଳି ବିଲ୍ ହୋଇଯିବ ଅଧାରୁ କମ୍! କେବଳ ଆପଣାନ୍ତୁ ଏହି ୨ଟି ଉପାୟ
Stop
Zee Odisha Desk|Updated: Apr 11, 2023, 12:25 PM IST

Electricity Bill: ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କ ଘରେ ବିଦ୍ୟୁତ ସଂଯୋଗ ରହିଛି । ବିଜୁଳି ବିଲ୍ (Electricity Bill) ସର୍ବଦା ମାସିକ ଖର୍ଚ୍ଚର ଏକ ବଡ଼ ଅଂଶ ହୋଇଥାଏ । ଏହି ଖର୍ଚ୍ଚକୁ କମ୍ କରିବା ପାଇଁ ଆମେ ବିଜୁଳି ବ୍ୟବହାରକୁ ହ୍ରାସ କରିବାକୁ ଚେଷ୍ଟା କରିଥାଉ । କିନ୍ତୁ ସମୟର ଅଭାବ ଯୋଗୁଁ ଅନେକ ଥର ଆମେ ଏପରି ଜିନିଷ ପ୍ରତି ଧ୍ୟାନ ଦେବା ସମ୍ଭବ ହୋଇନଥାଏ । ଆଜି ଆମେ ଆପଣଙ୍କୁ ବିଜୁଳି ବିଲ୍ ହ୍ରାସ କରିବାର ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ । ଆସନ୍ତୁ ଜାଣିବା ଏହା ବିଷୟରେ ...

ବର୍ତ୍ତମାନ ଗ୍ରୀଷ୍ମ ଋତୁ (Summer Season) ଆସି ସାରିଛି । ଫଳରେ ଘରେ କୁଲର୍ (Cooler) ଓ ଏସି (Air Conditioner:AC) ଚାଲିବା ଜାରି ରହିଛି । ଯଦିଓ ଏହି ଉପକରଣଗୁଡ଼ିକ କେବଳ ଗ୍ରୀଷ୍ମ ଋତୁରେ ଆରାମ ପ୍ରଦାନ କରିଥାଏ, କିନ୍ତୁ  ଏହାକୁ ଦିନସାରା ଚାଲୁ ରଖିବା ଦ୍ୱାରା ଘରର ବିଦ୍ୟୁତ୍ ବିଲ୍ (Electricity Bill) ମଧ୍ୟ ଆକାଶଛୁଆଁ ହୋଇଯାଏ । ଆଜି ଆମେ ଆପଣଙ୍କୁ ଏପରି କିଛି ସହଜ ଟ୍ରିକ୍ ବିଷୟରେ କହିବାକୁ ଯାଉଛୁ, ଯାହା ଅନୁସରଣ କରି ଆପଣଙ୍କୁ ଏସି ଓ କୁଲର୍ ଚଲାଇବା ପୂର୍ବରୁ ଚିନ୍ତା କରିବାକୁ ପଡ଼ିବ ନାହିଁ । ଏହି ଟ୍ରିକ୍ ସହିତ ଆପଣଙ୍କ ବିଦ୍ୟୁତ୍ ବିଲ୍ ମୂଲ୍ୟ ଅଧା ହୋଇଯିବ ।

ବିଦ୍ୟୁତ ବିଲରେ ବୃଦ୍ଧି ଅର୍ଥ ହେଉଛି ଆପଣଙ୍କ ବଜେଟ ବିଗିଡ଼ିବା । ଯଦି ଆପଣ ଅଧିକ ବିଦ୍ୟୁତ୍ ବିଲ୍ ସମସ୍ୟାର ସାମ୍ନା କରୁଛନ୍ତି, ତେବେ ଆପଣଙ୍କୁ କେବଳ ଘରର କିଛି ଉପକରଣ ବଦଳାଇବାକୁ ପଡିବ । ଯଦି ଆପଣ ପୁରୁଣା ବଲ୍ବ ବ୍ୟବହାର କରୁଛନ୍ତି, ତେବେ ସେଗୁଡ଼ିକୁ ଗୁଡବାୟ କୁହନ୍ତୁ । ଏହି ବଲ୍ବଗୁଡ଼ିକ ବିଜୁଳି ବିଲ୍ ଶୀଘ୍ର ବଢ଼ାଇଥାଏ । ସେଗୁଡ଼ିକରୁ ମୁକ୍ତି ପାଇ ଆପଣ ବିଦ୍ୟୁତ୍ ବ୍ୟବହାରକୁ ହ୍ରାସ କରିପାରିବେ । ଏହା ପରିବର୍ତ୍ତେ ଆପଣ ଘରେ ଏଲଇଡି ବଲ୍ବ ବ୍ୟବହାର କରିବା ଆରମ୍ଭ କରନ୍ତୁ । ବିଦ୍ୟୁତ୍ ଉପଯୋଗକୁ ହ୍ରାସ କରି ଏଲଇଡି ବଲ୍ବ ଆପଣଙ୍କୁ ଅଧିକ ବିଲରୁ ରକ୍ଷା କରିପାରିବ ।

ଯଦି ଆପଣ ନିଜ ଘର ପାଇଁ ଟ୍ୟୁବ୍ ଲାଇଟ୍ କିମ୍ବା ବଲ୍ବ ଆଣିବାକୁ ଯାଉଛନ୍ତି, ତେବେ CFL ବଦଳରେ ଏଲଇଡି ବଲ୍ବ ଓ ଲାଇଟ୍ (LED Bulb and Lights) ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । 100W ସାଧାରଣ ବଲ୍ବ ୧୦ ଘଣ୍ଟାରେ ଗୋଟିଏ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କରେ, 15W CFL ୬୬.୫ ଘଣ୍ଟାରେ ଗୋଟିଏ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କରେ ଏବଂ ଯଦି ଆମେ ଏଲଇଡି ବଲ୍ବ ବିଷୟରେ ଆଲୋଚନା କରିବା, ତା’ହେଲେ ଏହା ଏକ ୟୁନିଟ୍ ବିଦ୍ୟୁତ୍ ବ୍ୟବହାର କରେ, ଯେତେବେଳେ ଏହା ୧୧୧ ଘଣ୍ଟା ପର୍ଯ୍ୟନ୍ତ ବ୍ୟବହୃତ ହୁଏ ।

ବର୍ତ୍ତମାନ ଯେଉଁ ଟ୍ରିକ୍ କଥା ଆମେ କହୁଛି, ବୋଧହୁଏ ଏହା ବିଷୟରେ ଆପଣମାନେ ମଧ୍ୟ ଜାଣିଥିବେ । ଯଦି ଆପଣ ବିଦ୍ୟୁତ୍ ସଞ୍ଚୟ କରିବାକୁ ଚାହୁଁଛନ୍ତି ତ ବ୍ୟବହାର ପରେ ଆପଣଙ୍କର ଡିଭାଇସ୍ ବନ୍ଦ କରିବାକୁ ଭୁଲନ୍ତୁ ନାହିଁ । ଏହା ପ୍ରାୟତଃ ଘଟେ ଯେ ଫୋନ୍ ଚାର୍ଜ କରିବା ପରେ କିମ୍ବା ଟିଭି ଦେଖିବା ପରେ ଆପଣ ମେନ୍ ପ୍ଲଗ୍ ବନ୍ଦ କରିବାକୁ ଭୁଲିଯାଆନ୍ତି । ଏହା ଦ୍ୱାରା ଅଯଥାରେ ବହୁ ବିଦ୍ୟୁତ୍ ଅପଚୟ ହୋଇଥାଏ ।

ଅଧିକ ପଢ଼ନ୍ତୁ-BCCI କଲା ବଡ଼ ଘୋଷଣା, ୨୦୨୩-୨୪ ବର୍ଷ ପାଇଁ ଭାରତୀୟ କ୍ରିକେଟ୍ କାର୍ଯ୍ୟସୂଚୀ ଜାରି

ଅଧିକ ପଢ଼ନ୍ତୁ-ଆଗାମୀ ୫୮ ଦିନ ଯାଏ ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିଙ୍କ ଭାଗ୍ୟ, ଟଙ୍କାରେ ଘର ଭରିଦେବେ 'ବୁଧ'!

ଅଧିକ ପଢ଼ନ୍ତୁ-RCB ବିପକ୍ଷରେ ଐତିହାସିକ ବିଜୟ ପରେ ଅଧିନାୟକ ରାହୁଲଙ୍କ ବଡ଼ ବୟାନ, ଏହି ଖେଳାଳିଙ୍କୁ କହିଲେ LSGର ପ୍ରକୃତ ହିରୋ

ଆହୁରି ମଧ୍ୟ କୌଣସି ବୈଦ୍ୟୁତିକ ଉପକରଣ କିଣିବା ପୂର୍ବରୁ ନିଶ୍ଚିତ ଭାବରେ ସେଗୁଡ଼ିକର ରେଟିଂ ଯାଞ୍ଚ କରନ୍ତୁ ଓ ସେହି ଉତ୍ପାଦଗୁଡିକ କିଣିବାକୁ ଚେଷ୍ଟା କରନ୍ତୁ, ଯାହାର ଉଚ୍ଚ ରେଟିଂ ଅଛି ଓ ଯାହା ବିଦ୍ୟୁତ୍ ସଞ୍ଚୟ କରେ । ଯଦି ଆପଣ ଚାହିଁବେ ତ ଏକାଧିକ ଡିଭାଇସ୍ ପାଇଁ ଏକ ଏକ୍ସଟେନ୍ସନ୍ ବୋର୍ଡ ମଧ୍ୟ ବ୍ୟବହାର କରିପାରିବେ, କାରଣ ଏହି ଉପାୟରେ ଆପଣ ଏକ ସୁଇଚ୍ ବନ୍ଦ କରି ଏକ ସମୟରେ ଅନେକ ଉପକରଣରୁ ଶକ୍ତି ସଞ୍ଚୟ କରିବାରେ ସକ୍ଷମ ହେବେ ।

Read More
{}{}