Hindi News >>Home >>Odisha Trending

ଇଲେକ୍ଟୋରାଲ ବଣ୍ଡ ମାମଲା: ଦେଶର ପ୍ରମୁଖ ଦାତାଙ୍କ ଭିତରେ ଓଡ଼ିଶାର ଇନ୍ଦ୍ରାଣୀ ପଟ୍ଟନାୟକ

Electoral Bond: ଓଡ଼ିଶାର ଅନ୍ୟତମ ଖଣି ବ୍ୟବସାୟୀ ତଥା ପ୍ରତିଷ୍ଠିତ ‘ପଟ୍ଟନାୟକ’ ପରିବାର ସଦସ୍ୟ ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ନାଁ ରହିଛି ଦେଶରେ ନିର୍ବାଚନୀ ବଣ୍ଡ କିଣି ରାଜନୀତିକ ଦଳଙ୍କୁ ପାଣ୍ଠି ଯୋଗାଇବା ତାଲିକାରେ। ଖାଲି ସେତିକି ନୁହେଁ,  ନିର୍ବାଚନୀ ବଣ୍ଡ କିଣିଥିବା ଦେଶର ପ୍ରମୁଖ ୧୫ ବ୍ୟକ୍ତି ବିଶେଷଙ୍କ ଭିତରେ ରହିଛନ୍ତି ରାଜ୍ୟର ଏକମାତ୍ର ଇନ୍ଦ୍ରାଣୀ ପଟ୍ଟନାୟକ।

Advertisement
ଇଲେକ୍ଟୋରାଲ ବଣ୍ଡ ମାମଲା: ଦେଶର ପ୍ରମୁଖ ଦାତାଙ୍କ ଭିତରେ ଓଡ଼ିଶାର ଇନ୍ଦ୍ରାଣୀ ପଟ୍ଟନାୟକ
Stop
Zee Odisha Desk|Updated: Mar 19, 2024, 07:26 AM IST

Electoral Bond: ଓଡ଼ିଶାର ଅନ୍ୟତମ ଖଣି ବ୍ୟବସାୟୀ ତଥା ପ୍ରତିଷ୍ଠିତ ‘ପଟ୍ଟନାୟକ’ ପରିବାର ସଦସ୍ୟ ଇନ୍ଦ୍ରାଣୀ ପଟ୍ଟନାୟକଙ୍କ ନାଁ ରହିଛି ଦେଶରେ ନିର୍ବାଚନୀ ବଣ୍ଡ କିଣି ରାଜନୀତିକ ଦଳଙ୍କୁ ପାଣ୍ଠି ଯୋଗାଇବା ତାଲିକାରେ। ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ତାଲିକାକୁ ବିଶ୍ଳେଷଣ କଲେ ଏହା ସ୍ପଷ୍ଟ ହୁଏ। ସେ  ବ୍ୟକ୍ତିଗତ ସ୍ତରରେ ନିର୍ବାଚନୀ ବଣ୍ଡ କିଣି ରାଜନୀତିକ ଦଳଙ୍କୁ ପାଣ୍ଠି ଯୋଗାଇଛନ୍ତି।  ଖାଲି ସେତିକି ନୁହେଁ,  ନିର୍ବାଚନୀ ବଣ୍ଡ କିଣିଥିବା ଦେଶର ପ୍ରମୁଖ ୧୫ ବ୍ୟକ୍ତି ବିଶେଷଙ୍କ ଭିତରେ ରହିଛନ୍ତି ରାଜ୍ୟର ଏକମାତ୍ର ଇନ୍ଦ୍ରାଣୀ ପଟ୍ଟନାୟକ।

ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଦେଶର ୩୩୩ ଜଣ ବ୍ୟକ୍ତି ବିଶେଷ ନିର୍ବାଚନୀ ବଣ୍ଡ କିଣି ବିଭିନ୍ନ ରାଜନୀତିକ ଦଳଙ୍କୁ ପ୍ରଦାନ କରିଛନ୍ତି।  ଏପ୍ରିଲ ୨୦୧୯ ରୁ ଜାନୁୟାରୀ ୨୦୨୪ ମଧ୍ୟରେ ଏହି କ୍ରମରେ ୩୫୮ କୋଟି ୫୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପ୍ରମୁଖ ବ୍ୟକ୍ତିଗତ ଦାତାଙ୍କ ଭିତରେ ସର୍ବାଗ୍ରେ ରହିଛନ୍ତି ଆର୍ସେଲର ମିତ୍ତଲ ସିଇଓ ତଥା କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଲକ୍ଷ୍ମୀ ନିବାସ ମିତ୍ତଲ। ସେ ୧୬୭୦ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣି ଦାନ କରିଛନ୍ତି। ଏପ୍ରିଲ୍‍ ୧୮, ୨୦୨୯ ଅର୍ଥାତ୍‍ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ସେ ଏହି ଦାନାର୍ଥେ ବଣ୍ଡ କିଣିଛନ୍ତି। ନିକଟରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ସହ ସମ୍ପୃକ୍ତି ରଖୁଥିବା ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ  ଲକ୍ଷ୍ମୀଦାସ ବଲ୍ଲଭ ଦାସ ମର୍ଚ୍ଚାଣ୍ଟ ୨୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଥିବା ତଥ୍ୟ ସାମ୍ନାକୁ ଆସିଛି। ସେ ନଭେମ୍ବର ୨୦୨୩ରେ ଏହି ବଣ୍ଡ କିଣିଥିଲେ। ଏହି ତାଲିକାରେ ଇଣ୍ଡିଗୋ ଏୟାର ଲାଇନ୍ସର ପ୍ରମୋାଟର ରାହୁଲ ଭାଟିଆଙ୍କ ନାଁ ବି ରହିଛି। ସେ ଏପ୍ରିଲ୍‍ ୨୦୨୧ ମସିହାରେ ୨୦ କୋଟି ଟଙ୍କାର ବଣ୍ଡ କିଣିଛନ୍ତି। ତାଙ୍କ ସହ ଇଣ୍ଡିଗୋ ସମ୍ପୃକ୍ତ ଅନ୍ୟ ସହଯୋଗୀ କମ୍ପାନୀ ମଧ୍ୟ ୩୬ କୋଟି ଟଙ୍କାର ଇଲେକ୍ଟୋରାଣ୍ଟ ବଣ୍ତଡ କିଣିଥିବା ଏହି ତାଲିକାରେ ଦର୍ଶାଯାଇଛି। ପଲିକ୍ୟାବ୍‍ ଇଲେକ୍ଟ୍ରିକ୍‍ ତାର କମ୍ପାନୀର ଅଧ୍ୟକ୍ଷ ଏପ୍ରିଲ ଏବଂ ଅକ୍ଟୋବର ୨୦୨୩ରେ ୧୪ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଥିବା ବେଳେଅଜନ୍ତା ଫାର୍ମା ସହ ପ୍ରତିଷ୍ଠାତା ରାଜେଶ ମନ୍ନାଲାଲ ଅଗ୍ରଓ୍ୱାଲ ୧୩ କୋଟି, ଓମ୍‍ ଫ୍ରାଇଟ୍‍ ଗ୍ରୁପ୍‍ ଅଫ୍‍ କମ୍ପାନୀର ଦୁଇ ନିର୍ଦ୍ଦେଶକ ହର୍ମେଶ ରାହୁଲ ଯୋଶୀ ଏବଂ ରାହୁଲ ଜଗନ୍ନାଥ ଯୋଶୀ ୧୦ କୋଟି ଲେଖାଏଁ, ବାୟୋକନ୍‍ ଫାର୍ମା ଅଧ୍ୟକ୍ଷ କିରଣ ମଜୁମ୍‍ଦାର ଶ’ ୬ କୋଟି ପ୍ରଦାନ କରିଛନ୍ତି। ଭାରତର ପ୍ରମୁଖ ଟିକସଦାତାଙ୍କ ଭିତରେ ପରିଚିତି ହାସଲ କରିଥିବା ଇନ୍ଦ୍ରାଣୀ ପଟ୍ଟନାୟକ ୫ ମେ’ ୧୦ ତାରିଖ ଦିନ ୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଥିବା ଏଥିରୁ ଜଣାପଡ଼ିଛି। ୨୦୧୯ ମସିହା ଜାନୁୟାରୀ ୧୧  ତାରିଖରେ ତାଙ୍କ କାରବାର ସହ ସମ୍ପୃକ୍ତ ବିଭିନ୍ନ ସ୍ଥାନରେ ଆୟକର ବିଭାଗ ଚଢ଼ଉ କରିଥିଲା। ଏପରିକି ତାଙ୍କ ପୁଅ ଅନୁରାଗଙ୍କୁ ୨୦୧୫ ମସିହା ଜୁଲାଇରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଡକାଇ ବିଭିନ୍ନ ପ୍ରଶ୍ନ ପଚାରିଥିଲେ।

ପ୍ରକାଶ ଥାଉ କି, ଇନ୍ଦ୍ରାଣୀ ହେଉଛନ୍ତି ଓଡ଼ିଶାର ବିଶିଷ୍ଟ ଖଣି ବ୍ୟବସାୟୀ। ପଶ୍ଚିମବଙ୍ଗରେ ମଧ୍ୟ ତାଙ୍କ ବ୍ୟବସାୟ ରହିଛି। ୯ଟି କମ୍ପାନୀର ନିର୍ଦ୍ଦେଶକ ଭାବେ ତାଙ୍କ ନାଁ ରହିଛି।  ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟବସାୟୀଙ୍କ ନାଁ ବ୍ୟକ୍ତିଗତ ସ୍ତରରେ ଏଥିରେ ସାମିଲ ହୋଇ ନାହିଁ।

 

 

 

 

 

 

 

 

 

 

 

Read More
{}{}