Hindi News >>Home >>Odisha Trending

Durand Cup 2022: ଟୁର୍ଣ୍ଣାମେଣ୍ଟ ଜିତିଲା Bengaluru FC, ପୁରସ୍କାର ନେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମନ୍ତ୍ରୀ!

Durand Cup 2022 Final: ଗତ ରବିବାର କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ Durand Cup 2022ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ Mumbai City FCକୁ Bengaluru FC ୧-୨ ଗୋଲରେ ପରାସ୍ତ କରିଛି। ଦୀର୍ଘ ଦୁଇ ଦଶନ୍ଦି ପରେ Durand Cupରେ Bengaluru FC ଚମ୍ପିଆନ ହୋଇଛି। ଯାହାକୁ ନେଇ ଅଧିନାୟକ ସୁନିଲ ଛେତ୍ରୀ ଖୁବ ଆନନ୍ଦିତ ଅଛନ୍ତି।

Advertisement
Durand Cup 2022: ଟୁର୍ଣ୍ଣାମେଣ୍ଟ ଜିତିଲା Bengaluru FC, ପୁରସ୍କାର ନେଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମନ୍ତ୍ରୀ!
Stop
Zee Odisha Desk|Updated: Sep 20, 2022, 12:53 PM IST

Durand Cup 2022 Final, କୋଲକାତା: କ୍ରୀଡା କ୍ଷେତ୍ରରେ ଭାରତ ଏକ ନିର୍ଦ୍ଧିଷ୍ଟ ସ୍ଥାନ ଅଧିକାର କରିଛି। ଏଠାରେ କ୍ରୀଡା ଓ କ୍ରୀଡାବିତଙ୍କୁ ଯେଉଁ ପ୍ରତ୍ସାହୋନ ମିଳେ ତାହାକୁ ବିଶ୍ୱସ୍ତରରେ ପ୍ରଶଂସା କରାଯାଉଛି। କିନ୍ତୁ ନିଜ ଦେଶରେ ହିଁ କ୍ରୀଡାବିତଙ୍କୁ ଅପମାନ ଦିଆଯାଉଛି, ତହାପୁଣି ପୁରସ୍କାର ବିତରଣ ଉତ୍ସବରେ। Durand Cup 2022ର ପୁରସ୍କାର ବିତରଣ ଉତ୍ସବର ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଚମ୍ପିଆନ Bengaluru FCର ଖେଳାଳି ବଦଳରେ ଉତ୍ସବର ମୁଖ୍ୟ ଅତିଥିମାନେ ପୁରସ୍କାର ଧରି ଫଟୋ ଉଠାଇବାକୁ ଉତ୍ସୁକତା ଦେଖାଉଛନ୍ତି। Durand Cup 2022ର ପୁରସ୍କାର ବିତରଣ ଉତ୍ସବରେ ପଶ୍ଚିମବଙ୍ଗ ରାଜ୍ୟପାଳ ଓ କ୍ରୀଡା ମନ୍ତ୍ରୀ ଅତିଥି ଭାବେ ଯୋଗ ଦେଇଥିଲେ।

ଗତ ରବିବାର କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ Durand Cup 2022ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ Mumbai City FCକୁ Bengaluru FC ୧-୨ ଗୋଲରେ ପରାସ୍ତ କରିଛି। ଦୀର୍ଘ ଦୁଇ ଦଶନ୍ଦି ପରେ Durand Cupରେ Bengaluru FC ଚମ୍ପିଆନ ହୋଇଛି। ଯାହାକୁ ନେଇ ଅଧିନାୟକ ସୁନିଲ ଛେତ୍ରୀ ଖୁବ ଆନନ୍ଦିତ ଅଛନ୍ତି। କିନ୍ତୁ ପୁରସ୍କାର ଉତ୍ସବରେ ଯେଉଁ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ତାହା ସମସ୍ତ କୀଡାପ୍ରେମୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ଉତ୍ସବରେ ମୁଖ୍ୟ ଅତିଥି ହୋଇଥିବା ପଞ୍ଚିମବଙ୍ଗ ରାଜ୍ୟପାଳ ଲା ଗେଣେଶନ ଓ ମମତା ଦିଦିଙ୍କ କ୍ରୀଡା ମନ୍ତ୍ରୀ ଅରୁପ ବିଶ୍ୱାସ ଫଟୋ ଉଠାଇବା ନିଶାରେ ଖେଳାଳିଙ୍କୁ ସମ୍ମାନିତ କରିବାକୁ ଭୁଲି ଗଲେ। ଆଉ ଏହାକୁ ନେଇ ସେମାନଙ୍କୁ ଉଭୟଙ୍କୁ କଡା ନିନ୍ଦା କରାଯାଉଛି।

Also Read: ଏହି କାରଣରୁ ଅଲଗା ହୋଇଗଲା ଉର୍ବଶୀ ଓ ପନ୍ତଙ୍କ ପଥ, ଉଭୟ ଚଢିଥିଲେ ପ୍ରେମର ପାହାଡ଼

ଭାଇରାଲ ଭିଡିଓରେ ଜେଖିବାକୁ ମିଳୁଛି ଯେ, Durand Cup 2022 ଚମ୍ପିଆନ ଟିମକୁ ପଶ୍ଚିମବଙ୍ଗ କ୍ରୀଡା ମନ୍ତ୍ରୀ ଅରୁପ ବିଶ୍ୱାସ ସମ୍ମାନୀତ କରିବାକୁ ଆସିଥିଲେ। କିନ୍ତୁ ଏହି ସମୟରେ ସେ ଟ୍ରଫି ଧରିଥିବା Bengaluru FCର ଖେଳାଳିଙ୍କୁ ଆଡେଇ ଦେଇଥିଲେ। ଖେଳାଳି ମନ୍ତ୍ରୀଙ୍କ ସମନାରେ ଠିଆ ହୋଇଥିବାରୁ ସେ ଏପରି କରିଥିଲେ। କେବଳ ମନ୍ତ୍ରୀ ଅରୁପ ନୁହଁନ୍ତି , ପଶ୍ଚିମବଙ୍ଗ ରାଜ୍ୟପାଳ ଲା ଗେଣେଶନ ମଧ୍ୟ ମଞ୍ଚରେ ସେହି ସମାନ ଆଚରଣ ଦେଖାଇଥିଲେ। ଫଟୋରୁ କଟିଯିବେ ବୋଲି ଖୋଦ ପୁରସ୍କାର ନେବାକୁ ଆସିଥିବା ଖେଳାଳିଙ୍କୁ ସେ ହାତ ମାରି ଏଡାଇ ଦେଇଥିଲେ। ତେବେ ପୁରସ୍କୃତ ହୋଇଥିବା ଖେଳାଳି ଜଣକ ଥିଲେ Bengaluru FCର ଅଧିନାୟକ ସୁନିଲ ଛେତ୍ରୀ। ରାଜ୍ୟପାଳ ତାଙ୍କ ଫଟୋ ନିଶା ପାଇଁ ଜାତୀୟ ସ୍ତରର ଖେଳାଳିଙ୍କୁ ଅପମାନିକ କରିଥିବା କୁହାଯାଉଛି।

 

ଫୁଟବଲ ଖେଳାଳିଙ୍କୁ ଅପମାନ ପ୍ରସଙ୍ଗରେ ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉତ୍ଥାପା ପ୍ରତିକ୍ରିୟା ଦେଇଛନ୍ତି। ସେ ଟ୍ୱିଟ କରି ସୁନିଲ ଛେତ୍ରିଙ୍କୁ କ୍ଷମା ମାଗିବା ସହ କହିଛନ୍ତି ଯେ, ଏହା ଏକ ଭୁଲ ଥିଲା ଏବଂ ଛେତ୍ରୀ ଏହାଠାରୁ ବହୁତ ଭଲ ପାଇବାର ଯୋଗ୍ୟ। ସୋସିଆଲ ମିଡିଆରେ ରାଜ୍ୟପାଳ ଓ ମନ୍ତ୍ରୀଙ୍କୁ କଡା ସମାଲୋଚନା କରାଯାଉଛି। କିଛି ସୋସିଆଲ ମିଡିଆ ୟୁଜର୍ସ ସେମାନଙ୍କୁ କଟାକ୍ଷ କରିବାକୁ ଯାଇ Durand Cup 2022 ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। Bengaluru FC ନୁହଁ ବରଂ ପଶ୍ଚିମବଙ୍ଗର ରାଜ୍ୟପାଳ ଓ କ୍ରୀଡା ମନ୍ତ୍ରୀ Durand Cup 2022  ଜିତିଛନ୍ତି ବୋଲି ସେମାନେ କହିଛନ୍ତି।

Also Read: Football: ମହିଳା ଫୁଟବଲ୍ ଖେଳାଳିଙ୍କ ସର୍ଟସ୍ ଉପରେ ପାକିସ୍ତାନୀ ସାମ୍ବାଦିକଙ୍କ ଲୋଲୁପ ଦୃଷ୍ଟି

ତେବେ ପଶ୍ଚିମବଙ୍ଗର ରାଜ୍ୟପାଳ ଓ କ୍ରୀଡା ମନ୍ତ୍ରୀଙ୍କ ଆଚରଣ ୨୦୦୬ ମସିହାର ଚମ୍ପିଆନ ଟ୍ରଫିର ପୁରସ୍କାର ବିତରଣ ଉତ୍ସବ କଥା ମନେ ପକେଇ ଦେଇଛି। ସେତେବେଳେ ବିଜୟର ଅହଂକାରରେ ଅଷ୍ଟ୍ରେଲିଆ ଟିମ୍ ଧକ୍କା ଦେଇ ପୁରସ୍କାର ଦେବାକୁ ଆସିଥିବା ଶରଦ ପାୱାରଙ୍କୁ ମଞ୍ଚରୁ ବାହାର କରିଦେଇଥିଲେ। ଏହି ସମୟରେ ରିକିପଣ୍ଟିଂ ଦଳର ନତୃତ୍ୱ ନେଉଥିଲେ। 

 

Read More
{}{}