Hindi News >>Home >>Odisha Trending

ମାସ୍କ ନ ଖୋଲି ପାଦୁକା ପାନ କଲେ ମୁଖ୍ୟମନ୍ତ୍ରୀ

ଭାଇରାଲ ଭିଡ଼ିଓରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଦେଖିବାକୁ ମିଳିଛି। ଭିଡିଓରୁ ଯାହା ଜଣା ପଡ଼ୁଛି ଗେହଲୋଟ କୌଣସି ଏକ ମନ୍ଦିର କିମ୍ବା ପୀଠସ୍ଥଳୀକୁ ଯାଇଛନ୍ତି। 

Advertisement
ମାସ୍କ ନ ଖୋଲି ପାଦୁକା ପାନ କଲେ ମୁଖ୍ୟମନ୍ତ୍ରୀ
Stop
Zee Odisha Desk|Updated: Sep 06, 2022, 05:11 PM IST

ଜୟପୁର: କୋରୋନା ଆସିବା ପରେ ସମଗ୍ର ଦେଶରେ ମାସ୍କ ପ୍ରାୟତଃ ସମସ୍ତଙ୍କ ଜୀବନରେ ଏକ ଅବିଛେଦ୍ୟ ଅଙ୍ଗ ହୋଇ ରହିଛି। କୋରୋନା ନିୟନ୍ତ୍ରଣରେ ମାସ୍କ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଯଦିଓ କୋରୋନା ମାତ୍ରା କମି ସାରିଥିଲେ ବି ମାସ୍କ ପିନ୍ଧିବା ଲୋକମାନେ ଆଜି ବଜାୟ ରଖିଛନ୍ତି। ତେବେ ଆଜି ବି ମାସ୍କକୁ ନେଇ ଏଭଳି କିଛି ଭିଡ଼ିଓ ସାମ୍ନାକୁ ଆସିଥାଏ ଯାହାକୁ ଦେଖିବା ପରେ ଆପଣ ହସି ହସି ପେଟ ଦରଜ ହୋଇଯାଇଥାଏ। ଏଭଳି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଯାହା ବେଶ କୌତୂହଳ ସୃଷ୍ଟି କରିଛି। 

ଭାଇରାଲ ଭିଡ଼ିଓରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କୁ ଦେଖିବାକୁ ମିଳିଛି। ଭିଡିଓରୁ ଯାହା ଜଣା ପଡ଼ୁଛି ଗେହଲୋଟ କୌଣସି ଏକ ମନ୍ଦିର କିମ୍ବା ପୀଠସ୍ଥଳୀକୁ ଯାଇଛନ୍ତି। ଆଉ ମୁଁହରେ ମାସ୍କ ମଧ୍ୟ ଲଗାଇଛନ୍ତି। ତେବେ ପୂଜକ ପୂଜା କରିବା ପରେ ଗେହଲୋତଙ୍କୁ ପାଦୁକା ଦେଇଥିଲେ। ତେବେ ଏହାରି ପରେ ହିଁ କିଛି ଏଭଳି ଘଟିଲା ଯାହା ସମସ୍ତଙ୍କୁ ହସର ଖୋରାକ ଯୋଗାଇଥିଲା। ଘଟଣାଟି ଏହିପରି ଥିଲା। ପୂଜକ ପୂଜା କରିବା ପରେ ବିନା ମାସ୍କ ଖୋଲି ମୁଖ୍ୟମନ୍ତ୍ରୀ ଗେହଲୋତ ପ୍ରସାଦ ନେଇଥିଲେ। ସେହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି। 

ତେବେ ଏହି ଭିଡ଼ିଓଟି ରାଜସ୍ଥାନର ଜୈସଲମେର ରାମଦେବରା ମନ୍ଦିରର ବୋଲି ଦାବି କରାଯାଉଛି। ଏହି ମନ୍ଦିରକୁ ଗତ ୨ ତାରିଖରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ଦର୍ଶନ ପାଇଁ ଯାଇଥିଲେ। ଏହି ଭିଡ଼ିଓଟି ଚାରି ଦିନ ଧରି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓ ଲୋକମାନେ ସୋସିଆଲମିଡ଼ିଆରେ ବେଶ ପସନ୍ଦ କରୁଛନ୍ତି। ସେୟାର ମଧ୍ୟ ବହୁ ପରିମାଣରେ କରୁଛନ୍ତି। ମଜାଦାର କମେଣ୍ଟ ମଧ୍ୟ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡ଼ିଓକୁ ନେଇ ମିମ୍ସ ମଧ୍ୟ କରୁଥିବା ଦେଖିବାକୁ ମିଳିଛି। 

ଆଉ କିଛି ଲୋକ ମୁଖ୍ୟମନ୍ତ୍ରୀ ଗେହଲୋତଙ୍କୁ ରାଜନୀତିକ ଜାଦୁଗର ବୋଲି କହିଛନ୍ତି। ଆଉ କିଛି ଗେହଲୋତ ଚମତ୍କାର କରିଛନ୍ତି ବୋଲି କହିଛନ୍ତି।  ସଚିନ ନାମକ ଜଣେ ଯୁବକ ଲେଖିଛନ୍ତି କି ଅଶୋକ ଗେହଲୋତ ଜୀ ମାସ୍କ ନ ଖୋଲି ଚରଣାମୃତ ପିଇଦେଲେ। ଏଭଳି ଆପଣ କେଉଁ ପ୍ରକାର ମ୍ୟାଜିକ କରୁଛନ୍ତି। ଶୈଲୀ ମାଲିଓ୍ୱାଲ କହିଛନ୍ତି କି ଗେହଲୋତ ଜୀ ରାଜ୍ୟବାସୀଙ୍କୁ ମଧ୍ୟ ଏଭଳି ହାଇଟେକ ମାସ୍କର ଆବଶ୍ୟକତା ରହିଛି। ସେହିପରି ଆଉ ଜଣେ ୟୁଜର ମଧ୍ୟ ଲେଖିଛନ୍ତି କି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ମାସ୍କ ଉପରେ ଚରଣାମୃତ ପିଇ କରି ରେକର୍ଡ ସୃଷ୍ଚି କରିଛନ୍ତି। 

ଅଧିକ ପଢନ୍ତୁ: Gandhi Family: ଅବହେଳିତ ଗାନ୍ଧୀ ପରିବାର, କାହିଁକି ପୁରସ୍କାର ପାଉଛନ୍ତି ନବୀନ ସରକାର?

ଅଧିକ ପଢନ୍ତୁ: Contractual Job: ୧୧ ସେପ୍ଟେମ୍ବରରେ କମ୍ପିବ ଭୁବନେଶ୍ୱର, ୪୦,୦୦୦ ଠିକା କର୍ମଚାରୀଙ୍କୁ ସମ୍ଭାଳିବେ ତ ରାଜ୍ୟ ସରକାର?

ଅଧିକ ପଢନ୍ତୁ: ମିଶନ୍ ୨୦୨୪: ବିଜେପିକୁ ମାତ୍ ଦେବା ପାଇଁ ଜେଡିୟୁର ମାଷ୍ଟର ପ୍ଲାନ, ବିରୋଧୀଙ୍କୁ ଏକଜୁଟ କରିବେ ନୀତିଶ କୁମାର; କିନ୍ତୁ ପ୍ରଧାନମନ୍ତ୍ରୀ ପଦ

Read More
{}{}