Hindi News >>Home >>Odisha Trending

ବିବାହ ପୂର୍ବରୁ ଗୋଟିଏ ଦୁଇଟି ବ୍ରେକଅପ୍ ମ୍ୟାଚୁର କରାଏ ?

ଆପଣଙ୍କ ପ୍ରେମର ପଂଚନାମା ହୋଇ ସାରିଛି କି ? ମାନେ ନଗଦାନଗଦି ଆପଣଙ୍କ ବ୍ରେକଅପ୍ ହୋଇଛି କି ? ଆଉ ଆପଣ ଦେବଦାସ ଅବତାରରେ ପହଂଚି ସାରିଲେଣି କି ?

Advertisement
SOCIAL MEDIA
Stop
Zee Odisha Desk|Updated: Oct 16, 2023, 12:37 PM IST

ଆପଣଙ୍କ ପ୍ରେମର ପଂଚନାମା ହୋଇ ସାରିଛି କି ? ମାନେ ନଗଦାନଗଦି ଆପଣଙ୍କ ବ୍ରେକଅପ୍ ହୋଇଛି କି ? ଆଉ ଆପଣ ଦେବଦାସ ଅବତାରରେ ପହଂଚି ସାରିଲେଣି କି ? ଯଦି ହଁ ,ତେବେ ମନରୁ ବ୍ରେକଅପର ଦୁଃଖକୁ ପୋଛି ଦିଅନ୍ତୁ । ଖୁସି ହୁଅନ୍ତୁ ଯେ, ଆପଣଙ୍କର ବ୍ରେକଅପ୍ ହୋଇଛି । କାରଣ ବିବାହ ପୂର୍ବରୁ ଥରେ କିମ୍ବା ଦୁଇଥର ବ୍ରେକଅପ କୁଆଡେ଼ ଭଲ । ଏଭଳି କହିଛନ୍ତି ଦୃଷ୍ଟି ଆଇଏଏସର ମୁଖ୍ୟ  ଡକ୍ଟର ବିକାଶ ଦିବ୍ୟକିର୍ତ୍ତି ।

ଆଇଏଏସ,ଆଇପିଏସ ତିଆରି କରୁଥିବା ଡକ୍ଟର ଦିବ୍ୟକିର୍ତ୍ତିଙ୍କ ଅନୁସାରେ ବ୍ରେକଅପ୍ ପରେ ଆସୁଥିବା ପରିବର୍ତ୍ତନ ବ୍ୟକ୍ତିଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ । ବିବାହ ପୂର୍ବରୁ ଗୋଟିଏ ଦୁଇଟି ବ୍ରେକଅପ୍ ଯଦି ହେଉଛି ତେବେ ବହୁତ ଭଲ । ତେବେ ଡକ୍ଚର ଦିବ୍ୟକିର୍ତ୍ତି ଏଭଳି କାହିଁକି କହିଛନ୍ତି ଆସନ୍ତୁ ଜାଣିବା ।

ବ୍ରେକଅପ୍ ମଜବୁତ ବନାଏ

ଭାରତୀୟ ପ୍ରଶାସନିକ ସେବାରୁ ଚାକିରି ଛାଡ଼ି ଶିକ୍ଷାକ୍ଷେତ୍ରରେ ନିଜସ୍ୱ ଅଲଗା ପରିଚୟ ତିଆରି କରିଥିବା ଦିବ୍ୟକିର୍ତ୍ତିଙ୍କ ଅନୁସାରେ ବ୍ରେକଅପ୍ ମ୍ୟାଚୁରିଟିର ଗୋଟିଏ ପାହଚ । ପ୍ରେମିକ କିମ୍ବା ପ୍ରେମିକା ସହିତ ସମ୍ବନ୍ଧ ଭାଙ୍ଗିବା ଦ୍ୱାରା ଜଣେ ଭାବନାତ୍ମକ ଭାବେ ମଜବୁତ ହୋଇଥାନ୍ତି ।

 

ବିବାହ ପାଇଁ ବ୍ରେକଅପ୍ ଗୋଟିଏ ଶିକ୍ଷା

ଡକ୍ଟର ଦିବ୍ୟକିର୍ତ୍ତିଙ୍କ ଅନୁସାରେ ବିବାହ ସବୁବେଳେ ମ୍ୟୋଚର ବ୍ୟକ୍ତିଙ୍କ ମଧ୍ଯରେ  ହୋଇଥାଏ । ଏମିତିରେ ଯଦି ବିବାହ ପୂର୍ବରୁ ଆପଣ ବ୍ରେକଅପର ଅନୁଭବ ନେଇଥାନ୍ତି ତେବେ ଆପଣ ଭାବନାତ୍ମକ ଭାବେ ଶକ୍ତ ହୋଇଥାନ୍ତି ।ସମ୍ବନ୍ଧରେ ଉତ୍ଥାନପତନକୁ ଆପଣ ସଠିକ ଭାବେ ହ୍ୟାଣ୍ଡେଲ କରିପାରନ୍ତି । ବ୍ରେକଅପରୁ ଆପଣ ଏହା ମଧ୍ଯ ଶିଖିଥାନ୍ତି ଯେ,କେଉଁଥିପାଇଁ ଆପଣଙ୍କର ବ୍ରେକଅପ ହୋଇଥିଲା । ଯେତେବେଳେ ଆପଣ ସେହି କାରଣକୁ ଜାଣଯାନ୍ତି ସେତେବେଳେ ଆପଣଙ୍କ ନୂଆ ସମ୍ବନ୍ଧ ଦୁର୍ବଳ ହୋଇନଥାଏ ।

 

ବିବାହ ପୂର୍ବରୁ ଗୋଟିଏ ଦୁଇଟି ବ୍ରେକଅପ୍ ଭଲର ଅର୍ଥ ଏହା ନୁହେଁ ଯେ,ଆପଣ ନିଜର ଭଲ ସମ୍ପର୍କକୁ ଜାଣିଶୁଣି ଭାଙ୍ଗିବେ । ଡକ୍ଟର ଦିବ୍ୟକିର୍ତ୍ତିଙ୍କ ଅନୁସାରେ ଯଦି ଆପଣଙ୍କୁ ଭଲ ସାଥି ମିଳିଛନ୍ତି ତେବେ ତାଙ୍କୁ ଜୀବନସାଥୀ କରନ୍ତୁ । ମାନେ,ଯଦି ଆପଣଙ୍କ ସାଥି ଭଲ ତେବେ କେବଳ ବ୍ରେକଅପର ଅଭିଜ୍ଞତା ପାଇଁ ସମ୍ପର୍କକୁ ଭାଙ୍ଗନ୍ତୁ ନାହିଁ ।

{}{}