Hindi News >>Home >>Odisha Trending

Russia Ukraine War: 'ମୁଁ ୨୪ ଘଣ୍ଟା ମଧ୍ୟରେ ଶେଷ କରିଦେବି ଋଷିଆ-ୟୁକ୍ରେନ ଯୁଦ୍ଧ', କିଏ ଦେଲେ ଏଭଳି ବୟାନ ଜାଣନ୍ତୁ

Russia Ukraine War Update: ଗୋଟିଏ ପଟେ ଋଷିଆ ପରମାଣୁ ଆକ୍ରମଣ କରିବାକୁ ଧମକ ଦେଇଥିବା ବେଳେ, ଅନ୍ୟପଟେ ୟୁକ୍ରେନ ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱାଧିନ ନୋଟ ଦେଶ ସାମରିକ ସହୟତା ପ୍ରଦାନ କରିବା ପାଇଁ ଜାରି ରଖିଛନ୍ତି। ଯାହାର ଫଳସ୍ୱରୂପ ଏହି ଯୁଦ୍ଧକୁ ବର୍ଷେ ପୂରଣ ହୋଇଥିଲେ ମଧ୍ୟ ଏହା ବନ୍ଦ ହେବାର ନାଁ ନେଉନାହିଁ। 

Advertisement
Russia Ukraine War: 'ମୁଁ ୨୪ ଘଣ୍ଟା ମଧ୍ୟରେ ଶେଷ କରିଦେବି ଋଷିଆ-ୟୁକ୍ରେନ ଯୁଦ୍ଧ', କିଏ ଦେଲେ ଏଭଳି ବୟାନ ଜାଣନ୍ତୁ
Stop
Zee Odisha Desk|Updated: Mar 29, 2023, 11:36 PM IST

Donald Trump On Russia Ukraine War: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ଷେ ପୂରଣ ହୋଇସାରିଛି। ଏହି ଯୁଦ୍ଧରେ କାହାର ବିଜୟ ହୋଇଛି ଏବଂ କିଏ ପରାସ୍ତ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଗୋଟିଏ ପଟେ ଋଷିଆ ପରମାଣୁ ଆକ୍ରମଣ କରିବାକୁ ଧମକ ଦେଇଥିବା ବେଳେ, ଅନ୍ୟପଟେ ୟୁକ୍ରେନ ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱାଧିନ ନୋଟ ଦେଶ ସାମରିକ ସହୟତା ପ୍ରଦାନ କରିବା ପାଇଁ ଜାରି ରଖିଛନ୍ତି। ଯାହାର ଫଳସ୍ୱରୂପ ଏହି ଯୁଦ୍ଧକୁ ବର୍ଷେ ପୂରଣ ହୋଇଥିଲେ ମଧ୍ୟ ଏହା ବନ୍ଦ ହେବାର ନାଁ ନେଉନାହିଁ। ଯୁଦ୍ଧକୁ ନେଇ ବିଭିନ୍ନ ଦେଶ ତଥା ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ବୟାନ ବାଜି କରିବା ଧାରା ଜାରି ରହିଛି। 

ସଦ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷିଆ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ରଖିଥିବା ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଆସନ୍ତା ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଥିବା ବେଳେ, ଦେଶର ପୂର୍ବତନ ରାଷ୍ଟ୍ରପତି ଜଣଙ୍କ ଋଷି-ୟୁକ୍ରେନ ଯୁଦ୍ଧକୁ ନେଇ ଏକ ବଡ଼ ଦାବି କରିଛନ୍ତି। ଏକ ଘରୋଇ ଚ୍ୟାନେଲ ସହ କଥାବାର୍ତ୍ତା କରିବା ବେଳେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ମାତ୍ର ୨୪ ଘଣ୍ଟା ମଧ୍ୟରେ ଶେଷ କରିପାରିବେ। ଶାନ୍ତି ଆଲୋଚନାରେ ଅଧ୍ୟକ୍ଷତା କରି ସେ ଏହା କରିବେ ବୋଲି କହିଛନ୍ତି। ହେଲେ ଏହାକୁ ସେ କିପରି କାର୍ଯ୍ୟକାରୀ କରିବେ ସେ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

ଡୋନାଲ୍ଡ ଟ୍ରମ୍ପ ତାଙ୍କ ସାକ୍ଷାତକାରରେ କହିଛନ୍ତି ଯେ ଯଦି ୨୦୨୪ ଶେଷ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଯଦି ଏହି ନିର୍ବାଚନ ଶେଷ ସୁଦ୍ଧା ଯୁଦ୍ଧ ଶେଷ ନହୁଏ ଏବଂ ସେ ରାଷ୍ଟ୍ରପତି ଭାବରେ ପୁନର୍ବାର ନିର୍ବାଚିତ ହୁଅନ୍ତି, ତାହେଲେ ସେ ଗୋଟିଏ ଦିନ ମଧ୍ୟରେ ଶାନ୍ତି ଚୁକ୍ତି ସହ ଯୁଦ୍ଧ ସମାପ୍ତ କରିପାରିବେ। ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରମୁଖ୍ୟ ଦାବି କରିଛନ୍ତି ଯେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏବଂ ତାଙ୍କ ମଧ୍ୟରେ ଆଲୋଚନା ସଫଳ ଏବଂ ଅର୍ଥପୂର୍ଣ୍ଣ ହେବ। ଏହି କାରଣରୁ, ଗୋଟିଏ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଏହି ଯୁଦ୍ଧ ଗୋଟିଏ ଦିନରେ ବନ୍ଦ ହୋଇଯିବ।

ଏହା ସହିତ ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ଆହୁରି ଖରାପ ପରିସ୍ଥିତି ଆଡକୁ ଗତି କରିପାରେ। ଯଦି ମୁଁ ଗତ ଥରର ରାଷ୍ଟ୍ରପତି ନିର୍ବାଚନରେ ପୁନର୍ବାର ବିଜୟୀ ହୋଇଥାନ୍ତି, ତାହେଲେ ଏଭଳି ପରିସ୍ଥିତି ସୃଷ୍ଟି ହୋଇନଥାନ୍ତା। ଋଷିଆ ରାଷ୍ଟ୍ରପତିଙ୍କ ସହ ତାଙ୍କର ଭଲ ସମ୍ପର୍କକୁ ଦର୍ଶାଇ ସେ କହିଛନ୍ତି ଯେ ଏହି ବିବାଦ କୌଣସି ପରିସ୍ଥିତିରେ ଆରମ୍ଭ ହୋଇନଥାନ୍ତା।

ତାଙ୍କ ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ ଆଗାମୀ ଦିନରେ ଆଣବିକ ବିଶ୍ୱଯୁଦ୍ଧ ହେବାର ସମ୍ଭାବନା ରହିଥିବା କହିଛନ୍ତି। ପୂର୍ବତନ ଆମେରିକୀୟ ରାଷ୍ଟ୍ରମୁଖ୍ୟ କହିଛନ୍ତି ଯେ ଯଦି ଆମର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ନହୁଏ, ତାହେଲେ ଏହାର ପରିଣାମ ଆହୁରି ଗୁରୁତର ହେବ। ଆମେ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ଗତି କରୁଛୁ। ଯାହା ପରମାଣୁ ବିଶ୍ୱଯୁଦ୍ଧର ରୂପ ନେବ।

ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ତୃତୀୟ ବିଶ୍ୱଯୁଦ୍ଧ ହେବାର ସମ୍ଭାବନାକୁ ପ୍ରକାଶ କରି ସାରିଛନ୍ତି। ସେ ଆମେରିକାରେ କ୍ଷମତାସୀନ ବାଇଡେନ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ପୂର୍ବରୁ ସେ ତାଙ୍କ ବିବୃତ୍ତିରେ କହିଥିଲେ ଯେ, ଯଦି ଜୋ ବାଇଡେନଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳ ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୁଏ, ତାହେଲେ ଯୁକ୍ତରାଷ୍ଟ୍ର ଆମେରିକା ନଷ୍ଟ ହୋଇଯିବ। କାରଣ ବର୍ତ୍ତମାନ ରାଷ୍ଟ୍ରପତି ବାଇଡେନ କେବଳ ଅଭିନୟ କରୁଛନ୍ତି। ହେଲେ ତାଙ୍କୁ ତାଙ୍କ କାର୍ଯ୍ୟ ସଚ୍ଚୋଟତାର କରିବା ଆବଶ୍ୟକ। 

Read More
{}{}