Hindi News >>Home >>Odisha Trending

ସଙ୍କଟରେ ପୁରୁଷ! ମହିଳା ନେଉଛନ୍ତି ଏଭଳି ଚରମ ପଦକ୍ଷେପ

Divorce in Pakistan: ପାକିସ୍ତାନରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଗତ ଦଶନ୍ଧି ମଧ୍ୟରେ ପାକିସ୍ତାନରେ ୫୮% ଛାଡପତ୍ର ମାମଲା ବୃଦ୍ଧି ପାଇଛି। ଏହି ସର୍ବେକ୍ଷଣରୁ ଏହା ମଧ୍ୟ ଜଣାପଡିଛି ଯେ ୫ ଜଣ ମହିଳାଙ୍କ ମଧ୍ୟରୁ ୨ ଜଣ ବିଶ୍ବାସ କରନ୍ତି ଯେ, ଛାଡପତ୍ରର ମୁଖ୍ୟ କାରଣ ହେଉଛି ଶ୍ବଶୁର ଘର ଲୋକଙ୍କ ଦ୍ୱାରା ଦିଆଯାଉଥିବା ନିର୍ଯାତନା। 

Advertisement
ସଙ୍କଟରେ ପୁରୁଷ! ମହିଳା ନେଉଛନ୍ତି ଏଭଳି ଚରମ ପଦକ୍ଷେପ
Stop
Zee Odisha Desk|Updated: Sep 20, 2022, 02:15 PM IST

Divorce in Pakistan, ଇସ୍ଲାମାବାଦ: ପାକିସ୍ତାନରେ ହୋଇଥିବା ଏକ ସର୍ଭେରୁ ଆଶ୍ଚର୍ଯ୍ୟ କଲାଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ବର୍ତ୍ତମାନ ପୁରୁଷଙ୍କ ଅପେକ୍ଷା ଅଧିକ ମହିଳା ଛାଡପତ୍ର ନେଉଛନ୍ତି। ଏହା ପଛର ମୁଖ୍ୟ କାରଣ ହେଉଛି ମହିଳାମାନେ ବର୍ତ୍ତମାନ ଅଧିକ ସଶକ୍ତ ହେଉଛନ୍ତି। ବିବାହ ପରେ ମହିଳା ମାନେ ଆଉ ସେମାନଙ୍କର ଅପମାନକୁ ସହ୍ୟ କରୁ ନାହାନ୍ତି। ପାକିସ୍ତାନର ମହିଳାମାନେ ଛାଡପତ୍ର ପାଇଁ ଆବେଦନ କରିପାରିବେ ନାହିଁ। କିନ୍ତୁ ସ୍ୱାମୀଙ୍କ ବିନା ଅନୁମତିରେ ସେମାନେ ଶାରିଆ ଆଇନ ଅନୁଯାୟୀ ବିବାହକୁ ରଦ୍ଦ କରିପାରିବେ। ଏହାକୁ 'ଖୁଲା' କୁହାଯାଏ। ଏଥିରେ ପାରିବାରିକ କୋର୍ଟ ଦ୍ବାରା ମଧ୍ୟସ୍ଥତା କରାଯାଏ।

ପାକିସ୍ତାନର ମାନବ ଅଧିକାର ସୁରକ୍ଷା କେନ୍ଦ୍ରର ଓକିଲ ଅତିକା ହାସନ ରାଜା କହିଛନ୍ତି ଯେ, ବର୍ତ୍ତମାନ ପାକିସ୍ତାନରେ ପାରିବାରିକ ଅଦାଲତର ସଂଖ୍ୟା ବୃଦ୍ଧି କରାଯାଉଛି, ଯେଉଁଥିରେ ପାରିବାରିକ ଆଇନ 'ଖୁଲା' ଭଳି ଆଇନ ଉପରେ ବିଚାର କରିପାରିବ। ଏହା ବ୍ୟତୀତ ପାରିବାରିକ ଆଇନର ବିଚାରପତିଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଉଛି। ରାଜା କହିଛନ୍ତି ଯେ, ବର୍ତ୍ତମାନ ମହିଳାମାନେ ଖୁଲା ଜରିଆରେ ଛାଡପତ୍ର ଚାହୁଁଛନ୍ତି। ଶାରିରୀକ ନିର୍ଯାତନା ବ୍ୟତୀତ ମାନସିକ ନିର୍ଯାତନା ପାଇଁ ମଧ୍ୟ ଛାଡପତ୍ର ଦିଆଯାଇପାରେ ବୋଲି ପାକିସ୍ତାନୀ ମହିଳାମାନେ ଅବଗତ ହେଲେଣି। 

Also Read: CM Yogi Adityanath Temple: ଅଯୋଧ୍ୟାରେ ଶ୍ରୀରାମଙ୍କ ରୂପରେ ପୂଜା ପାଉଛନ୍ତି CM Yogi 

ପାକିସ୍ତାନରେ ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଗତ ଦଶନ୍ଧି ମଧ୍ୟରେ ପାକିସ୍ତାନରେ ୫୮% ଛାଡପତ୍ର ମାମଲା ବୃଦ୍ଧି ପାଇଛି। ଏହି ସର୍ବେକ୍ଷଣରୁ ଏହା ମଧ୍ୟ ଜଣାପଡିଛି ଯେ ୫ ଜଣ ମହିଳାଙ୍କ ମଧ୍ୟରୁ ୨ ଜଣ ବିଶ୍ବାସ କରନ୍ତି ଯେ, ଛାଡପତ୍ରର ମୁଖ୍ୟ କାରଣ ହେଉଛି ଶ୍ବଶୁର ଘର ଲୋକଙ୍କ ଦ୍ୱାରା ଦିଆଯାଉଥିବା ନିର୍ଯାତନା। ଏହା ବ୍ୟତୀତ ସ୍ୱାମୀଙ୍କ ଦୁର୍ବ୍ୟବାର କିମ୍ବା ସ୍ତ୍ରୀକୁ ପରିତ୍ୟାଗ କରିବା, ସ୍ୱାମୀଙ୍କ ମାନସିକ ରୋଗ ଭଳି ଅନେକ ସମସ୍ୟା ହେଉଛି ଏହି ଛାଡପତ୍ରର କାରଣ। ଏହି ସର୍ଭେ ୨୦୧୯ ମସିହାରେ ଗେଲପ୍ ଏବଂ ଗିଲାନିଙ୍କ ଦ୍ୱାରା କରାଯାଇଥିଲା। ଏଥିରେ ପ୍ରେମ ଓ ଚୁକ୍ତି ବିବାହ, ଉଭୟକୁ ସାମିଲ କରାଯାଇଥିଲା 
 
କଥା ହେଉଛି, ପାକିସ୍ତାନରେ ଛାଡପତ୍ର ସମ୍ବନ୍ଧୀୟ ବିଷୟ ଉପରେ ନଜର ରଖିବା ପାଇଁ କୌଣସି ଆଇନଗତ ଏବଂ ସାମ୍ବିଧାନିକ ଏଜେନ୍ସି ନାହିଁ। ଛାଡପତ୍ର ସମ୍ବନ୍ଧିତ ନିୟମ ଶାରିଆ କିମ୍ବା ଇସଲାମ ଆଇନ ଦ୍ୱାରା ସ୍ଥିର କରାଯାଏ।  Dissolution of Muslim Marriage Act 1939 amended in 1961 ଓ Family Courts Act 1964 ଦ୍ୱାରା ଛାଡପତ୍ର ସମ୍ବନ୍ଧୀୟ ମାମଲାର ବିଚାର କରାଯାଏ। ପାକିସ୍ତାନରେ ନିଜ ଇଚ୍ଛା ଅନୁସାରେ ଜୀବନସାଥି ଚୟନ କରିବାକୁ ପ୍ରେମ ବିବାହ କହୁଯାଏ। କିନ୍ତୁ ପ୍ରସ୍ତାବିତ ବିବାହ ଏଠାରେ ଏକ ଚୁକ୍ତି ସଦୃଶ୍ୟ, ଯେଉଁଠାରେ ଉଭୟ ବର ଓ କନ୍ୟା ସ୍ୱାକ୍ଷର କରିଥାନ୍ତି। ଏହି ଭଳି ବିବାହ ଦକ୍ଷିଣ ଏସିୟ ଦେଶରେ ବହୁଳ ଭେବେ ଦେଖିବାକୁ ମିଳେ। 

Also Read: Cobra Viral Video: ଯେବେ ତିନୋଟି ନାଗ ଆଗରେ ବସି ପଡିଲେ ଯୁବକ,ଆଉ ତାପରେ...

Read More
{}{}