Hindi News >>Home >>Odisha Trending

ମନ୍ଦିରକୁ ୧୦୦ କୋଟିର ଚେକ୍ ଦେଲେ ଭକ୍ତ, ସତ ସାମ୍ନାକୁ ଆସିବା ପରେ ସଭିଏଁ ଆଶ୍ଚର୍ଯ୍ୟ

Visakhapatnam: ବିଶ୍ୱାସ ସହିତ ଖେଳ ! ଜଣେ ବ୍ୟକ୍ତି ମନ୍ଦିରର ଦାନ ବାକ୍ସରେ ପକାଇଥିଲେ ୧୦୦ କୋଟି ଟଙ୍କାର ଚେକ୍ । କିନ୍ତୁ ଚେକ୍ ବ୍ୟାଙ୍କକୁ ଯିବା ପରେ ମିଳିଲା ଏପରି ଉତ୍ତର...

Advertisement
ମନ୍ଦିରକୁ ୧୦୦ କୋଟିର ଚେକ୍ ଦେଲେ ଭକ୍ତ, ସତ ସାମ୍ନାକୁ ଆସିବା ପରେ ସଭିଏଁ ଆଶ୍ଚର୍ଯ୍ୟ
Stop
Soubhagya Ranjan Mishra|Updated: Aug 24, 2023, 10:30 PM IST

Visakhapatnam: ଆନ୍ଧ୍ରପ୍ରଦେଶ: ଅନେକ ବ୍ୟକ୍ତି ମନରେ ଦାନ (Donate) କରିବାର ଇଚ୍ଛା ରଖନ୍ତି । ନିଜର ସକ୍ଷମ ଅନୁସାରେ ବିଭିନ୍ନ ମନ୍ଦିର ତଥା ଧାର୍ମିକ ସ୍ଥଳରେ ଦାନ କରିଥାନ୍ତି । କିନ୍ତୁ ଦାନକୁ ନେଇ ଏପରି ଏକ ଖବର ଆସିଛି ଯାହା ଜାଣିବା ପରେ ଆପଣ ଖୁବ୍ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ବିଶାଖପାଟନାମ (visakhapatnam)ରେ ଥିବା ଶ୍ରୀ ବରାହଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ଏପରି କିଛି ଘଟିଛି । ଜଣେ ଭକ୍ତ ମନ୍ଦିର ଦାନ ହୁଣ୍ଡିରେ ୧୦୦ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ । 

ମନ୍ଦିରର ଦାନ ହୁଣ୍ଡି ଖୋଲିବା ପରେ ଏହା ଦେଖି ସମସ୍ତେ ଖୁସି ହୋଇଯାଇଥିଲେ । ସମସ୍ତେ ଭାବିଥିଲେ ଏହି ଟଙ୍କାରେ ମନ୍ଦିରର ଉନ୍ନତୀମୂଳକ କାର୍ଯ୍ୟ (Improvement work) ହୋଇପାରିବ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଯେତେବେଳେ ମନ୍ଦିର ପକ୍ଷରୁ ଉକ୍ତ ୧୦୦ କୋଟି ଟଙ୍କାର ଚେକଟିକୁ ବ୍ୟାଙ୍କକୁ ପଠାଗଲା ସେତେବେଳେ ଦାନ କରିଥିବା ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟ (Bank account)ରେ ମାତ୍ର ୧୭ଟଙ୍କା ଥିବା ଜଣାପଡିଲା । ଉକ୍ତ ଚେକରେ ବୋଡେପାଲ୍ଲୀ ରାଧାକୃଷ୍ଣ ନାମକ ଜଣେ ବ୍ୟକ୍ତିଙ୍କ ଦସ୍ତଖତ (Signature) ଥିଲା । ବ୍ୟକ୍ତି ଜଣକ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ (kotak mahindra bank)ର ଚେକରେ ତାରିଖ ନଲେଖି ଦାନ ବାକ୍ସରେ ପକାଇଦେଇଥିଲେ । ତେବେ ଖୋଳତାଡ ପରେ ଜଣାପଡିଥିଲା ଯେ, ଉକ୍ତ ଚେକ୍ ପ୍ରଦାନ କରିଥିବା ବ୍ୟକ୍ତିଙ୍କର ବିଶାଖାପାଟନମର କୋଟାକ ମହିନ୍ଦ୍ରା ବ୍ୟାଙ୍କରେ ଏକ ଆକାଉଣ୍ଟ ରହିଛି ।

ଶ୍ରୀ ବରାହଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିର ପୂଜକ ହୁଣ୍ଡିରେ ଚେକ୍ ପାଇବା ପରେ ସେ ଏହାକୁ କାର୍ଯ୍ୟନିର୍ବାହୀ ଅଧିକାରୀ (Executive Officer)ଙ୍କ ନିକଟକୁ ପଠାଇଥିଲେ । ମନ୍ଦିରର ଅଧିକାରୀ ସଂପୃକ୍ତ ବ୍ୟାଙ୍କ ଶାଖା (Bank branch) ସହିତ ଯୋଗାଯୋଗ କରିଥିଲେ । ବ୍ୟାଙ୍କ ଅଧିକାରୀମାନେ ମନ୍ଦିର ପ୍ରଶାସନକୁ ଯାହା ତଥ୍ୟ ଦେଲେ ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଚେକ୍ ପ୍ରଦାନ କରିଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ୧୦୦ କୋଟି ଟଙ୍କା ବଦଳରେ ମାତ୍ର ୧୭ ଟଙ୍କା ରହିଥିଲା । ସମସ୍ତ ଘଟଣା ଲୋକଲୋଚନକୁ ଆସିବା ପରେ ବର୍ତ୍ତମାନ ମନ୍ଦିର ଅଧିକାରୀମାନେ ଚେକ୍ ଜମା କରିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ବ୍ୟାଙ୍କର ସାହାଯ୍ୟ ନେବାକୁ ଯାଉଛନ୍ତି।

ମିଳିଥିବା ସୂଚନା ମୁତାବକ ଯଦି ଉକ୍ତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଠକିବା, ତେବେ ତାଙ୍କ ବିରୋଧରେ ଚେକ୍ ବାଉନ୍ସ ମାମଲା (Check bounce case) କରିବା ପାଇଁ ବ୍ୟାଙ୍କକୁ ଆବେଦନ କରାଯାଇପାରିବ । ତେବେ ଏପରି ଏକ ପୋଷ୍ଟ୍ ସୋସିଆଲ ମିଡିଆ (Social media)ରେ ଭାଇରାଲ୍ ହେବାପରେ ଅନେକ ଲୋକ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଛନ୍ତି । କିଛି ଲୋକ ଲେଖିଛନ୍ତି ଯେ, ବ୍ୟକ୍ତିର ଏପରି କାର୍ଯ୍ୟ ପାଇଁ ଭଗବାନ ଶାସ୍ତି ନିଶ୍ଚିତ ଦେବେ । କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ, ହୁଏତ ବ୍ୟକ୍ତି ଜଣଙ୍କ ଏପରି ଚେକ୍ ପ୍ରଦାନ କରିବାର କିଛି ଉଦ୍ଦେଶ୍ୟ ଥାଇପାରେ । ଆପଣଙ୍କୁ କହିରଖୁଛୁ ଯେ, ବିଶାଖାପାଟନମର ସିମଚାଲାମ ପାହାଡ ଉପରେ ଅବସ୍ଥିତ ଶ୍ରୀ ବରାହଲକ୍ଷ୍ମୀ ନରସିଂହ ମନ୍ଦିରଟି ଆନ୍ଧ୍ରପ୍ରଦେଶର ଏକ ପ୍ରସିଦ୍ଧ ମନ୍ଦିର (famous temple) । ପ୍ରତିଦିନ ଶହ ଶହ ଭକ୍ତ ଏଠାକୁ ଦର୍ଶନ କରିବା ପାଇଁ ଦୂରଦୂରାନ୍ତରୁ ଆସିଥାନ୍ତି । ଦୂରରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ମନରେ ଦୃଢ ବିଶ୍ୱାସ ରହିଛି ଯେ, ଏହି ସ୍ଥାନରେ ମାନସିକ କଲେ ଠାକୁର ଭକ୍ତଙ୍କ ଇଚ୍ଛା ତଥା ମନସ୍କାମନା ପୂରଣ କରିଥାନ୍ତି । ବିଶେଷ କରି ପଡୋଶୀ ରାଜ୍ୟ ଗୁଡିକରୁ ମଧ୍ୟ ଲକ୍ଷାଧିକ ଶ୍ରଦ୍ଧାଳୁ ବର୍ଷ ତମାମ ମନ୍ଦିରକୁ ଆସୁଥିବା ସ୍ଥାନୀୟ ବ୍ୟକ୍ତି ଗଣମାଧ୍ୟମକୁ କହିଛନ୍ତି ।

Also Read- Pet Food Business: କମ୍ ଖର୍ଚ୍ଚରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ, ମାସକୁ ମିଳିବ ୪୦-୫୦ ହଜାର

Read More
{}{}