Hindi News >>Home >>Odisha Trending

Delhi Wrestlers Protest: ଆନ୍ଦୋଳନରୁ ଓହରିଲେ କି କୁସ୍ତିଯୋଦ୍ଧା? ଜାଣନ୍ତୁ ସତ୍ୟତା

2023 Indian Wrestlers Protest: ନୂଆଦିଲ୍ଲୀ ଠାରେ ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନ ଘଟଣାରେ ଆସିଛି ବଡ଼ ଖବର। ଆନ୍ଦୋଳନ ସମ୍ପର୍କରେ ନିଜର ମତ ରଖିଛନ୍ତି କୁସ୍ତିଯୋଦ୍ଧା।

Advertisement
Delhi Wrestlers Protest: ଆନ୍ଦୋଳନରୁ ଓହରିଲେ କି କୁସ୍ତିଯୋଦ୍ଧା? ଜାଣନ୍ତୁ ସତ୍ୟତା
Stop
Zee Odisha Desk|Updated: Jun 05, 2023, 05:17 PM IST

Wrestlers Potest Against Brijbhushan Sharan Singh: ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ନେଇ ଆସିଛି ଏକ ବଡ଼ ଖବର। କୁସ୍ତିଯୋଦ୍ଧା  ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ବିନେଶ ଫୋଗଟ କହିଛନ୍ତି ଯେ ସେମାନେ ସେମାନଙ୍କୁ ମିଳିଥିବା ସରକାରୀ ଚାକିରିକୁ ଫେରିଛନ୍ତି। ହେଲେ ଆନ୍ଦୋଳନ ପ୍ରତ୍ୟାହାର କରିନାହାଁନ୍ତି। 

କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ବିନେଶ ଫୋଗାଟ ସୋମବାର କହିଛନ୍ତି ସେମାନଙ୍କୁ ମିଳିଥିବା ରେଳବାଇ ଚାକିରିକୁ ଫେରିଛନ୍ତି। ଯେଉଁମାନେ ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନ କରୁଛନ୍ତି। ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରୁଥିବା ନେଇ ଯେଉଁ ଖବର ପ୍ରସାରିତ ହେଉଛି ତାହାକୁ ଅସ୍ୱୀକାର କରିଛନ୍ତି। କୁସ୍ତି ସାକ୍ଷୀ ମଲିକ ମଧ୍ୟ ଏ ସମ୍ପର୍କରେ ଏକ ଟ୍ୱିଟ୍ କରିଛନ୍ତି। ସାକ୍ଷୀ ମଲିକ କହିଛନ୍ତି ଯେ ଏହି ଆନ୍ଦୋଳନ ସହିତ ସେମାନେ ରେଳବାଇରେ ମଧ୍ୟ ନିଜର ଦାୟିତ୍ୱ ତୁଲାଇବେ। 

ପୂର୍ବରୁ ଖବର ଆସିଥିଲା ​​ଯେ କୁସ୍ତିଯୋଦ୍ଧା ସେମାନଙ୍କର ଆନ୍ଦୋଳନକୁ ପ୍ରତ୍ୟାହାର କରି ନେଇଛନ୍ତି। ହେଲେ ସାକ୍ଷୀ ମଲିକ ଏହି ଖବରକୁ ଅସ୍ୱୀକାର କରିଛନ୍ତି। ସାକ୍ସି ମଲିକ ଟ୍ୱିଟ କରି କହିଛନ୍ତି ଯେ ଏହି ଖବର ସମ୍ପୂର୍ଣ୍ଣ ଭୁଲ।  ନ୍ୟାୟ ପାଇବା ପାଇଁ ଚାଲିଥିବା ସଂଗ୍ରାମରେ ଆମ ମଧ୍ୟରୁ କେହି ପଛକୁ ହଟି ଯାଇନାହାଁନ୍ତି। ସତ୍ୟଗ୍ରାହ ସହିତ ମୁଁ ରେଳବାଇରେ ମୋର ଦାୟିତ୍ୱ ନିର୍ବାହ କରୁଛି। ଆମକୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆମର ସଂଗ୍ରାମ ଜାରି ରହିବ। କୌଣସି ଭୁଲ ଖବର ପ୍ରସାରଣ ନ କରିବାକୁ ଅନୁରୋଧ କରିଛନ୍ତି ସାକ୍ଷୀ ମଲିକ।

ଆନ୍ଦୋଳନରତ କୁସ୍ତିଯୋଦ୍ଧା ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ଗତ ଅପ୍ରେଲ ୨୩ ତାରିଖରୁ କୁସ୍ତିଯୋଦ୍ଧା ଦିଲ୍ଲୀସ୍ଥିତ ଜନ୍ତର ମନ୍ତର ଠାରେ ବିରୋଧ ପ୍ରଦର୍ଶନ କରୁଛନ୍ତି। କୁସ୍ତିଯୋଦ୍ଧା ଜାନୁଆରୀରେ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଧାରଣା ଦେଇଥିଲେ। ହେଲେ କ୍ରୀଡା ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ କୁସ୍ତିଯୋଦ୍ଧା ଧାରଣାରୁ ହଟି ଯାଇଥିଲେ।

Also Read: Wrestler Protest Delhi: କୁସ୍ତିଯୋଦ୍ଧାଙ୍କ ବଡ ଘୋଷଣା, ଗଙ୍ଗାରେ ବିସର୍ଜନ କରିବେ ପଦକ

ଗତ ଅପ୍ରେଲ ୨୧ ତାରିଖରେ ୭ ଜଣ କୁସ୍ତିଯୋଦ୍ଧା ଦିଲ୍ଲୀସ୍ଥିତ କନ୍ନୌଟ୍ ପ୍ଲେସ୍ ଥାନାରେ ବୃଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅପ୍ରେଲ ୨୮ ତାରିଖରେ ଦିଲ୍ଲୀ ପୋଲିସ ଭାରତୀୟ କୁସ୍ତି ମହାସଂଘ ଅଧ୍ୟକ୍ଷଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ କରିଥିଲା। ପ୍ରଥମ ମାମଲା ଜଣେ ନାବାଳିକାଙ୍କ ଅଭିଯୋଗ ଉପରେ ଆଧାରିତ। ପୋଲିସ ପୋକ୍ସୋ ଅଧିନରେ ଏକ ମାମଲା ରୁଜୁ କରିଛି। ଦ୍ୱିତୀୟ ମାମଲା ବାକି କୁସ୍ତିଯୋଦ୍ଧାଙ୍କ ଦ୍ୱାରା ଯୌନ ଉତ୍ପୀଡ଼ନ ଅଭିଯୋଗ ସହ ଜଡିତ। ଉଭୟ ମାମଲାରେ ଦିଲ୍ଲୀ ପୋଲିସ ତଦନ୍ତ କରୁଛି।

ଶନିବାର ଆନ୍ଦୋଳନରତ କୁସ୍ତିଯୋଦ୍ଧା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। କୁସ୍ତିଯୋଦ୍ଧା ଏହି ବୈଠକରେ ବୃଜଭୂଷଣ ଶରଣ ସିହଂଙ୍କ ଗିରଫଦାରୀ ବିଷୟରେ ଆଲୋଚନା କରିଥିଲେ। ହେଲେ ଏହି ବୈଠକର କୌଣସି ଫଳାଫଳ ଆସିନାହିଁ। ପୂର୍ବରୁ କୁସ୍ତିଯୋଦ୍ଧା କହିଥିଲେ ଯେ ସେମାନେ ସେମାନଙ୍କୁ ମିଳିଥିବା ପଦକକୁ ହରିଦ୍ୱାର ଠାର ଗଙ୍ଗା ନଦୀରେ ବସର୍ଜନ କରିବେ। ଏପରିକି ଇଣ୍ଡିଆ ଗେଟ ଠାରେ ଆମରଣ ଅନଶନ ବସିବେ।

ସାକ୍ଷୀ ମଲିକ, ଭିନେଶ ଫୋଗାଟ, ବଜରଙ୍ଗ ପୁନିଆଙ୍କ ପକ୍ଷରୁ ଏକ ଟ୍ୱିଟ କରାଯାଇଥିଲା। ଯେଉଁଥିରେ ଲେଖାଯାଇଥିଲା ଯେ ସେମାନେ ସେମାନଙ୍କର ପଦକ ଗଙ୍ଗା ନଦୀରେ ବିସର୍ଜନ କରିବେ। କାରଣ ସେ ହେଉଛନ୍ତି ଗଙ୍ଗା ମାଆ। ଆମେ ଗଙ୍ଗାକୁ ଯେତେ ପବିତ୍ର ବୋଲି ବିବେଚନା କରୁ, ଅଧିକ ପରିଶ୍ରମ କରି ଆମେ ଏହି ପଦକ ଅର୍ଜନ କରିଥିଲୁ। ଏହି ପଦକ ସମଗ୍ର ଦେଶ ପାଇଁ ପବିତ୍ର ଏବଂ ପବିତ୍ର ପଦକ ରଖିବା ପାଇଁ ଉପଯୁକ୍ତ ସ୍ଥାନ ପବିତ୍ର ମାତା ଗଙ୍ଗା ହୋଇପାରେ। 

 

 

 

 

 

Read More
{}{}