Hindi News >>Home >>Odisha Trending

Delhi: ସ୍କୁଲ ଛାତ୍ରଙ୍କ ସହ ନୃଶଂସ ରାଗିଂ! ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛି ପିଲା

Delhi School Student Harassment: ସିନିୟରମାନେ ନାବାଳକ ପିଲାକୁ ଅତି ନିର୍ମମ ଭାବରେ ରାଗିଂ କରିଥିଲେ, ଯାହାଫଳରେ ପିଡିତଙ୍କୁ ଆଇସିୟୁ ୱାର୍ଡରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଦିଲ୍ଲୀର ଏକ ଘରୋଇ ବିଦ୍ୟାଳୟରେ ଘଟିଛି। ଅଭିଯୁକ୍ତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଓ ଏକ ମାମଲା ରୁଜୁ ହୋଇଛି।  

Advertisement
Delhi School Student Harassment
Stop
Zee Odisha Desk|Updated: Apr 06, 2024, 05:04 PM IST

Delhi School Student Harassment: ସଦିଲ୍ଲୀର ଏକ ଘରୋଇ ବିଦ୍ୟାଳୟରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ସିନିୟର ଛାତ୍ରମାନେ ଜଣେ ଜୁନିୟର ଛାତ୍ର ପ୍ରାଇଭେଟ ପାର୍ଟରେ ଏକ ବାଡି ଭର୍ତ୍ତି କରି ଦେଇଥିଲେ, ଯେଉଁ କାରଣରୁ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଛି। ଏହା ସମେତ ଅଭିଯୁକ୍ତ ଛାତ୍ରମାନେ ଏହି ଘଟଣା ବିଷୟରେ କାହାକୁ କହଲେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ। ତାଙ୍କ ଅବସ୍ଥା ଦେଖି ପରିବାର ଲୋକ ତାଙ୍କୁ ନୋଏଡାର ଏକ ହସ୍ପାଟାଲରେ ଭର୍ତ୍ତି କରିଛନ୍ତି।

ଖବରଅନୁସାରେ ବିଦ୍ୟାଳୟରେ ପିଲାମାନଙ୍କ ମଧ୍ୟରେ ଋଗଡା ବେଳେ ଚାରି ଜଣ ପୁଅ ଏକାଠି ଏକ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କ ପ୍ରାଇଭେଟ ପାର୍ଟରେ ଏକ ବାଡି ପୂରାଇ ଦେଇଥିଲେ। ରାଜଧାନୀ ଦିଲ୍ଲୀର ନିଉ ଅଶୋକ ନାଗର ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଛି। ପୋଲିସ ଏ ବାବଦରେ ଏଫ୍ଆଇଆର୍ ପଞ୍ଜିକରଣ କରିଛି। ଅଷ୍ଟମ ଶ୍ରେଣୀର ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷ ପରେ ଏହି ଘଟଣା ଘଟିଥିବା ପୋଲିସ କହିଛି।

ଚାରିଜଣ ଛାତ୍ର ଏକତ୍ର  ପ୍ରାଇଭେଟ ପାର୍ଟରେ ଏକ ବାଡି ପୂରାଇ ଦେଇଥିଲେ। ଏହା ସହିତ ତାଙ୍କୁ ଅତି ନିର୍ମମ ଭାବେ ମାଡ ମାରିଥିଲା ଓ ପରେ ଅଭିଯୁକ୍ତ ପିଲାମାନେ ସେଠାରୁ ପଳାଇ ଯାଇଥିଲେ। ପୀଡିତ ପିଲାର ପରିବାର ସଦସ୍ୟଙ୍କ ଅନୁଯାୟୀ ଏହି ଘଟଣା ମାର୍ଚ୍ଚ ୧୮ ରେ ଘଟିଥିଲା। ପିଲାର ମା କାନ୍ଦି କହିଛନ୍ତି ଯେ ନିର୍ଭୟା ଘଟଣା ପରି ତାଙ୍କ ପିଲାଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଛି।

ଏହି ଘଟଣାରେ ପାଞ୍ଚ ପୁଅ ସମ୍ପୃକ୍ତ ଥିବା ପୀଡିତା ଛାତ୍ରଙ୍କ ମା ଅଭିଯୋଗ କରିଛନ୍ତି। ଏଥିମଧ୍ୟରୁ ଚାରି ଜଣ ପିଲା ଏପର୍ଯ୍ୟନ୍ତ ପୋଲିସ ଦ୍ୱାରା ଧରାପଡି ନାହାଁନ୍ତି। ଏଥିସହ ପୀଡିତାଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ପୋଲିସ କିମ୍ବା ସ୍କୁଲ ସେମାନଙ୍କୁ ସମର୍ଥନ କରୁନାହାଁନ୍ତି। ପରିବାର ସଦସ୍ୟଙ୍କୁ ମଧ୍ୟ ପ୍ରିନସପାଲକୁ ଭେଟିବାକୁ ଦିଆଯାଉ ନାହିଁ।

ବର୍ତ୍ତମାନ ସେ ଆଇସିୟୁରେ ଅଛନ୍ତି। ପିଲାଟି ନାବାଳକ ପୋଲିସ ତାଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରି ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆଇପିସି ଏବଂ ପୋକସୋ ଆକ୍ଟର ଧାରା ୩୨୩, ୩୪୧, ୩୪, ୩୭୭, ୫୦୬ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଜଣେ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ଘଟଣାର ଗମ୍ଭୀରତାକୁ ବିଚାର କରି ପୀଡିତା ଶିଶୁଙ୍କ କାଉନସିଲିଂ କରାଯାଇଛି ଏବଂ ଆଇନଗତ ପ୍ରକ୍ରିୟା ମଧ୍ୟ ଆରମ୍ଭ କରାଯାଇଛି।

{}{}