Hindi News >>Home >>Odisha Trending

Delhi NCR Earthquake: ଭୂକମ୍ପ ଝଟକାରେ ଥରିଉଠିଲା ଦିଲ୍ଲୀ-ଏନସିଆର

Earthquake Latest News:  ପୂର୍ବରୁ ଗତ ରବିବାର ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ରବିବାର ସକାଳେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ସହ ହରିୟାଣା ଝଜ୍ଜର ଠାରେ ୩.୮ ତୀବ୍ରତା ବିଶିଷ୍ଟ ଏକ ଭୂମିକମ୍ପ ଅନୁଭୂତ ହୋଇଥିବାର ରେକର୍ଡ କରାଯାଇଥିଲା।    

Advertisement
Delhi NCR Earthquake: ଭୂକମ୍ପ ଝଟକାରେ ଥରିଉଠିଲା ଦିଲ୍ଲୀ-ଏନସିଆର
Stop
Zee Odisha Desk|Updated: Jan 05, 2023, 09:48 PM IST

Earthquake in Delhi-NCR: ଜାନୁଆରୀ ୫ ତାରିଖ ଗୁରୁବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟକା। କେବଳ ଦିଲ୍ଲୀ-ଏନସିଆର ନୁହେଁ ଭୂକମ୍ପ ଝଟକାରେ ଥରିଉଠିଛି ଜାମୁ-କାଶ୍ମୀର। ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ୫୯ ମିନିଟ ସମୟରେ କାଶ୍ମୀର ଉପତ୍ୟକାରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁ କୁଶ ଅଞ୍ଚଳରେ ରହିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରହିଥିବା ଜଣାପଡ଼ିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ସନ୍ଧ୍ୟା ୭ଟା ୫୫ ମିନିଚ ସମୟରେ ୫.୯ ତୀବ୍ରତା ବିଶିଷ୍ଟ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା।  ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଫୈଜାବାଦ ଠାର ୭୯ କିଲୋମିଟର ଦକ୍ଷିଣରେ ଏବଂ ଭୂପୃଷ୍ଠରୁ ୭୦.୬୬ କିଲୋମିଟର ଗଭୀରତାରେ ରହିଥିଲା।

ଗୁରୁବାର ସନ୍ଧ୍ୟାରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ (National Capital Delhi) ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ କମ୍ପନ ଅନୁଭୂତ ହୋଇଥିଲା। ଭାରତ (India), ତାଜିକିସ୍ତାନ (Tajikistan) ଏବଂ ଆଫଗାନିସ୍ତାନ (Afghanistan) ଆଦି ଦେଶର ଅନେକ ସ୍ଥାନରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହା ସହିତ ପାକିସ୍ତାନର (Pakistan) ଲାହୋର (Lahore) ସମେତ ଦେଶର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଛି। ଭୂକମ୍ପର ଗଭୀରତା ଭୂକମ୍ପର କେନ୍ଦ୍ର ଠାରୁ ଅଧିକ ଥିଲା। ଯେଉଁ କାରଣରୁ ଏତେ ଦୂରରେ ପର୍ଯ୍ୟନ୍ତ କମ୍ପନ ଅନୁଭୂତ ହୋଇଥିଲା।

ଏହାପୂର୍ବରୁ ଗତ ରବିବାର ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ହେଲେ ଏହା ଦ୍ୱାରା କେହି ଆଘାତ ହୋଇଥିବାର କିମ୍ବା କାହାର କୌଣସି କ୍ଷତି ହୋଇଥିବା ନେଇ ଖବର ଆସିନାହିଁ।  ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ରବିବାର ସକାଳେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ସହ ହରିୟାଣା ଝଜ୍ଜର ଠାରେ ୩.୮ ତୀବ୍ରତା ବିଶିଷ୍ଟ ଏକ ଭୂମିକମ୍ପ ଅନୁଭୂତ ହୋଇଥିବାର ରେକର୍ଡ କରାଯାଇଥିଲା।

ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଥିଲା ରାତି ପ୍ରାୟ ୧.୧୯ ମିନିଟ ସମୟରେ ଜାତୀୟ ରାଜଧାନୀ ତଥା ଏହାର ଆଖପାଖ ଅଞ୍ଚଳରେ ୩.୮ ତୀବ୍ରତା ବିଶିଷ୍ଟ ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଦେଶରେ ଭୂକମ୍ପ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ  ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ହେଉଛି ଭାରତ ସରକାରଙ୍କ ଅଧିନସ୍ଥ ଏକ ସଂସ୍ଥା। 

Read More
{}{}