Hindi News >>Home >>Odisha Trending

Prime Minister Narendra Modi: ଖୁବଶୀଘ୍ର ଶେଷ ହେବ ଦିଲ୍ଲୀ-ଉତ୍ତର ପ୍ରଦେଶ ଲୋକଙ୍କ ଅପେକ୍ଷା; ୨୦ ତାରିଖରେ ମିଲିବ ବଡ଼ ଉପହାର

PM Narendra Modi will Inaugurate RRTS Project: ଆସନ୍ତା ୨୦ ତାରିଖରେ ନୂତକନ ଆରଆରଟିଏସ ପ୍ରକଳ୍ପ ଉଦଘାଟନୀ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisement
Prime Minister Narendra Modi: ଖୁବଶୀଘ୍ର ଶେଷ ହେବ ଦିଲ୍ଲୀ-ଉତ୍ତର ପ୍ରଦେଶ ଲୋକଙ୍କ ଅପେକ୍ଷା; ୨୦ ତାରିଖରେ ମିଲିବ ବଡ଼ ଉପହାର
Stop
Zee Odisha Desk|Updated: Oct 18, 2023, 08:15 PM IST

Delhi Meerut Rapid Rail Inaugration: ଖୁବଶୀଘ୍ର ଶେଷ ହେବାକୁ ଯାଉଛି ଦିଲ୍ଲୀ-ଉତ୍ତର ପ୍ରଦେଶ ଲୋକଙ୍କ ଅପେକ୍ଷା। ଆସନ୍ତା ୨୦ ତାରିଖରେ ସେମାନଙ୍କୁ ମିଳିବାକୁ ଯାଉଛି ଏକ ବଡ଼ ଉପହାର। ଦେଶର ପ୍ରଥମ ରାପିଡ୍ ରେଳ ସେବା ପାଇଁ କରାଯାଉଥିବା ଅପେକ୍ଷା କିଛି ଦିନ ମଧ୍ୟରେ ଶେଷ ହେବାକୁ ଯାଉଛି। ଆସନ୍ତା ଅକ୍ଟୋବର ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶ ଗାଜିଆବାଦ ଠାରେ ରାପିଡକ୍ସ ମେଟ୍ରୋ ସେବାର ଉଦଘାଟନ କରିରିବେ। ଏହି ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିପାରିବେ। 

ଏହି ପରିପ୍ରେକ୍ଷୀରେ ଅର୍ଦ୍ଧ ସାମରିକ ବଳ (Paramilitary Force) ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ (National Security Guard) ପକ୍ଷର ଏକ ଟିମ୍ ଆସନ୍ତା ୨ ଦିନ ମଧ୍ୟରେ ଗାଜିଆବାଦ (Ghaziabad) ଠାରେ ଏନେଇ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମ ଲାଗି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବେ। ଏନଏସଜି ସୂତ୍ରରୁ ପ୍ରକାଶ ଯେ ରାପିଡକ୍ସ ମେଟ୍ରୋ ସେବାର (Rapidx Metro Service in India) ଉଦଘାଟନ ସ୍ଥାନ ନିକଟରେ ଆଧୁନିକ ଯନ୍ତ୍ରପାତି ସହିତ ଆଣ୍ଟି ଡ୍ରୋନ୍ ୟୁନିଟ୍ ମଧ୍ୟ ନିୟୋଜିତ କରାଯିବ। ରାପିଡକ୍ସ ମେଟ୍ରୋ ଉଦଘାଟନୀ (PM Modi Will Inaugurate Delhi Meerut Rapid Rail) ସମାରୋହ ପରିସରରେ ପ୍ରାୟ ୨୦ କିଲୋମିଟର ଅଞ୍ଚଳର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ଏନଏସଜି କମାଣ୍ଡୋ ବହୁ ମହଲା ଉଚ୍ଚତା ବିଶିଷ୍ଟ ଅଟ୍ଟାଳିକାରେ ନିୟୋଜିତ ହେବେ। ଏନଏସଜି ସମେତ ପାଖାପାଖି ୧୦ ସର୍ଚ୍ଚ ସ୍କ୍ୱାର୍ଡ, ଆଣ୍ଟି-ସାବୋଟେଜ୍ ସମେତ ଅନ୍ୟାନ୍ୟ ସାମରିକ ସାମରିକ ବାହିନୀର ପ୍ରାୟ ୫୦୦୦ ସୁରକ୍ଷା କର୍ମଚାରୀ ମଧ୍ୟ ଆଗାମୀ ୩ ଦିନ ମଧ୍ୟରେ ନିୟୋଜିତ ହେବେ। ଗାଜିଆବାଦ ଠାରେ ରାପିଡକ୍ସ ମେଟ୍ରୋ ଉଦଘାଟନୀ ଉତ୍ସବରେ ୫୦ ହଜାରରୁ ଅଧିକ ଲୋକ ଯୋଗଦେବେ ବୋଲି ଆଶା କରାଯାଉଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାପିଡକ୍ସ ମେଟ୍ରୋ ସେବା (Delhi Meerut Rapid Rail Service) ଉଦଘାଟନ ପରେ ୮୨ କିଲୋମିଟର ଲମ୍ବା ଦିଲ୍ଲୀ-ଗାଜିଆବାଦ-ମେରଟ ଆରଆରଟିଏସ କରିଡ଼ର (Delhi Ghaziabad Meerut RRTS Corridor) ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ଷମ ହେବ। ଯେଉଁଥିରେ ମୋଟ ପାଞ୍ଚଟି ଷ୍ଟେସନ ରହିଛି। ତାହା ହେଉଛି ସାହିବାବାଦ, ଗାଜିଆବାଦ, ଗୁଲଧର, ଦୁହାଇ ଏବଂ ଦୁହାଇ ଡିପୋ। ରାପିଡକ୍ସ ମେଟ୍ରୋ ଏହି ମାର୍ଗରେ ୧୭ କିଲୋମିଟର ଦୂରତାକୁ ପ୍ରାୟ ୧୨ ମିନିଟ ମଧ୍ୟରେ ଅତିକ୍ରମ କରିବ। ଯେଉଁ ଦୂରତା ଅତିକ୍ରମ କରିବା ପାଇଁ ସାଧାରଣତଃ ରାସ୍ତାରେ ୩୫ ମିନିଟ ଠାରୁ ଅଧିକ ସମୟ ଲାଗିଥାଏ। ଏହି ରେଳ ସେବା ସମ୍ପର୍କରେ କୁହାଯାଉଛି ଯେ ଏହି ମାର୍ଗରେ ମୋଟ ୧୦ ଟ୍ରେନ୍ ଚଳାଚଳ କରିବ। ଗୋଟିଏ ରାପିଡ ରେଳ ମଧ୍ୟରେ ୧୭୦୦ ଯାତ୍ରୀଙ୍କ ପାଇଁ ସ୍ଥାନ ରହିବ।

 

 

Read More
{}{}