Hindi News >>Home >>Odisha Trending

Delhi CM Arvind Kejriwal: ତିହାର ଜେଲ୍ ରୁ ଭାବପ୍ରବଣ ବାର୍ତ୍ତା ପଠାଇଲେ ଅରବିନ୍ଦ କେଜ୍ରିୱାଲ

Arvind Kejriwal in Tihar Jail: ତିହାର ଜେଲ୍ ରେ ଥାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକଙ୍କ ଉଦ୍ଦେଶ୍ୟରେ ଏକ ଭାବପ୍ରବଣ ବାର୍ତ୍ତା ପଠାଇଛନ୍ତି। 

Advertisement
Delhi CM Arvind Kejriwal:  ତିହାର ଜେଲ୍ ରୁ ଭାବପ୍ରବଣ ବାର୍ତ୍ତା ପଠାଇଲେ ଅରବିନ୍ଦ କେଜ୍ରିୱାଲ
Stop
Zee Odisha Desk|Updated: Apr 16, 2024, 03:53 PM IST

Arvind Kejriwal Emotional Message: ତିହାର ଜେଲ୍ ରୁ ଲୋକଙ୍କ ଉଦ୍ଦେଶ୍ୟରେ ଏକ ଭାବପ୍ରବଣ ବାର୍ତ୍ତା ପଠାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏନେଇ ସେ କହିଛନ୍ତି ଯେ ମୋ ନାଁ ହେଉଛି ଅରବିନ୍ଦ କେଜ୍ରିୱାଲ, ମୁଁ କୌଣସି ଆତଙ୍କବାଦୀ ନୁହେଁ। ଆମ୍ ଆଦମୀ ପାର୍ଟି (ଆପ୍) ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ମଙ୍ଗଳବାର (ଅପ୍ରେଲ ୧୬) ଏ ସମ୍ପର୍କରେ ଜଣାଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନକୁ ସମ୍ବୋଧିତ କରି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଆପ୍ ସାଂସଦ ସଞ୍ଜୟ ସିଂହ କହିଛନ୍ତି ଯେ ଆପଣ ଅରବିନ୍ଦ କେଜ୍ରିୱାଲଙ୍କ ସହ ଆତଙ୍କବାଦୀ ଭଳି ବ୍ୟବହାର କରୁଛନ୍ତି। ଆପଣ ଲଜ୍ଜା ଲାଗୁ ନାହିଁ। ପ୍ରଧାନମନ୍ତ୍ରୀ ତାଙ୍କ ବିଦ୍ୱେଷରେ ଏତେ ବଢିଯାଇଛନ୍ତି ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ପରିବାର ଏବଂ ପିଲାଙ୍କ ସହ ସାକ୍ଷାତ ଏକ କାଚ ଲଗାଯାଇଥିବା କାନ୍ଥ ମାଧ୍ୟମରେ କରାଯାଉଛି।

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ଜେଡ୍ ପ୍ଲସ ସୁରକ୍ଷା ମିଳିଛି। ଯେତେବେଳେ ସେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ ସେତେବେଳେ ଉଭୟଙ୍କ ମଧ୍ୟରେ କାଚ ଲଗାଯାଇଥିବା ଏକ କାନ୍ଥ ରହିଥିଲା। ଏହି କାର୍ଯ୍ୟ ମାଧ୍ୟମରେ ବିଜେପି ସ୍ପଷ୍ଟ କରିଛି ଯେ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତି ଘୃଣା ରହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ୨୪ ଘଣ୍ଟିଆ ସିସିଟିଭି ନଜରରେ ରଖାଯାଉଛି। ତାଙ୍କୁ ନିର୍ଯାତନା ଦେବାର ଯୋଜନା ରହିଛି। ତାଙ୍କୁ ହତାଶ କରିବାକୁ ଉଦ୍ୟମ କରାଯାଉଛି। ତାଙ୍କ ପରିବାରକୁ ଅପମାନିତ କରାଯାଉଛି। ସେ ଆଇଆରଏସ ସେବା ଛାଡି ରାଜନୀତିକୁ ଆସିଛନ୍ତି। ତାଙ୍କ ଭାଙ୍ଗିବା ପ୍ରୟାସରେ ସେ ଆହିରି ଅଧିକ ଶକ୍ତିଶାଳୀ ହେବେ ବୋଲି କହିଛନ୍ତି ଆମ୍ ଆଦମୀ ପାର୍ଟି ନେତା।

Also Read: Delhi CM Arvind Kejriwal: ୨୩ ଅପ୍ରେଲ ପର୍ଯ୍ୟନ୍ତ ବଢିଲା ଅରବିନ୍ଦ କେଜ୍ରିୱାଲକଙ୍କ ନ୍ୟାୟିକ ହେପାଜତ ଅବଧି

ସୋମବାର କେଜ୍ରିୱାଲଙ୍କୁ ଭେଟିଥିଲେ ମାନ
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରସ୍ପରକୁ ଅପ୍ରେଲ ୧୫ ତାରିଖରେ ତିହାର ଜେଲ ଠାରେ ଭେଟିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ମାନଙ୍କୁ ଭାବପ୍ରବଣ ହୋଇ ବାହାରକୁ ଆସୁଥିବାର ଦେଖିବାକୁ ମିଳିଥିଲା। ଭେଟଘାଟ ସାରିବା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲ ଭିତରେ ଜଣେ କଠୋର ଅପରାଧି ଭଳି ବ୍ୟବହାର କରାଯାଉଛି।

ଆପଣଙ୍କୁ କହିବୁ ଯେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି଼) ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧  ତାରିଖରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ କରିଥିଲା। ଏହା ପରେ କୋର୍ଟ ତାଙ୍କୁ ଦୁଇଟି ପୃଥକ ଶୁଣାଣିରେ ଅପ୍ରେଲ ୧ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଥିଲେ। ଅପ୍ରେଲ ୧୫ ତାରିଖ ସୋମବାର ଅପ୍ରେଲ ଦିଲ୍ଲୀ ସ୍ଥିତ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧିକୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଗିରଫ କରିବା ପରେ ମାର୍ଚ୍ଚ ୨୨ ତାରିଖରେ ପ୍ରଥମେ ଅଦାଲତରେ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର କରିଥିଲା ଇଡ଼ି। ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଇଥିଲେ କୋର୍ଟ। ହାଜତ ମିଆଦୀ ଅବଧି ପୂରଣ ହେବା ପରେ ପୁନଃର୍ବାର ତାଙ୍କ ଇଡି଼ ହେପାଜତ ଅବଧିକୁ ଆଗକୁ ଆହୁରି ବୃଦ୍ଧି କରାଯାଇଥିଲା। ଶେଷରେ ଅପ୍ରେଲ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା।  

{}{}