Hindi News >>Home >>Odisha Trending

Delhi CM Arvind Kejriwal: ବେଲ୍ ପାଇବା ପାଇଁ ଏଭଳି କାମ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ; ଶୁଣିଲେ ଚକିତ ହୋଇଯିବେ ଆପଣ

ED Allegations Against Arvind Kejriwal: ନ୍ୟାୟିକ ହେପାଜତରେ ରହିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

Advertisement
Delhi CM Arvind Kejriwal: ବେଲ୍ ପାଇବା ପାଇଁ ଏଭଳି କାମ କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ; ଶୁଣିଲେ ଚକିତ ହୋଇଯିବେ ଆପଣ
Stop
Zee Odisha Desk|Updated: Apr 18, 2024, 04:01 PM IST

Arvind Kejriwal Bail Update: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଏବେ ନ୍ୟାୟିକ ହେପାଜତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ସେ ଏବେ ଦିଲ୍ଲୀ ତିହାର ଜେଲ୍ ରେ ଅଛନ୍ତି। ହେଲେ ଜେଲ୍ ରେ ଥାଇ  ବେଲ୍ ପାଇବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଯେଉଁ କାମ କରୁଛନ୍ତି ସେ କଥା ଶୁଣିଲେ ଆପଣ ଶୁଣିଲେ ଚକିତ ହୋଇଯିବେ ଆପଣ।  ଅରବିନ୍ଦ କେଜ୍ରିୱାଲ ଆମ୍ବ, ମିଠା, ଆଳୁ, ପୁରୀ ଖାଉଥିବାର ଖବର ଆସିଛି।     

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବେଦନ ଉପରେ ଶୁଣାଣି ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି଼) ରାଉସ୍ ଆଭେନ୍ୟୁ କୋର୍ଟ ଠାରେ ଦାବି କରିଛି ଯେ ଅରବିନ୍ଦ କେଜ୍ରିୱାଙ୍କ ଘରୁ ଜାଣିଶୁଣି ମିଠା ଖାଦ୍ୟ ପଠାଯାଉଛି। ଯାହା ଦ୍ୱାରା ତାଙ୍କ ଶରୀରରେ ସୁଗାର ଲେବୁଲ ବଢିଯିବ। ଇଡି ପକ୍ଷରୁ ଅଦାଲତରେ ହାଜର ହୋଇଥିବା ଆଇନଜୀବୀ ଜୁହୈବ ହୁସେନ୍ ଶୁଣାଣି ସମୟରେ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ଘରୁ ଏପରି ଖାଦ୍ୟ ସୁଚିନ୍ତିତ ଭାବେ ଆସୁଛି। ଯାହାକୁ ଖାଇବା ଦ୍ୱାରା ତାଙ୍କ ଶରୀରରେ ସୁଗାର ଲେବୁଲ ବଢିବ। ଇଡ଼ି ଓକିଲ କହିଛନ୍ତି ତାଙ୍କ ପାଖକୁ ତାଙ୍କ ଘରୁ ଆଳୁ, ପୁରୀ, ଆମ୍ବ, ମିଠା ଏବଂ ଅନ୍ୟାନ୍ୟ ମିଠା ଜିନିଷ ପଠାଯାଉଛି। ଆମେ ଜେଲ କର୍ତ୍ତୃପକ୍ଷଙ୍କ ଏ ସମ୍ପର୍କରେ ରିପୋର୍ଟ ମାଗିଛୁ।

Also Read: Delhi CM Arvind Kejriwal: ତିହାର ଜେଲ୍ ରୁ ଭାବପ୍ରବଣ ବାର୍ତ୍ତା ପଠାଇଲେ ଅରବିନ୍ଦ କେଜ୍ରିୱାଲ

ଅନ୍ୟପକ୍ଷରେ ଅରବିନ୍ଦ କେଜ୍ରିୱାଲଙ୍କ ଓକିଲ ବିବେକ ଜୈନ ଇଡି ଓକିଲଙ୍କ ଯୁକ୍ତିକୁ ବିରୋଧ କରିଛ। ଏନେଇ ସେ କହିଛନ୍ତି ଯେ ଗଣମାଧ୍ୟମ ପାଇଁ ଏପରି ବିବୃତ୍ତି ଦିଆଯାଉଛି। ଓକିଲ ଜୈନ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ଫାଷ୍ଚିଂ ସୁଗାର ୨୪୩ ରହିଥିଲା। ଯାହା ବହୁତ ଅଧିକ। ତାଙ୍କୁ କେବଳ ଡାକ୍ତରଙ୍କ ନିର୍ଦ୍ଦେଶ ଅନୁଯାୟୀ ଖାଦ୍ୟ ଦିଆଯାଉଛି। 

ଅରବିନ୍ଦ କେଜ୍ରିୱାଲଙ୍କ ଓକିଲଙ୍କୁ କୋର୍ଟ କହିଛନ୍ତି ଯେ  ଆମେ ଜେଲ କର୍ତ୍ତୃପକ୍ଷଙ୍କ ପାଖରୁ ଏହାର ରିପୋର୍ଟ ମାଗିବୁ। କୋର୍ଟ କହିଛନ୍ତି ଯେ ଆପଣ ଆମକୁ ଅରବିନ୍ଦ କେଜ୍ରିୱାଲଙ୍କ ଡାଏଟ୍ ଚାର୍ଟ ପ୍ରଦାନ କରାଯିବା ଆବଶ୍ୟକ। ଇଡି଼ ଅଦଲତାଙ୍କ ଉଦ୍ଦେଶ୍ୟରେ କହିଛି ଯେ ଆପଣ ଜେଲ କର୍ତ୍ତୃପକ୍ଷଙ୍କ ପାଖରୁ ରିପୋର୍ଟ ମାଗି ପାରିବେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅପ୍ରେଲ ୧୯ ତାରିଖ ଅପରାହ୍ନ ଦୁଇଟା ସମୟରେ ଅନୁଷ୍ଠିତ ହେବ।

Also Read: Delhi CM Arvind Kejriwal: ୨୩ ଅପ୍ରେଲ ପର୍ଯ୍ୟନ୍ତ ବଢିଲା ଅରବିନ୍ଦ କେଜ୍ରିୱାଲକଙ୍କ ନ୍ୟାୟିକ ହେପାଜତ ଅବଧି

ଆପଣଙ୍କୁ କହିରଖୁଛୁ ଯେ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି଼) ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ କରିଥିଲା। ଏହା ପରେ କୋର୍ଟ ତାଙ୍କୁ ଦୁଇଟି ପୃଥକ ଶୁଣାଣିରେ ଅପ୍ରେଲ ୧ ପର୍ଯ୍ୟନ୍ତ ଇଡି଼ ହେପାଜତକୁ ପଠାଇଥିଲେ। ଅପ୍ରେଲ ୧୫ ତାରିଖ ସୋମବାର ଅପ୍ରେଲ ଦିଲ୍ଲୀ ସ୍ଥିତ କୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧିକୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଗିରଫ କରିବା ପରେ ମାର୍ଚ୍ଚ ୨୨ ତାରିଖରେ ପ୍ରଥମେ ଅଦାଲତରେ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର କରିଥିଲା ଇଡ଼ି। ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଇଥିଲେ କୋର୍ଟ। ହାଜତ ମିଆଦୀ ଅବଧି ପୂରଣ ହେବା ପରେ ପୁନଃର୍ବାର ତାଙ୍କ ଇଡି଼ ହେପାଜତ ଅବଧିକୁ ଆଗକୁ ଆହୁରି ବୃଦ୍ଧି କରାଯାଇଥିଲା। ଶେଷରେ ଅପ୍ରେଲ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା।   

 

{}{}