Hindi News >>Home >>Odisha Trending

Delhi AIIMS: ଏମ୍ସ ଠାରେ ମିଳିବ କ୍ୟାସଲେସ ସୁବିଧା; ଆରମ୍ଭ ହେବ ସ୍ମାର୍ଟ କାର୍ଡ ବ୍ୟବସ୍ଥା

Smart Card System will start at Delhi AIIMS: ଦିଲ୍ଲୀ ଏମ୍ସ ଠାରେ ରୋଗୀଙ୍କୁ କ୍ୟାସଲେସ ସୁବିଧା ମିଳିବାକୁ ଯାଉଥିବା ବେଳେ ସ୍ମାର୍ଟ କାର୍ଡ ବ୍ୟବସ୍ଥା ଆରମ୍ଭ ହେବ।     

Advertisement
 Delhi AIIMS: ଏମ୍ସ ଠାରେ ମିଳିବ କ୍ୟାସଲେସ ସୁବିଧା; ଆରମ୍ଭ ହେବ ସ୍ମାର୍ଟ କାର୍ଡ ବ୍ୟବସ୍ଥା
Stop
Zee Odisha Desk|Updated: Feb 12, 2024, 09:21 PM IST

Cashless Facility will Available at Delhi AIIMS: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଠାରେ ଅବସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସହଯୋଗରେ ରୋଗୀଙ୍କ ପାଇଁ ସ୍ମାର୍ଟ କାର୍ଡ ଲଞ୍ଚ କରିଛି। ଏହି କାର୍ଡ ଫେବୃଆରୀ ୧୨ ତାରିଖ ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆଙ୍କ ଦ୍ୱାରା ଏମ୍ସ ନିର୍ଦ୍ଦେଶକ ଡକ୍ଟର ଏମ.ଶ୍ରୀନିବାସ ଏବଂ ଏସବିଆଇ ଏମଡି ମଞ୍ଜିତ ସିଂହ ଉପସ୍ଥିତିରେ ଜାରି ହୋଇଛି। ଏହି ସ୍ମାର୍ଟ କାର୍ଡ ମାଧ୍ୟମରେ ରୋଗୀ କ୍ୟାଣ୍ଟିନ ଠାରୁ OPD ପର୍ଯ୍ୟନ୍ତ ଏବଂ ଲ୍ୟାବ ପରୀକ୍ଷା ପାଇଁ ଆବଶ୍ୟକୀୟ ଦେୟ ପ୍ରଦାନ କରିପାରିବେ।

କିପରି କାମ କରିବ ସ୍ମାର୍ଟ କାର୍ଡ
ଏମ୍ସ (Delhi AIIMS Medical) ଠାରେ ରୋଗୀ ପଞ୍ଜିକରଣ କରିବା ବେଳେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ୟୁଏଚଆଇଡ଼ି ନମ୍ବର (UHID Number) ପ୍ରସ୍ତୁତ କରାଯାଇଥାଏ। ରୋଗୀଙ୍କୁ ଏହି ୟୁଏଚଆଇଡ଼ି ସ୍ମାର୍ଟ କାର୍ଡ (UHID Smart Card) କାଉଣ୍ଟର ଠାରେ ଦେଖାଇବାକୁ ହେବ। ଏହି କାଉଣ୍ଟର (UHID Smart Card Counter at Delhi AIIMS) ମାତୃ ଏବଂ ଶିଶୁ OPD ଏବଂ ଏମ୍ସ ଷ୍ଟାଫ୍ କ୍ୟାଣ୍ଟିନ (Delhi AIIMS Staff Canteen) ଠାରେ ପ୍ରସ୍ତୁତ କରାଯାଇଛି। ରୋଗୀଙ୍କ ମୋବାଇଲ୍ ନମ୍ବର ଯୋଗେ ଏକ OTP (One Time Password) ଆସିବ। ଏହା ପରେ ତାଙ୍କୁ କାର୍ଡ ଦିଆଯିବ। ରୋଗୀଙ୍କୁ ଏହି କାର୍ଡ ପାଇଁ କୌଣସି ଟଙ୍କା ଦେବାକୁ ହେବ ନାହିଁ। ରୋଗୀ ଏମ୍ସ ଠାରେ ଉପଲବ୍ଧ ରହିଥିବା ବିଭିନ୍ନ କାଉଣ୍ଟର ଠାରେ ସ୍ମାର୍ଟ କାର୍ଡ ରିଚାର୍ଜ କରିପାରିବେ।

ଏମ୍ସ ଠାରେ କାର୍ଯ୍ୟ ସମାପ୍ତ ହେବା ପରେ, ଯଦି ରୋଗୀ ଚାହାଁନ୍ତି, ସେ ତାଙ୍କ ବ୍ୟାଙ୍କ ଖାତା କିମ୍ବା ନଗଦ ଟଙ୍କା ଆକାରରେ ସ୍ମାର୍ଟ କାର୍ଡ ବାଲାନ୍ସ ରାଶି ପ୍ରତ୍ୟାହାର କରିପାରିବେ। ଫେବୃଆରୀ ୧୨ ତାରିଖରୁ ରୋଗୀଙ୍କ ପାଇଁ ଏହି ସୁବିଧା ଆରମ୍ଭ କରାଯାଇଛି। ଦିଲ୍ଲୀ ଏମ୍ସ ସ୍ମାର୍ଟ କାର୍ଡ ଲାଗି କୌଣସି ସେବା ଦେୟ ନାହିଁ। ପୂର୍ବରୁ ୨୦୨୩ ଡିସେମ୍ବର ୧୨ ତାରିଖରେ ଏହି ସ୍ମାର୍ଟ କାର୍ଡ ଏମ୍ସ କର୍ମଚାରୀଙ୍କ ପାଇଁ ଆରମ୍ଭ ହୋଇଥିଲା। ଏନେଇ କୁହାଯାଉଛି ଯେ ଏହି କାର୍ଡ ଖୁବ ଶୀଘ୍ର ଦେଶର ଅନ୍ୟ ଏମ୍ସ ଠାରେ ଆରମ୍ଭ ହେବ।

Read More
{}{}